ETV Bharat / bharat

Karnataka Politics: କଂଗ୍ରେସ ଗ୍ୟାରେଣ୍ଟି ଯୋଜନା ଲାଗୁ ପାଇଁ ଦରକାର 50ହଜାର କୋଟି

author img

By

Published : May 30, 2023, 3:19 PM IST

implementation of Congress guarantee scheme
Karnataka Politics

କର୍ଣ୍ଣାଟକରେ କଂଗ୍ରେସ ଗ୍ୟାରେଣ୍ଟି ଯୋଜନା ଲାଗୁ କରିବାକୁ ପାଖାପାଖି 50 ହଜାର କୋଟି ଅର୍ଥର ଆବଶ୍ୟକ ଥିବା ଜଣାପଡିଛି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ କରିଛି । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବହୁମାତ ହାସଲ କରି କର୍ଣ୍ଣାଟକରେ କ୍ଷମତାକୁ ଆସିଛି କଂଗ୍ରେସ । ଏହା ପରେ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଦାୟିତ୍ବ ନେବା ପରେ ଆକ୍ସନ ମୋଡରେ ସିଦ୍ଧରମୈୟା ସରକାର । ନିର୍ବାଚନୀ ପ୍ରଚାରରରେ କର୍ଣ୍ଣାଟକବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ ଲାଗି ପଡିଛନ୍ତି ନୂଆ ସରକାର । ଗ୍ୟାରେଣ୍ଟି ଲାଗୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶକ୍ତି ଭବନରେ ପ୍ରମୁଖ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି । 5ଟି ଗ୍ୟାରେଣ୍ଟୀ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କଠୁ ଖର୍ଚ୍ଚ, ମୂଲ୍ୟ ନେଇ ସୂଚନା ମାଗିଥିଲେ । ଏନେଇ 50 ହଜାର କୋଟି ଅର୍ଥର ଆବଶ୍ୟକ ଥିବା ଜଣାପଡିଛି ।

ଗୃହ ଲକ୍ଷ୍ମୀ ଯୋଜନାରେ ଗୋଟିଏ ପରିବାରୁ ମାସକୁ 2 ହଜାର ଟଙ୍କା, ଗୃହ ଜ୍ୟୋତି ଯୋଜନାରେ ମାସକୁ ଘର ପିଛା 200ୟୁନିଟ ବିଜୁଳି ଛାଡ, ଯୁବାନିଧି ଯୋଜନାରେ ଗ୍ରାଜୁଏଟଙ୍କୁ 3 ହଜାର ଟଙ୍କା ଓ ଡିପ୍ଲୋମା ଗ୍ରାଜୁଏଟଙ୍କୁ 1500 ଟଙ୍କା ଦେବାର ବ୍ୟବସ୍ଥା ରହିଛି । ସେହିପରି ଶକ୍ତି ଯୋଜନାରେ ମହିଳାଙ୍କ ପାଇଁ ମାଗଣା ବସ ସେବା ଓ ବିପିଏଲ କାର୍ଡଧାରୀଙ୍କୁ 10କେଜି ଚାଉଳ ପ୍ରଦାନ ନେଇ ବ୍ୟବସ୍ଥା ହୋଇଛି ।

ଏହି ସମସ୍ତ ଯୋଜନା ଲାଗୁ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସିନିୟର ଅଫିସରଙ୍କ ସହ ଆଲୋଚନା କରିଛନ୍ତି । ଅର୍ଥ, ପରିବହନ, ଖାଦ୍ୟ ଯୋଗାଣ, ଶକ୍ତି ଏବଂ ଅନ୍ୟ ବିଭାଗ ସହ ଆଲୋଚନା କରିଛନ୍ତି । ବାର୍ଷିକ 50 ହଜାର କୋଟି ଅର୍ଥରେ ଯୋଜନା ଲାଗୁ କରିବା ନେଇ ଏକ ରିପୋର୍ଟ ପ୍ଲାନ ପ୍ରସ୍ତୁତ କରିବାକୁ କହିଛନ୍ତି । ଗ୍ୟାରେଣ୍ଟି ପାଇଁ ଟଙ୍କାର ଆବଶ୍ୟକ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି (ବୁଧବାର) ଯୋଜନା ଲାଗୁ ନେଇ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ଏହାପରେ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯିବ ।

ଗୃହ ଜ୍ୟୋତି ଯୋଜନାରେ 12,038 ଟଙ୍କା ଖର୍ଚ୍ଚ ହେବ । 200ୟୁନିଟ ମାଗଣା ବିଜୁଳିରେ 2.14 କୋଟି ପରିବାର ଉପକୃତ ହେବେ । ଏହି ଯୋଜନା ନେଇ ବାର୍ଷିକ 13, 575 ମିଲିୟନ ୟୁନିଟି ବିଜୁଳି ଖର୍ଚ୍ଚ ହେବ । ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗୃହ ଲକ୍ଷ୍ମୀ ଯୋଜନାରେ ବର୍ଷକୁ 32,000 କୋଟି, ଯୁବାନିଧି ଯୋଜନାରେ ବର୍ଷକୁ 860ରୁ 900 କୋଟି, ଶକ୍ତି ଯୋଜନାରେ ମହିଳାଙ୍କୁ ମାଗଣା ବସ ସେବା ନେଇ 3,600 କୋଟି, ଅନ୍ନଭାଗ୍ୟ ଯୋଜନାରେ ବାର୍ଷିକ 5 ହଜାର କୋଟି ଖର୍ଚ୍ଚ ହେବ । ସମସ୍ତ ଯୋଜନା କାର୍ଯ୍ୟକାରୀ ନେଇ ପାଖାପାଖି 50 ହାଜର କୋଟି ଟଙ୍କା ଖର୍ଚ୍ଚ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.