ETV Bharat / state

ସଂଘୀୟ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି ରାଜ୍ୟ ସରକାର: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ

author img

By

Published : Jun 8, 2023, 11:28 AM IST

ବିଜେପି ମହା ଜମମ୍ପର୍କ ଅଭିଯାନ ନେଇ ପ୍ରେସମିଟ
union minister Bishweswar Tudu targets bjd

କଟକରେ ବିଜେପିର ମହା ଜନସମ୍ପର୍କ ଅଭିଯାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁ଼ଡୁ । ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ

union minister Bishweswar Tudu targets bjd

କଟକ: ମେ 31 ତାରିଖରୁ ବିଜେପି ମହା ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ବିଫଳତା ଏବଂ ମୋଦି ସରକାରଙ୍କ ସଫଳତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । କଟକ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ମହା ଜନସମ୍ପର୍କ ଅଭିଯାନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁ଼ଡୁ । ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସଂଘୀୟ ବ୍ୟବସ୍ଥାରେ ଲାଭ ଉଠାଇଛି ରାଜ୍ୟରେ ଥିବା ବିଜେଡି ସରକାର । ସବୁ କେନ୍ଦ୍ର ଯୋଜନାକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସରକାର ଅନେକ ଖେଳ ଖେଳୁଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ସେ ଆହୁରି କହିଛନ୍ତି, ଏହାର ଜବାବ ଦେବା ପାଇଁ ଲୋକେ ପ୍ରସ୍ତୁତ ହେଲଣି । ଆସନ୍ତା 2024 ନିର୍ବାଚନରେ ଲୋକେ ବିଜେପିକୁ ହିଁ ଆଶୀର୍ବାଦ କରିବେ । ମୋଦିଙ୍କ ନେତୃତ୍ବରେ ସାରା ଭାରତବର୍ଷରେ ସାଧାରଣ କଥାଠୁ ନେଇ ଦେଶର ସୁରକ୍ଷା ଓ ସମ୍ମାନ ପ୍ରସଙ୍ଗ 2024ର ମୁଦ୍ଦା ହେବ । ଶାସକ ଦଳର ନେତା ଓ କର୍ମୀ ଅଣନିଶ୍ବାସୀ ହୋଇଗଲେଣି ସେମାନେ ନିଜକୁ ଗୁଲାମୀ ଭାବୁଛନ୍ତି । ବିଜେଡି ସାଂସଦ ମୁଖ୍ୟମନ୍ତ୍ରୀ କିଏ ବୋଲି ଜାଣିପାରୁ ନାହାନ୍ତି । ମୁଖ୍ୟମନ୍ତ୍ରୀ କିଏ ପାଣ୍ଡିଆନ ଓ ନବୀନ ପଟ୍ଟନାୟକ ସେମାନଙ୍କ ମଧ୍ୟରେ ପ୍ରଶ୍ନ ରହିଛି । ଏହା ସହ ରାଜ୍ୟ ସରକାର ସଙ୍ଘୀୟ ବ୍ୟବସ୍ଥାର ଫାଇଦା ଉଠାଉଛନ୍ତି 2024ରେ ସେମାନେ କେବେ ସଫଳ ହେବେ ନାହିଁ ।''

ଅଟକି ଥିବା ବିକାଶର ଧାରାକୁ ପୁଣି ଥରେ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ନେତୃତ୍ବ ନେଇଛନ୍ତି । ଓଡ଼ିଶାବାସୀଙ୍କ ନିକଟରେ କେନ୍ଦ୍ର ସରକାରଙ୍କ ବିକାଶର ଧାରାକୁ ପହଞ୍ଚେଇବାରେ ସହଯୋଗ କରୁନାହାନ୍ତି ଓଡ଼ିଶା ସରକାର । ଯାହାକୁ ନେଇ ରାଜ୍ୟରେ ଲୋକଙ୍କ ଦହନୀୟ ସ୍ଥିତି ରହିଛି । ଶୌଚାଳୟ, ଗ୍ୟାସ, ଜନଧନ ବ୍ୟାଙ୍କ ଆକାଉଣ୍ଟ, ଡିଜିଟାଲ ଇଣ୍ଡିଆ, ଗାଁ ଗାଁରେ ବିଜୁଳି ମୋଦି ସରକାର ପହଁଚାଇଛନ୍ତି । ମହାମାରୀ କୋଭିଡର ସଫଳ ମୁକାବିଲା କରି ମୋଦି ସରକାର ବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହା ବି ପଢନ୍ତୁ...ବିଜେପିର ମହା ଜନସମ୍ପର୍କ ଅଭିଯାନ; ଓଡ଼ିଶାରେ ହେବ ୪ ମହାସମାବେଶ, ଆସିବେ ମୋଦି-ଶାହା

ବିଦେଶକୁ ମଧ୍ୟ ଭାରତ କୋଭିଡ ସମୟରେ ସହଯୋଗର ହାତ ବଢ଼ାଇଛି । ୮୦ କୋଟି ଦେଶବାସୀ ମାଗଣାରେ ରାସନ୍ ପାଇଛନ୍ତି । କୃଷକଙ୍କ ପାଇଁ ଅନେକ ଲାଭଦାୟକ ଯୋଜନା କରିଛନ୍ତି ମୋଦି ସରକାର । ଜନ ଔଷଧି ଯୋଜନାରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି । କିନ୍ତୁ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକ ସବୁଠାରୁ ଅଧିକ ଫାଇଦା ପାଇଥାନ୍ତେ । ହେଲେ ତାହା ହୋଇ ସରକାର କରେଇ ଦେଉ ନାହାନ୍ତି । ଆଦିବାସୀଙ୍କୁ ରାଜ୍ୟରେ ଜମିପଟ୍ଟା ମିଳୁନି, ସେମାନଙ୍କ ଅଧିକାର ଦିଆଯାଉ ନାହିଁ । ରାଜ୍ୟବାସୀଙ୍କୁ ବାଟବାଣା କରୁଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । କେବଳ ନିର୍ବାଚନ ହାରିବା ଭୟରେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ରୋକିବାରେ କଣ୍ଟା ସାଜୁଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.