ETV Bharat / bharat

ହିନ୍ଦ ମହାସାଗରରେ ଭାରତ-ଆମେରିକା ମଧ୍ୟରେ ସମରାଭ୍ୟାସର ଶେଷ ଦିନ

author img

By

Published : Jun 24, 2021, 12:47 PM IST

ହିନ୍ଦ ମହାସାଗରରେ ଭାରତ-ଆମେରିକା ମଧ୍ୟରେ ସମରାଭ୍ୟାସର ଶେଷ ଦିନ । ଉଭୟ ଦେଶ ମଧ୍ୟରେ ହେଉଥିବା ଏହି ସମରାଭ୍ୟାସ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ । ଅଧିକ ପଢନ୍ତୁ....

India, US start two-day major naval drill in Indian Ocean Region
ହିନ୍ଦ ମହାସାଗରରେ ଭାରତ-ଆମେରିକା ମଧ୍ୟରେ ସମରାଭ୍ୟାସର ଶେଷ ଦିନ

ନୂଆଦିଲ୍ଲୀ: ଭାରତ ମହାସାଗର ଅଞ୍ଚଳରେ ଗତାକଲି(ବୁଧବାର) ଠାରୁ 2 ଦିନିଆ ବାୟୁସେନା, ନୌସେନା ଓ ଆମେରିକା ନୌସେନାର (ସିଏସଜି) ଗ୍ରୁପ ମଧ୍ୟରେ ମିଳିତ ସମରାଭ୍ୟାସର ଆଜି ଶେଷ ଦିନ । ଉଭୟ ଦେଶ ମଧ୍ୟରେ ହେଉଥିବା ଏହି ସମରାଭ୍ୟାସ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ।

ନୌସେନାର ସୂଚନା ଅନୁସାରେ ଏହି ଦୁଇ ଦିବସୀୟ ଅଭ୍ୟାସ ଦ୍ବିପାକ୍ଷିକ ସୁରକ୍ଷା ଓ ସମ୍ପର୍କକୁ ଆହୁରି ମଜବୁତ କରିବ । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ସୁଖୋଇ-30 ଏମକେଆଇ, ଫାଲକନ ଏୟାରବର୍ଣ୍ଣ, ୱାର୍ଣ୍ଣି ଓ କଣ୍ଟ୍ରୋଲ ସିଷ୍ଟମ ବିମାନ, ନେତ୍ରା ଏୟାରବର୍ଣ୍ଣ, ଆଇଏଲ-78 ବିମାନ ପ୍ରମୁଖ ସାମିଲ ହୋଇଛନ୍ତି । ସେହିପରି ସମରାଭ୍ୟାସରେ ଭାରତୀୟ ଯୁଦ୍ଧପୋତ INS କୋଚି ଓ ତେଗ ସହ ପି-ପଣ୍ଡୁବୀ ମଧ୍ୟ ସାମିଲ ହୋଇଛନ୍ତି ।

ସେପଟେ ଆମେରିକା ନୌସେନା ପକ୍ଷରୁ ରୋନାଲ୍ଡ ରୀଗନ କ୍ୟାରିୟର ଷ୍ଟ୍ରାଇକ ଗ୍ରୁପ ଭାଗ ନେଇଛନ୍ତି । ଏହି ଯୁଦ୍ଧାଭ୍ୟାସ ଉଭୟ ଦେଶର ଷ୍ଟ୍ରାଟେଜିକ, ଆଉଟରିଚ, ଅଭ୍ୟାସରେ ସାମିଲ ହୋଇଛି । ଭାରତୀୟ ବାୟୁସେନାର ସୂଚନା ଅନୁସାରେ ଅଭ୍ୟାସରେ ଆମେରିକା ନୌସେନାର ବିଧ୍ବଂସି ବିମାନ ସହ ଯୁଦ୍ଧ ଜାହାଜ ସାମିଲ ହୋଇଛି ।

ଏହି ଦୁଇ ଦିବସୀୟ ଅଭ୍ୟାସର ଉଦ୍ଦେଶ୍ୟ ହେଲା ହିନ୍ଦ ମହାସାଗରରେ ଉଭୟ ଦେଶର ବାୟୁସେନା ନୌସେନା ମଧ୍ୟରେ ତାଳମେଳ ଠିକ ରଖିବା ସହ ନିଜ ନିଜ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା । ଏହାବାଦ ଉଭୟ ଦେଶର ଦକ୍ଷତା ଓ ଯବାନଙ୍କ ମଧ୍ୟରେ ଭାବବିନିମୟ ମଧ୍ୟ ହୋଇପାରିବ । ସେହିପରି ସାମୁଦ୍ରିକ କ୍ଷେତ୍ରରେ ସୁରକ୍ଷା, ସ୍ଥିରତା, ଶାନ୍ତି ପ୍ରତିଷ୍ଠା କରିବାର ମଧ୍ୟ ଉଦ୍ଦେଶ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.