ETV Bharat / bharat

Chief Guest of Republic Day 2023: ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଭାରତର ନିମନ୍ତ୍ରଣ

author img

By

Published : Nov 25, 2022, 5:36 PM IST

Chief Guest of Republic Day 2023: ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଭାରତର ନିମନ୍ତ୍ରଣ
Chief Guest of Republic Day 2023: ଇଜିପ୍ଟ ରାଷ୍ଟ୍ରପତିଙ୍କୁ ଭାରତର ନିମନ୍ତ୍ରଣ

ଆଗାମୀ 2023 ସାଧାରଣତନ୍ତ୍ର ଦିବସ ( Republic Day 2023) (ଜାନୁୟାରୀ 26 ) ରେ ମୁଖ୍ୟ ଅତିଥି ହୋଇପାରନ୍ତି ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତା ଅଲ-ସିସି (Egyptian President Abdel Fattah El-Sisi)। ଏନେଇ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଡା. ଏସ ଜୟ ଶଙ୍କର ବିଦ୍ଧବଧ ଭାବେ ଇଜିପ୍ଟ ରାଷ୍ଚ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି (India invited the Egypts President as chief guest of Republic Day 2023)। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଗାମୀ 2023 ସାଧାରଣତନ୍ତ୍ର ଦିବସ ( Republic Day 2023) (ଜାନୁୟାରୀ 26 ) ରେ ମୁଖ୍ୟ ଅତିଥି ହୋଇପାରନ୍ତି ଇଜିପ୍ଟ ରାଷ୍ଟ୍ରପତି ଅବ୍ଦୁଲ ଫତା ଅଲ-ସିସି (Egyptian President Abdel Fattah El-Sisi) । ଏନେଇ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଡା. ଏସ ଜୟ ଶଙ୍କର ବିଦ୍ଧବଧ ଭାବେ ଇଜିପ୍ଟ ରାଷ୍ଚ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି (India invited the Egypts President as chief guest of Republic Day 2023) । ଆଫ୍ରିକା ମହାଦେଶର ଏହି ଦ୍ବିତୀୟ ବୃହତ ଅର୍ଥନୀତି ଦେଶ ସହ ଭାରତ ନିଜର ଅର୍ଥନୈତକ ସାମରିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଯେଉଁଥି ପାଇଁ ଇଜିପ୍ଟ ରାଷ୍ଟ୍ରପତିଙ୍କୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବା ପାଇଁ ଭାରତ ନିମନ୍ତ୍ରଣ ଦେଇଛି ।

  • As independent-minded nations, India and Egypt contribute to global discourse. And promote the cause of peace, progress and development.

    — Dr. S. Jaishankar (@DrSJaishankar) October 16, 2022 " class="align-text-top noRightClick twitterSection" data=" ">

ଇଜିପ୍ଟ ହେଉଛି ଆରବ ଜଗତର ସବୁଠାରୁ ବୃହତ ଜନବହୁଳ ରାଷ୍ଟ୍ର । ଏହାସହ ଆଫ୍ରିକା ମହାଦେଶର ଦ୍ବିତୀୟ ବୃହତ ଅର୍ଥନୀତି ଦେଶ । ଚଳିତ ବର୍ଷ ଉଭୟ ଦେଶ ନିଜର କୂଟନୀତି ସମ୍ପର୍କର 75 ବର୍ଷ ପୂର୍ତ୍ତି ପାଳନ କରିଛନ୍ତି (Both countries celebrated the 75th anniversary of diplomatic relations) । ଏତତ ବ୍ୟତୀତ ଚଳିତ ବର୍ଷ ଭିନ୍ନ ଭିନ୍ନ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Defence Minister Rajnath Singh) ଓ ବୈଦେଶିକ ମନ୍ତ୍ରୀ ଡା. ଏସ ଜୟ ଶଙ୍କର (Foreign Minister S Jaishankar) ଇଜିପ୍ଟ ଗସ୍ତ କରି ସମ୍ପର୍କ ସୁଦୃଢ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବୈଦେଶିକ ମନ୍ତ୍ରୀ ନିଜର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବ୍ୟକ୍ତିଗତ ସନ୍ଦେଶ ପତ୍ରକୁ ଇଜିପ୍ଟ ରାଷ୍ଟ୍ରପତି ରାଷ୍ଚ୍ରପତି ଅବ୍ଦୁଲ ଫତା ଅଲ-ସିସିଙ୍କୁ ସାକ୍ଷାତ କରି ପ୍ରଦାନ କରିଥିଲେ । ଏଥିରୁ ସ୍ପଷ୍ଟ ନୂଆଦିଲ୍ଲୀ- କାଇରୋ (Cairo-New Delhi Relations) ମଧ୍ୟରେ ସୁଦୃଢ ବାଣିଜ୍ୟକ ଓ କୂଟନୈତିକ ସମ୍ପର୍କ ବୃଦ୍ଧି ପାଇଁ ନୂଆଦିଲ୍ଲୀ ଚାହୁଁଛି ।

