ETV Bharat / bharat

Lakhimpur Violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବିରୋଧରେ 5 ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ

author img

By

Published : Jan 3, 2022, 3:41 PM IST

ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ନାମରେ ୫୦୦୦ ପୃଷ୍ଠାର ଚାର୍ଜସିଲ ଦାଖଲ କଲା ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ।

Lakhimpur violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବିରୋଧରେ ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଳ କଲା SIT
Lakhimpur violence: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ବିରୋଧରେ ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଳ କଲା SIT

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ହିଂସା ଘଟଣାରେ ଚାର୍ଜସିଟ ଦାଖଲ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଟିମ (SIT) । ଆଜି (ସୋମବାର) SIT କେନ୍ଦ୍ରମନ୍ତ୍ରୀଙ୍କ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କ ବିରୋଧରେ 5 ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିବା ସହ ଏହି ମାମଲାରେ ବିରେନ୍ଦ୍ର ଶୁକ୍ଲା ନାମକ ଆଉ ଜଣେ ଅଭିଯୁକ୍ତ ନାମ ମଧ୍ୟ ଯୋଡିଛି । ତାଙ୍କୁ ମଧ୍ୟ ଆଇପିସିର ଧାରା 201 ଅନୁଯାୟୀ ଘଟଣାରେ ମମ୍ପୃକ୍ତ ଥିବା ଅଭିଯୋରରେ ଅଭିଯୁକ୍ତ ବୋଲି ଚାର୍ଜସିଟରେ ଦର୍ଶାଇଛି SIT ।

ଗତବର୍ଷ ଅକ୍ଟୋବର 3 ତାରିଖରେ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ବିରୋଧ ପ୍ରଦର୍ଶନ ସମୟରେ ଏହି ହିଂସାକାଣ୍ଡ ଘଟିଥିଲା । ବିକ୍ଷୋଭରତ କୃଷକଙ୍କ ଉପରେ ଗାଡି ମାଡିଯିବା ଫଳରେ କୃଷକ, ବିଜେପି କର୍ମୀ ଓ ଜଣେ ସାମ୍ବାଦିକଙ୍କୁ ମିଶାଇ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଉକ୍ତ ଗାଡିରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ଓ ଅନ୍ୟ କିଛି ସହଯୋଗୀ ଥିବା ଜଣାପଡିଥିଲା । ଏହି ଘଟଣାରେ ତଦନ୍ତ କରି ଏସଆଇଟି ମନ୍ତ୍ରୀଙ୍କ ପୁଅ ସମେତ ମୋଟ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ଆହ୍ଲାବାଦ ହାଇକୋର୍ଟ ଏପର୍ଯ୍ୟନ୍ତ କୈଣସି ରାୟ ପ୍ରକାଶ କରିନଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଲକ୍ଷ୍ମୀପୁର ଖେରୀର ସ୍ଥାନୀୟ କୋର୍ଟରେ ବିଚାରାଧୀନ ଅଛି ।

ତେବେ ବର୍ତ୍ତମାନ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଓ ଅନ୍ୟ 12 ଅଭିଯୁକ୍ତଙ୍କ ବିରୋଧରେ ଦୁଇ ମାମଲା ଯୋଡିବା ପାଇଁ ତଳକୋର୍ଟରେ ଆବେଦନ କରିଛି ଏସଆଇଟି । ହତ୍ୟା ଓ ଯୋଜନାବଦ୍ଧ ଭାବେ ଏପରି ଆଘାତମୂଳକ କାର୍ଯ୍ୟ କରିବା ଅଭିଯୋଗରେ ଦୁଇ ମାମଲାକୁ ଗ୍ରହଣ କରିବା ପାଇଁ କୋର୍ଟଙ୍କୁ ନିବେଦନ କରିଛି ସ୍ବତନ୍ତ୍ର ତଦନ୍ତକାରୀ ଦଳ ।

ପୂର୍ବରୁ ମଧ୍ୟ ଏସଆଇଟି ଏହି ଘଟଣାର ତଦନ୍ତ କ୍ରମରେ ଏକ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆଣିସାରିଛି । କୌଣସି ଅଚାନକ ନୁହେଁ ବରଂ ଯୋଜନାବଦ୍ଧ ତଥା ସୁଚିନ୍ତିତ ଷଡଯନ୍ତ୍ର ଭାବେ ଏହି ହିଂସାକୁ ରୂପ ଦିଆଯାଇଥିବା କହିଥିଲା ତଦନ୍ତକାରୀ ଟିମ । ତେବେ ଏହି ବହୁଚର୍ଚ୍ଚିତ ଘଟଣାରେ ଆଜି ୫୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ ହେବା ପରେ ଘଟଣାର ନ୍ୟାୟିକ ମୋଡ କେଉଁଆଡେ ଯାଉଛି ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.