ETV Bharat / bharat

ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ

author img

By

Published : Jan 4, 2023, 8:56 PM IST

ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ
ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ

କେରଳର ମଲପୁରମରେ ଚା’ରେ ଚିନି କମ ପାଇଁ ହୋଟେଲ ମାଲିକଙ୍କୁ ଛୁରାମାଡ । ଗୁରୁତର ମାଲିକ ହସ୍ପିଟାଲରେ ଭର୍ତ୍ତି । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ । ଜଣେ ଉତ୍ୟେକ୍ତ ଗ୍ରାହକର ଛୁରାମାଡରେ ଜଣେ ହୋଟେଲ ମାଲିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା କେରଳର କୋଜିକୋଡେ ଜିଲ୍ଲାର ମଲପୁରମରେ ଦେଖିବାକୁ ମିଳିଛି (Malappuram man stabs hotelier)। ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ
ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ


ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ରେସ୍ତୋରାଁ ମାଲିକ ମୁନାଫ । ତାଙ୍କର ସ୍ଥାନୀୟ ମଲପୁରମ ବଜାରରେ ଏକ ରେସ୍ତୋରାଁ ରହିଛି । ଆଜି(ବୁଧବାର) ଭୋର ପ୍ରାୟ 5ଟାରେ ସୁବିର ନାମକ ଜଣେ ବ୍ୟକ୍ତି ତାଙ୍କ ରେସ୍ତୋରାଁକୁ ଚାଁ ପିଇବାକୁ ଆସିଥିଲା । ଚା’ରେ ଚିନର ମାତ୍ରା କମ ଥିବାରୁ ମୁନାଫଙ୍କୁ ଗାଳି ଦେଇଥିଲା ସମ୍ପୃକ୍ତ ବ୍ୟକ୍ତି । ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଏଥିରେ ଉତ୍ତେଜିତ ହୋଇ ସୁବୀର ମୁନାଫକୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା (attack for Less sugar in tea)। ଏଥିରେ ମୁନାଫ ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ଖସି ପଳାଇବା ପାଇଁ ଉଦ୍ୟମ ମଧ୍ୟ କରିଥିଲା ଅଭିଯୁକ୍ତ ସୁବିର ।

ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ
ଚା’ରେ ଚିନି କମ ଥିବାରୁ ହୋଟେଲ ମାଲିକଙ୍କୁ ଛୁରାମାଡ

ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ମୁନାଫଙ୍କୁ ଉଦ୍ଧାର କରାଯାଇ ପ୍ରଥମେ କେଜିକୋଡେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗମ୍ଭୀର ଥିବାରୁ ପରେ ତାଙ୍କୁ ଏକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବାକୁ ପଡିଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ଓ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସୁବିରକୁ ଗିରଫ କରି ଥାନାକୁ ନେଇଛି । ତେବେ ଘଟଣା ପରେ ସ୍ଥାନୀୟ ବଜାରରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସର ମୁତୟନ ବଢାଯିବା ସହ ଅପରାହ୍ନରେ ସ୍ଥିତିରେ ସ୍ବାଭାବିକତା ଫେରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.