ETV Bharat / bharat

ଏହି ଗାଁରେ ନାହାଁନ୍ତି ଗୋଟିଏ ବି ମୁସ୍‌ଲିମ୍‌, ଅଜାନ ଦାୟିତ୍ବରେ ହିନ୍ଦୁ ପରିବାର

author img

By

Published : Apr 27, 2022, 7:38 PM IST

Updated : Apr 28, 2022, 2:49 PM IST

Interesting News: ଏହି ଗାଁରେ ନାହାଁନ୍ତି ଗୋଟିଏ ବି ମୁସ୍‌ଲିମ୍‌, ଅଜାନ ଦାୟିତ୍ବରେ ହିନ୍ଦୁ ପରିବାର
Interesting News: ଏହି ଗାଁରେ ନାହାଁନ୍ତି ଗୋଟିଏ ବି ମୁସ୍‌ଲିମ୍‌, ଅଜାନ ଦାୟିତ୍ବରେ ହିନ୍ଦୁ ପରିବାର

ବିହାର ନାଳନ୍ଦା ଜିଲ୍ଲାର ମାଡି ଗାଁରେ ମସଜିଦ୍ ଓ ମଜାର ଦେଖି ବାହାରୁ ଆସୁଥିବା ଲୋକ ଏହା ଭାବିବ ଯେ, ଗାଁରେ ଠିକ୍‌ଠାକ୍ ମୁସଲିମ୍ ଜନସଂଖ୍ୟା ଥିବ । ପ୍ରତ୍ୟେକ ଦିନ ଠିକ୍ ସମୟରେ ଅଜାନ ହେଉଥିବ, ମସଜିଦ୍‌ର ଠିକ୍ ଭାବେ ଦେଖାଶୁଣା କରାଯାଉଥିବ, କିନ୍ତୁ କେହି ବି ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ମାଡି ଗାଁରେ ଜଣେ ହେଲେ ମୁସଲିମ ପରିବାର ନାହିଁ । ପଢନ୍ତୁ ଏହି SPECIAL REPORT

ପାଟନା: ପୁରା ଦେଶରେ ଯେଉଁଠି ହିନ୍ଦୁ ଓ ମୁସଲିମ୍ ଧର୍ମାବଲମ୍ବୀଙ୍କ ମଧ୍ୟରେ ସାଂପ୍ରଦାୟିକ ହିଂସା ଦେଖିବାକୁ ମିଳୁଛି, ସେହି ସମୟରେ ହିଁ ଏକ ସକରାତ୍ମକ ଖବର ମନକୁ ବେଶ୍ ଆରାମ ଯୋଗାଉଛି । ସାଂପ୍ରଦାୟିକ ହିଂସାର ଅଗ୍ନିରେ ଯେମିତି ଏହି ଖବର ବରଫର ଚାଦର ବିଛେଇ ଦେଇଛି । ଏହି ଆଶ୍ବସ୍ତିକର ଖବର ବିହାରର ନାଳନ୍ଦାରୁ ଆସିଛି । ନାଳନ୍ଦା ଜିଲ୍ଲାର ଏକ ଗାଁ ବର୍ତ୍ତମାନ ହିନ୍ଦୁ-ମୁସଲିମଙ୍କ ପାଇଁ ଉଦାହରଣ ସାଜିଛି । ତେବେ ଚାଲନ୍ତୁ ଜାଣିବା କାହିଁକି ଏହି ଗାଁ ଏବେ ସମଗ୍ର ଭାରତରେ ଚର୍ଚ୍ଚାରେ ବିଷୟ ପାଲଟିଛି...

ଗାଁରେ ନାହାଁନ୍ତି ମୁସଲିମ ପରିବାର:

ବିହାର ନାଳନ୍ଦା ଜିଲ୍ଲାର ବେନ୍ ପ୍ରଖଣ୍ଡର ମାଡି ଗାଁରେ କେବଳ ହିନ୍ଦୁ ପରିବାର ବାସ କରନ୍ତି । କିନ୍ତୁ ଏଠାରେ କାହିଁ କେଉଁ କାଳରୁ ଏକ ମସ୍‌ଜିଦ୍ ଅଛି । କିନ୍ତୁ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗାଁରେ ଜଣେ ବି ମୁସଲିମ୍ ନ ଥାଇ(Mari Village where no Muslim lives) ମଧ୍ୟ ଏହି ମସଜିଦ୍ କେବେ ହେଲେ ଉପେକ୍ଷିତ ହୋଇ ନାହିଁ । ବରଂ ଗାଁରେ ବସବାସ କରୁଥିବା ସମ୍ପୂର୍ଣ୍ଣ ହିନ୍ଦୁ ସମୁଦାୟ ଏହାର ରକ୍ଷଣାବେକ୍ଷଣା(Hindus take care of mosque in nalanda) କରିଥାଆନ୍ତି । ଦିନକୁ ୫ ଥର ଅଜାନ ମଧ୍ୟ ପାଠ କରାଯାଇଥାଏ । କେବଳ ଏତିକି ନୁହେଁ, ମସଜିଦ୍‌ ଭିତର ଓ ଚତୁଃପାର୍ଶ୍ବ ସଫା ରଖିବା ସହ ରଙ୍ଗ କରିବା କାମ ମଧ୍ୟ ହିନ୍ଦୁମାନେ ହିଁ କରିଥାଆନ୍ତି । ଆଉ ଏଥିପାଇଁ କୌଣସି ଜଣେ ହେଲେ ବି ହିନ୍ଦୁ ବ୍ୟକ୍ତି ସଙ୍କୋଚବୋଧ କରନ୍ତି ନାହିଁ । ମନ୍ଦିର ଭଳି ମସଜିଦ୍‌ର ମଧ୍ୟ ଯତ୍ନ ନେଇଥାଆନ୍ତି ।

