ETV Bharat / bharat

ନୌସେନାରେ INS ବିକ୍ରାନ୍ତ, ଜାଣନ୍ତୁ କେତେ ଶକ୍ତିଶାଳୀ ?

author img

By

Published : Sep 2, 2022, 11:19 AM IST

ନୌସେନା INS ବିକ୍ରାନ୍ତ
ନୌସେନା INS ବିକ୍ରାନ୍ତ

ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ । ରାଷ୍ଟ୍ର ଉଦ୍ଦେଶ୍ୟରେ INS ବିକ୍ରାନ୍ତକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଥିରୁଅନନ୍ତପୁରମ: ଶକ୍ତିଶାଳୀ ହେଲା ନୌସେନା । ଭାରତର ଶକ୍ତି ଭାରତରେ ନିର୍ମିତ ପ୍ରଥମ ସ୍ବଦେଶୀ ବିମାନ ବାହକ ବିକ୍ରାନ୍ତ ସମର୍ପଣ ହୋଇଛି । ଦେଶକୁ ରକ୍ଷା କରିବା ପାଇଁ ନୌସେନାରେ ସାମିଲ ହେଲା ଆଇଏନଏସ ବିକ୍ରାନ୍ତ । କୋଚି ସିପୟାର୍ଡରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ INS ବିକ୍ରାନ୍ତକୁ ସମର୍ପିତ କରିଛନ୍ତି । ଆଇଏନଏସ ବିକ୍ରାନ୍ତ ବିଶିଷ୍ଟ, ବିଶେଷ, ସ୍ବତନ୍ତ୍ର, ଆତ୍ମନିର୍ଭର ପ୍ରତୀକ ଓ ସୁପିରିୟର । କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ଼ ଏୟାରକ୍ରାଫ୍ଟ କ୍ୟାରିଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଛନ୍ତି ।

  • Indigenous Aircraft Carrier #IACVikrant the largest & most complex warship ever built in the maritime history of #India, named after her illustrious predecessor, India’s first Aircraft Carrier which played a vital role in the 1971 war is all set to be commissioned#INSVikrant pic.twitter.com/ADsSoIXUNr

    — रक्षा मंत्री कार्यालय/ RMO India (@DefenceMinIndia) September 2, 2022 " class="align-text-top noRightClick twitterSection" data=" ">

ଜାଣନ୍ତୁ INS ବିକ୍ରାନ୍ତ ବିଷୟରେ...

  • ଏହି ଜାହାଜର ଓଜନ ୪୫ ହଜାର ଟନ । ଏହାକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଘଣ୍ଟାପ୍ରତି ବେଗ ୫୨ କିମି ।
  • ଏହାର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡ଼ା ୬୨ ମିଟର । ଆଇଏନଏସ୍‌ ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ।
  • ଦୁଇଟି ଫୁଟବଲ ପଡ଼ିଆ ଯେତିକି ବଡ଼, ଏହି ଯୁଦ୍ଧ ଜାହାଜ ସେତିକି ବଡ଼ । ଏହାର ଉଚ୍ଚତା ମଧ୍ୟ ୧୮ଟି ଫ୍ଲୋର ସହ ସମାନ।
  • ଏହାର ହ୍ୟାଙ୍ଗରର ଆକାର ବହୁତ ବଡ ।
  • ଦୀର୍ଘ ବର୍ଷେ ଧରି ସମୁଦ୍ର ମଧ୍ୟରେ ଏହା ଟ୍ରାଏଲ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି ।
  • ପ୍ରାଥମିକ ଅବସ୍ଥାରେ ମିଗ୍‌ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ ।
  • ଜାହାଜରେ ଏମିତି ଏକ ମେସିନ ଲାଗିଛି, ଯେଉଁଥିରେ ଥରକେ ୩ ହଜାର ରୁଟି ବାହାରିବ ।
  • ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି ।
  • ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି ।
  • ଏଥିରେ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରିବହନ କରିବାର କ୍ଷମତା ରଖିଛି ।
  • ଏଥିରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍ ଦୂରତା ଅତିକ୍ରମ କରିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.