ଏହାବି ପଢନ୍ତୁ- Parliament Winter Session: କେନ୍ଦ୍ର ସରକାର ଡାକିଲେ ସର୍ବଦଳୀୟ ବୈଠକ

ଗସ୍ତ ଅବସରରେ ଉଭୟ ଦେଶର ସମାରିକ ସମ୍ପର୍କ ସୁଦୃଢ ନେଇ ଇଜିପ୍ଟ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ରାଜନାଥ ସିଂ । ଏହି ଦ୍ବିପାକ୍ଷିକ ଆଲୋଚନାରେ ଉଭୟ ସେନାର ମିଳିତ ପ୍ରଶିକ୍ଷଣ, ଅସ୍ତ୍ର ଶସ୍ତ୍ର ରପ୍ତାନୀ ଆମଦାନୀ ଜ୍ଞାନ କୌଶଳ ଆଦାନ ପ୍ରଦାନ ନେଇ ଏକାଧିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । ଖାଲି ଏତିକି ନୁହେଁ ଇଜିପ୍ଟ ଭାରତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ କିଣିବା ପାଇଁ ଆଗ୍ରହୀ ରହିଛି । ରାଜନାଥ ଗସ୍ତ ଅବସରରେ ଇଜିପ୍ଟକୁ 12 ତମ ଡିଫେନ୍ସ ଏକ୍ସପୋ ରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦେଇଥିଲେ । ଯାହା ଗତ ମାସରେ ଶେଷ ହୋଇଛି ।

ଏହାବି ପଢନ୍ତୁ- Sweet Potato Benefits: ମଧୁମେହଠୁ ଆଖିରୋଗ ରକ୍ତଚାପ ନିୟନ୍ତ୍ରଣ କରେ କନ୍ଦମୂଳ

2014 ମସିହାରୁ ଇଜିପ୍ଟ ରାଷ୍ଟ୍ରପତି ଥିବା ଅବ୍ଦୁଲ ଫତା ଅଲ-ସିସି ଶେଷ ଥର ପାଇଁ 2016 ମସିହାରେ ଭାରତ ଗସ୍ତରେ ଆସିଥିଲେ । ଏହା ପୂର୍ବରୁ 2015 ନୂଆଦିଲ୍ଲୀ ରେ ଅନୁଷ୍ଠିତ ଇଣ୍ଡିଆ-ଆଫ୍ରିକା ଫୋରମ ସମିଟରେ ଭାଗ ନେବାକୁ ଭାରତ ଆସିଥିଲେ ଇଜିପ୍ଟ ରାଷ୍ଟ୍ରପତି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓ ଇଜିପ୍ଚ ରାଷ୍ଚ୍ରପତି ଦ୍ବିପାକ୍ଷିକ ବୈଠକ କରିଥିଲେ ।

ଏହାବି ପଢନ୍ତୁ- ସୁନାର ଫସଲରେ ଦାଉ ସାଧିଲା ପୋକ, ପରିଚୟ ହରାଇବ ଫୁଲକୋବିର ଗାଁ କୁଳେଇ !

ସୂଚନାଯୋଗ୍ୟ ମୋଦି ସରକାର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଏକାଧିକ ରାଷ୍ଚ୍ରମୁଖ୍ୟଙ୍କୁ ଆଣିସାରିଛନ୍ତି । ତେବେ ଗତ 2 ବର୍ଷ କୋରନା କଟକଣା ପାଇଁ କୌଣସି ବିଦେଶୀ ଅତିଥିଙ୍କୁ ନିମନ୍ତ୍ରଣ ଦେଇନଥିଲେ ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.