ETV Bharat / bharat

କର୍ଣ୍ଣାଟକ ଉଲଗ୍ନ କାଣ୍ଡ: ଘଟଣାସ୍ଥଳରେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌, ମାନବାଧିକାର କମିଶନର ରିପୋର୍ଟ ତଲବ

author img

By ETV Bharat Odisha Team

Published : Dec 16, 2023, 6:27 PM IST

କର୍ଣ୍ଣାଟକ ଉଲଗ୍ନ କାଣ୍ଡ: ଘଟଣାସ୍ଥଳରେ ବିଜେପି ପ୍ରତିନିଧି ଟିମ, ସ୍ଥାନୀୟ ଥାନାଧିକାରୀ ନିଲମ୍ବିତ
କର୍ଣ୍ଣାଟକ ଉଲଗ୍ନ କାଣ୍ଡ: ଘଟଣାସ୍ଥଳରେ ବିଜେପି ପ୍ରତିନିଧି ଟିମ, ସ୍ଥାନୀୟ ଥାନାଧିକାରୀ ନିଲମ୍ବିତ

Karnataka woman assault case: କର୍ଣ୍ଣାଟକରେ ମହିଳାଙ୍କୁ ଉଲଗ୍ନ ଘଟଣାରେ ଗ୍ରାଉଣ୍ଡ ଜିରୋରେ ବିଜେପି ପ୍ରତିନିଧି ଟିମ୍ । ସ୍ଥାନୀୟ ଥାନା ଅଧିକାରୀ ନିଲମ୍ବିତ । ପୀଡ଼ିତାଙ୍କୁ ଭେଟିଲା ଜାତୀୟ ମହିଳା କମିଶନ ଟିମ । ସିଦ୍ଧରମୈୟା ସରକାରକୁ ଜାତୀୟ ମାନବାଧିକାର ଆୟୋଗର ରିପୋର୍ଟ ତଲବ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାଭିରେ ଜଣେ ଆଦିବାସୀ ମହିଳାଙ୍କୁ ବିବସ୍ତ୍ର କରି ସଂଘବଦ୍ଧ ନିର୍ଯାତନା ଦିଆଯିବା ଘଟଣାରେ ରାଜନୀତି ଜୋର ଧରିବାରେ ଲାଗିଛି । ସ୍ଥାନୀୟ କାକାଟି ଥାନାର ଥାନାଧିକାରୀ ବିଜୟ କୁମାର ସିନ୍ନୁରାଙ୍କୁ ନିଲମ୍ବିତ କରାଯାଇଛି । ବିଜେପିର ଏକ 5 ଜଣିଆ ଫ୍ଯାକ୍ଟ ଫାଇଣ୍ଡିଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି । ସାଂସଦ ଅପରାଜିତା ଷଡଙ୍ଗୀ, ସୁନିତା ଦୁଗଲ, ଲୋକେଟ ଚାଟାର୍ଜୀ, ରଞ୍ଜିତା କୋଲି ଓ ଦଳର ଜାତୀୟ ସାଧାରଣ ସମ୍ପାଦିକା ଆଶା ଲାକ୍ରା ଆଜି ବେଲଗାଭିରେ ପହଞ୍ଚିଛନ୍ତି । ଏହି 5 ଜଣିଆ ବିଜେପି ପ୍ରତିନିଧି ମଣ୍ଡଳୀ ଆଜି ସକାଳେ ସାମ୍ବରା ବିମାନ ବନ୍ଦରର ପହଞ୍ଚିବା ପରେ ହସ୍ପିଟାଲରେ ପହଞ୍ଚି ପୀଡିତା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି । ଏହା ପରେ ସେମାନେ ଏହି ଘଟଣା ଘଟିଥିବା ସ୍ଥାନକୁ ମଧ୍ୟ ଗସ୍ତ କରିବେ ।

ଗସ୍ତ ସମ୍ପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସାଂସଦ ଆପରାଜିତା କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଛି । ଘଟଣା ଘଟିବାର ପ୍ରାୟ 2 ଘଣ୍ଟା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେହିପରି ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଜଣେ ଆଦିବାସୀ ମହିଳାଙ୍କୁ ବର୍ବରତାର ସହ ଆକ୍ରମଣ କରାଗଲା, ଦଳିତଙ୍କ ଅଧିକାର କଥା କହୁଥିବା କଂଗ୍ରେସ ଏହି ପ୍ରସଙ୍ଗକୁ କାହିଁକି ଗୃହରେ ଉଠାଇଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଆଶା ଲାକ୍ରା ।

ଜାତୀୟ ମହିଳା କମିଶନ ସଦସ୍ୟା ଡେଲିନା ଖୋଙ୍ଗାଦୁପଙ୍କ ନେତୃତ୍ବରେ ଏକ ଟିମ ହସ୍ପିଟାଲରେ ପୀଡାତିଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି । ମାନବାଧିକାର କମିଶନ ମଧ୍ୟ କର୍ଣ୍ଣାଟକ ସରକାରଙ୍କୁ ଏକ କାରଣ ଦର୍ଶାଓ ନୋଟିସ ଜାରି କରିଛନ୍ତି । କେଉଁ ପରିସ୍ଥିତିରେ ଜଣେ ମହିଳାଙ୍କ ପ୍ରତି ଏପରି ବର୍ବରକାଣ୍ଡ ଘଟିଲା । ଏହା ପରେ ପୋଲିସ ଓ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ସେନେଇ ବିସ୍ତୃତ ତଥ୍ୟ ମାଗିଛି ଜାତୀୟ ମାନବାଧିକାର କମିଶନ ।

ଏହା ମଧ୍ୟ ପଢନ୍ତୁ:- ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ପୀଡିତାଙ୍କୁ ଭେଟିଲେ ଜାତୀୟ ମହିଳା କମିଶନ ଟିମ:-

11 ତାରିଖରେ କର୍ଣ୍ଣାଟକର ବେଲଗାଭି ଜିଲ୍ଲା ଭନ୍ତାମୁରୀରେ ଏହି ଘଟଣା ଘଟିଥିଲା । ଜଣେ ଆଦିବାସୀ ମହିଳାଙ୍କ ପୁଅ ନିକଟବର୍ତ୍ତୀ ଗ୍ରାମର ଜଣେ ଯୁବତୀଙ୍କ ସହ ଫେରାର ହୋଇଯିବା ଅଭିଯୋଗରେ ଏହି ମହିଳାଙ୍କୁ ବର୍ରରତାର ସହ ନିର୍ଯାତନା ଦିଆଯାଇଥିଲା । ଗ୍ରାମବାସୀ ଏହି ଦଳିତ ମହିଳାଙ୍କୁ ସଂଘବଦ୍ଧ ଭାବେ ବିବସ୍ତ୍ର କରି ମାଡ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଏହା ପରେ ଏହି ଘଟଣାର ପ୍ରଭାବ ରାଜଧାନୀ ବେଙ୍ଗାଲୁରୁରୁ ଜାତୀୟ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଭାବ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.