ETV Bharat / bharat

Pm modi in Dussehra: ‘ରାବଣ ଦହନ ପ୍ରତ୍ୟେକ ସାମଜିକ ମନ୍ଦ ଶକ୍ତିର ଦହନ’

author img

By ETV Bharat Odisha Team

Published : Oct 24, 2023, 10:21 PM IST

Updated : Oct 24, 2023, 10:47 PM IST

Pm modi in Dussehra: ‘ରାବଣ ଦହନ ପ୍ରତ୍ୟେକ ସାମଜିକ ମନ୍ଦ ଶକ୍ତିର ଦହନ’
Pm modi in Dussehra: ‘ରାବଣ ଦହନ ପ୍ରତ୍ୟେକ ସାମଜିକ ମନ୍ଦ ଶକ୍ତିର ଦହନ’

ଦିଲ୍ଲୀ ଦ୍ବାରକାରେ ବିଜୟା ଦଶମୀ ପାଳିଲେ ପ୍ରଧାନମନ୍ତ୍ରୀ । କହିଲେ ରାବଣର ଦହନ ପ୍ରତ୍ୟେକ ବିକୃତି ଓ ସାମାଜିକ ଭେଦଭାବ ସୃଷ୍ଟି କରୁଥିବା ମନ୍ଦ ଶକ୍ତିର ଦହନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ସମଗ୍ର ଦେଶ ପାଳୁଛି ଶାରଦୀୟ ପାର୍ବଣର ଅନ୍ତିମ ପର୍ବ ଦଶହରା ବା ବିଜୟା ଦଶମୀ । ଏହି ଅବସରରେ ବିଭିନ୍ନ ସ୍ଥାନରେ ଭବ୍ୟ ଆୟୋଜନ ମଧ୍ୟ କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଦ୍ବାରକାରେ ବିଜୟା ଦଶମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ପବିତ୍ର ଅବସରରେ ସମାଜରେ ଥିବା ଦୁଷ୍ଟଶକ୍ତିଙ୍କୁ ରାବଣ ସହ ତୂଳନା କରି ବର୍ଷିଛନ୍ତି । ବିରୋଧୀ ଦଳକୁ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପରୋକ୍ଷରେ କହି ବର୍ଷିଛନ୍ତି ।

  • #WATCH | Prime Minister Narendra Modi says "We have to keep in mind that today the burning of Ravana should not be just the burning of an effigy. This should be the burning of every deformity due to which the mutual harmony of the society deteriorates. Let this be the burning of… pic.twitter.com/wGJ8bafqVw

    — ANI (@ANI) October 24, 2023 " class="align-text-top noRightClick twitterSection" data=" ">

ଶ୍ରଦ୍ଧାଳୁଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଭାରତ ପୂର୍ବ ଅପେକ୍ଷା ଅଧିକ ସଚେତନ ହେବା ଆବଶ୍ୟକତା ରହିଛି । ଏହାକୁ ମନେ ରଖିବାକୁ ହେବ ଯେ ରାବଣର ଦହନ କେବଳ କୁଶପୁତ୍ତଳିକାର ଦହନରେ ସୀମିତ ନୁହେଁ । ଏହି ଦହନ ପ୍ରତ୍ୟେକ ସମାଜରେ ଥିବା ସମସ୍ତ ବିକୃତିର ଦହନ । ସମାଜର ଭାଇଚାରା, ସୌହାର୍ଦ୍ଦ୍ୟ ଓ ପାରସ୍ପରିକ ସମନ୍ୱୟ ନଷ୍ଟ କରୁଥିବା ପ୍ରତ୍ୟେକ ବିକୃତିର ଦହନ । ଏହି ଦହନ ଜାତି ଏବଂ ଆଞ୍ଚଳିକତା ନାମରେ ମା’ ଭାରତୀକୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ମନ୍ଦ ଶକ୍ତିର ଦହନ । ବିକାଶ ପରିବର୍ତ୍ତେ ସ୍ୱାର୍ଥପରତାର ଏହି ଦହନ ।’’

ରାବଣପୋଡି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି
ରାବଣପୋଡି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି
ରାବଣପୋଡି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି
ରାବଣପୋଡି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି

କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଜାତିଭିତ୍ତିକ ଜନଗଣନା ଦାବି କରୁଥିବା ବେଳେ ସେ ପୂଜା ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ରାବଣ ଉପାଖ୍ୟାନରେ ଏହି ମନ୍ତବ୍ୟ ଆସିଛି । ଯାହା ବିରୋଧୀଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ ଜଣାପଡୁଛି । କାରଣ ପ୍ରଧାନମନ୍ତ୍ରୀ ଏହି ଜାତିଭିତ୍ତିକ ଜନଗଣନା ବିଚାରକୁ ପ୍ରଥମରୁ ସମାଜର ଜାତି ଆଧାରିତ ବିଭାଜନ ଓ ଭେଦଭାବର ଯୋଜନା ବୋଲି କହି ସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Vijayadashami: ଭାରତ-ଚୀନ ସୀମାରେ ସେନାର ଶସ୍ତ୍ର ପୂଜା, ସାମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଆହୁରି ମଧ୍ୟ କହିଛନ୍ତି ଯେ ବିଜୟ ଦଶମୀ ପର୍ବ କେବଳ ରାବଣ ଉପରେ ଭଗବାନ ରାମଙ୍କ ବିଜୟର ପର୍ବ ନୁହେଁ, ଏହା ଦେଶର ପ୍ରତ୍ୟେକ ବିକୃତି ଓ ମନ୍ଦ ଉଦ୍ଦେଶ୍ୟ ଉପରେ ଦେଶପ୍ରେମର ବିଜୟର ପର୍ବ ମଧ୍ୟ ହେବା ଉଚିତ । ବର୍ତ୍ତମାନ ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଏବଂ ସବୁଠାରୁ ବିଶ୍ୱସ୍ତ ଗଣତନ୍ତ୍ର ଭାବରେ ବର୍ତ୍ତମାନ ଉଭା ହେଉଛି । ବିଜୟା ଦଶମୀରେ ଅସ୍ତ୍ର ପୂଜା କରିବାର ପରମ୍ପରା ମଧ୍ୟ ଅଛି । ଭାରତୀୟ ମାଟିରେ ଅସ୍ତ୍ରଶସ୍ତ୍ର ପୂଜା କୌଣସି ଆଧିପତ୍ୟ ପାଇଁ ନୁହେଁ, ବରଂ ନିଜର ସୁରକ୍ଷା ପାଇଁ ପୂଜା କରାଯାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 24, 2023, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.