ETV Bharat / bharat

ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ସ୍ବର୍ଣ୍ଣ ପଦକ

author img

By

Published : Mar 20, 2022, 9:05 PM IST

ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ
ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ

କର୍ଣ୍ଣାଟକରେ ଐତିହାସିକ ସଫଳତା ପାଇଛନ୍ତି ହିଜାବ ପରିହିତ ଛାତ୍ରୀ । ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଐତିହାସିକ ସଫଳତା ପଇଛନ୍ତି ହିଜାବ ଛାତ୍ରୀ । କର୍ଣ୍ଣାଟକର ରାଇଚୁରର ଛାତ୍ରୀ ବୁଶ୍ରା ମାଟିନ୍ ବିଶ୍ବେଶ୍ବରାୟା ଟେକ୍ନୋଲୋଜିକାଲ ୟୁନିଭରସିଟି (VTU) ର ପ୍ରଥମ ଛାତ୍ରୀ ଭାବେ ୧୬ସ୍ବର୍ଣ୍ଣ ପଦକ ଜିତି ଏହି ଐତିହାସିକ ସଫଳତାର ଅଧିକାରିଣୀ ହୋଇଛନ୍ତି । ରାଇଚୁର ଏସଏଲଏନ କଲେଜରୁ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ମାଟିନ୍ VTU ର 21ତମ ବାର୍ଷିକ ସମ୍ମିଳନୀରେ ସମ୍ମାନିତ ହୋଇଛନ୍ତି ।

ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ
ହିଜାବ ପରିହିତ ଛାତ୍ରୀଙ୍କ ଐତିହାସିକ ରେକର୍ଡ, ବିଶ୍ବବିଦ୍ୟାଳୟରେ ଜିତିଲେ ୧୬ ସ୍ବର୍ଣ୍ଣ ପଦକ

VTU ଭାଇସ ଚାନ୍ସସେଲର ଡ.କରୀସିଦପ୍ପା ମାଟିନଙ୍କୁ ଏହି ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି । ବିଶ୍ବବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ସର୍ବାଧିକ 13ଟି ସ୍ୱର୍ଣ୍ଣ ପଦକ ଜିତିବାର ରେକର୍ଡ ଥିଲା, ଯାହାକୁ ଅତିକ୍ରମ କରି ନୂତନ କିର୍ତ୍ତିମାନ ସ୍ଥାପନ କରିଛନ୍ତି ମାଟିନ । ହିଜାବ ପରିଧାନକୁ ନେଇ ବିବାଦ ଲାଗି ରହିଥିବା ବେଳେ ମାଟିନଙ୍କ ସଫଳତା ଏବେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

  • Congratulated & felicitated a bright student from Raichur Bushra Mateen for getting 16 gold medals in B.E. Civil Engineering.

    This is a great achievement in the history of Kalyana Karnataka. pic.twitter.com/bHtt07uRpt

    — N.S Boseraju (@NsBoseraju) March 17, 2022 " class="align-text-top noRightClick twitterSection" data=" ">

କଂଗ୍ରେସ ନେତା ଏନ.ଏସ ବୋସେରାଜୁ ମାଟିନଙ୍କୁ ସାକ୍ଷାତ କରିବା ସହ ଐତିହାସିକ ସଫଳତା ପାଇଁ ବଧାଇ ଜଣାଇଛନ୍ତି । ମାଟିନ ହାସଲ କରିଥିବା ପଦକଗୁଡିକ ମଧ୍ୟରେ ଏସ.ଜି ବାଲେକୁଣନ୍ଦ୍ରୀ ସ୍ୱର୍ଣ୍ଣ ପଦକ, ଜ୍ୟୋତି ସ୍ୱର୍ଣ୍ଣ ପଦକ, ଏନ.କ୍ରୀଷ୍ଣମୂର୍ତ୍ତି ମେମୋରିଆଲ ସ୍ୱର୍ଣ୍ଣ ପଦକ, JNU ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣ ପଦକ, VTU ସ୍ୱର୍ଣ୍ଣ ପଦକ ଏବଂ ଆର.ଏନ୍ ସେଟ୍ଟି ସ୍ୱର୍ଣ୍ଣ ପଦକ ପ୍ରମୁଖ ରହିଛି । ଏହା ବ୍ୟତୀତ ତାଙ୍କୁ ପୁରସ୍କାର ଭାବେ କ୍ୟାସ ପ୍ରାଇଜ ମଧ୍ୟ ପ୍ରଦାନ କରାଯାଇଥିଲା । ହିଜାବକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ମାଟିନଙ୍କ ଏପରି ଐତିହାସିକ ସଫଳତା ନେଇ କର୍ଣ୍ଣାଟକରେ ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.