ETV Bharat / bharat

Jora Nala Indravati River Dispute: ସମୀକ୍ଷା ଚାଲିଛି ଖୁବଶୀଘ୍ର ସମାଧାନ ହେବ କହିଲେ କେନ୍ଦ୍ରମନ୍ତ୍ରୀ

author img

By ETV Bharat Odisha Team

Published : Sep 25, 2023, 8:58 AM IST

Jora Nala Indravati River Dispute
union minister bisheshwar tudu Bastar Visit

ଦୁଇଦିନିଆ ଛତିଶଗଡ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ । ଏହି ଗସ୍ତରେ ସେ କହିଛନ୍ତି, ଜୋରା ନାଳ ଇନ୍ଦ୍ରାବଦୀ ନଦୀରେ ଥିବା ସମସ୍ୟାର ଖୁବଶୀଘ୍ର ସମାଧାନ ହେବ । ଟେକ୍ନିକାଲ ସମସ୍ୟା ପାଇଁ କାମ ଅଟକିଛି ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ଅଧିକ ପଢ଼ନ୍ତୁ

Jora Nala Indravati River Dispute

ରାୟପୁର: ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁ଼ଡୁ । ବସ୍ତରର ଜୀବନଦାୟିନୀ ଇନ୍ଦ୍ରାବତୀ ନଦୀରେ ଜଳ ସଙ୍କଟ ଥମିବାରେ ନାମ ନେଉନାହିଁ । ଜୋରା ନାଳର ଥିବା ସମସ୍ୟାର ସମାଧାନ ପରେ ବସ୍ତର ଆଡକୁ ଆସିଥିବା ନଦୀ ବାଟରେ ଆବର୍ଜନା ଜିମିଛି । ଫଳରେ ଜଳ ସମସ୍ୟା ଉପୁଜୁଛି । ମୌସୁମୀରେ ବସ୍ତରକୁ ତାର ଭାଗ ପାଣି ମିଳୁ ନାହିଁ । ଫଳରେ ଇନ୍ଦ୍ରାବଦୀ ନଦୀ ଶୁଖିବାକୁ ବସିଲାଣି । ଦୁଇଦିନିଆ ଛତିଗଡ ବସ୍ତର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହାର ସମସ୍ୟା ଖୁବ ଶୀଘ୍ର କରାଯିବ ।

ଦୁଇଦିନିଆ ଛତିଶଗଡ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଇନ୍ଦ୍ରାବତୀ ନଦୀ ସମସ୍ୟା ନେଇ କହିଛନ୍ତି,"ଜୋରା ନାଳର ସମୀକ୍ଷା କରିଛି । ଛତିଶଗଡ ସହିତ ଓଡିଶା ସରକାରଙ୍କୁ ସେଠାରୁ ବାଲି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାରେ ସମୀକ୍ଷା ଜାରି ରହିଛି । ବାଲି ହଟାଇବା କାମ ମଧ୍ୟ ଜାରି ରହିଛି । ମାତ୍ର କିଛି ଟେକ୍ନିକାଲ ସମସ୍ୟା ରହିଛି । କିଛି ବୈଷୟିତ ତ୍ରୁଟି ପାଇଁ କାମ ସରିନାହିଁ । ଯାହାର ଯାଞ୍ଚ କରିବା ପାଇଁ ଏକ ଟିମ ଗଠନ ହୋଇଛି । ଟିମ୍‌ ପକ୍ଷରୁ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।"

ଏହା ବି ପଢନ୍ତୁ...ସଂଘୀୟ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

ପୂର୍ବରୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ଏହି ସ୍ଥାନ ଗସ୍ତ କରିଥିଲେ । ଗସ୍ତରେ ଓଡିଶା ସରକାଙ୍କୁ ବାଲି ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ । ଏ ନେଇ ଓଡିଶା ସରକାର କହିଥିଲେ ଜୋରାନାଳାରୁ ବାଲି ଉଠାଯାଇଛି । ମାତ୍ର ଏହା ହୋଇନଥିଲା ବାଲି ଯେମିତି କି ସେପରି ଥିବା ପରବର୍ତ୍ତୀ ସମୟରେ ଜଣାପଡିଥିଲା । ଏ ନେଇ ଚିଠି ଲେଖି ଅଭିଯୋଗ କରାଯାଇଥିଲା । ଏହାପରେ ପୁଣି ଓଡ଼ିଶା ଏବଂ ଛତିଶଗଡ ଜଳ ସମ୍ପଦ ବିଭାଗ ଅଧିକାରୀ ଏ ଦିଗରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ବର୍ଷା କାରଣରୁ କାମ ଆରମ୍ଭ ହୋଇନାହିଁ ।

ଏହା ବି ପଢନ୍ତୁ...ଓଡିଶାର ସ୍ବାର୍ଥ୍ୟ ପାଇଁ ଯାହା ଆବଶ୍ୟକ କରିବି: ବିଶେଶ୍ବର ଟୁଡୁ

କହି ରଖୁଛୁ କି, ପୁଣି ଥରେ ବସ୍ତର ଆଡ଼କୁ ଆସୁଥିବା ନଦୀ ରାସ୍ତାରେ ବାଲି ଜମି ରହିଛି । ଫଳରେ ପୂର୍ବ ପରି ପାଣି ସମସ୍ୟା ଦେଖା ଦେଇଛି । ମୌସୁମୀରେ ମଧ୍ୟ ବସ୍ତରକୁ ତା ଭାଗ ପାଣି ମିଳୁନାହିଁ । ଯଦି ଏହିପରି ହୁଏ ତେବେ ଇନ୍ଦ୍ରାବଦୀ ନଦୀ ଖୁଶିଯିବା ସ୍ଥିତିକୁ ଆସିବ । ଜଳ ସଙ୍କଟ ଦେଖା ଦେଲେ ଚିତ୍ରକୋଟା ଜଳପ୍ରପାତର ସୁନ୍ଦରତା କମିଯିବା ଆଶଙ୍କା ଦେଖା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.