Interesting News: ଏହି ଗାଁରେ ନାହିଁ ଗୋଟିଏ ବି ମୁସ୍‌ଲିମ୍‌ ପରିବାର, ଅଜାନ ଦାୟିତ୍ବରେ ହିନ୍ଦୁ ପରିବାର

ପେନ୍ ଡ୍ରାଇଭ ଦ୍ବାରା ହୁଏ ଅଜାନ:

ମସଜିଦ୍‌ ସଫାସୁତୁରାର ଦାୟିତ୍ବ ଗାଁର ବଖୋରୀ ଜମାଦାର, ଗୌତମ ପ୍ରସାଦ ଓ ଅଜୟ ପାଶୱାନ ନେଇଛନ୍ତି । ମସଜିଦ୍‌ରେ ନିୟମାନୁସାରେ ସଫାସଫି, ମରାମତି ସହ ପ୍ରତ୍ୟେକ ଦିନ ଅଜାନ ମଧ୍ୟ ଦିଆଯାଇଥାଏ । ହିନ୍ଦୁ ଧର୍ମର ଲୋକେ ଅଜାନ ଜାଣି ନ ଥିବାରୁ ଏହାର ଏକ ସୁନ୍ଦର ଉପାୟ ମଧ୍ୟ ଖୋଜି ଦେଇଛନ୍ତି । ପେନ୍ ଡ୍ରାଇଭ୍ ଦ୍ବାରା ଏମାନେ ଦିନକୁ ୫ ଥର ଅଜାନ ଦେଇଥାଆନ୍ତି । ମସଜିଦ୍‌ର ସଫା କାମ ହେଉ ଅବା ମରାମତି କାମ ହେଉ, ପୁରା ଗାଁ ଏଥିରେ ପୂର୍ଣ୍ଣ ସହଯୋଗ କରନ୍ତି ।

ପଥରରୁ ଦୂର ହୁଏ ରୋଗ:

କେବଳ ଏତିକି ନୁହେଁ, ଗାଁର ସମସ୍ତ ହିନ୍ଦୁ ଲୋକ କୌଣସି ବି ଶୁଭ କାର୍ଯ୍ୟରେ ଗଲେ ପ୍ରଥମେ ଏହି ମସ୍‌ଜିଦ୍‌କୁ ଆସି ଦର୍ଶନ କରିଥାଆନ୍ତି । ବିବାହ-ବ୍ରତ ଘରେ ଯେମିତି ହିନ୍ଦୁ ଦେବାଦେବୀଙ୍କ ମନ୍ଦିରକୁ କାର୍ଡ ପଠାଯାଇଥାଏ, ଠିକ୍ ସେହିପରି ଏହି ମସଜିଦ୍‌କୁ ମଧ୍ୟ ଏକ କାର୍ଡ ପଠାଯାଇଥାଏ । ମାନ୍ୟତା ଅଛି ଯେ, ଏମିତି ଯିଏ ନ କରେ, ତା ଉପରକୁ ବିପଦ ମାଡି ଆସେ । ବର୍ଷ ବର୍ଷ ଧରି ଚାଲୁଥିବା ଏହି ପରମ୍ପରାକୁ ଗାଁର ହିନ୍ଦୁ ପରିବାର ଖୁବ୍ ବିଶ୍ବାସ ସହକାରେ ନିଭାଇ ଥାଆନ୍ତି । ଏଥିରେ କାହାର ବି କୌଣସି ଆପତ୍ତି ନଥାଏ । କେବଳ ଏତିକି ନୁହେଁ, ଗ୍ରାମବାସୀଙ୍କ କହିବା କଥା ଯେ, ଯଦି ଗାଁରେ କାହାକୁ ବି ଗାଲଫୁଲି(ଏକପ୍ରକାର ରୋଗ) ହେବା ପରେ ମସଜିଦ୍ ରେ ଥିବା ପଥରକୁ ଛୁଇଁବା ପରେ ଏହା କମିଯାଇଥାଏ । ମସଜିଦ୍ ଭିତରେ ଗୋଟିଏ ମଜାର ମଧ୍ୟ ଅଛି, ଯେଉଁଠି ଲୋକମାନେ ଚାଦର ମଧ୍ୟ ଚଢାଇଥାଆନ୍ତି ।

ମନୋସ୍କାମନା ହୁଏ ପୂରଣ:

ଗାଁ ଲୋକଙ୍କ ବିଶ୍ବାସ ଯେ, ଯେମିତି ମନ୍ଦିରରେ ମାନସିକ କଲେ ପୂରଣ ହୋଇଯାଏ, ଠିକ୍ ସେମିତି ଏହି ମସଜିଦ୍ ରେ ମାନସିକ କଲେ ମଧ୍ୟ ପୂରଣ ହୋଇଥାଏ । ତେଣୁ ଯିଏ ଯେଉଁ ଶୁଭ କାମରେ ଗଲେ ମଧ୍ୟ ଏଠାରେ କିଛି ସମୟ ଅଟକି ଯାଇଥାଆନ୍ତି । 2 ଥର ଏଠାରେ ଦଙ୍ଗା ହୋଇଥିଲା । ଏହାପରେ ସବୁ ମୁସଲିମ୍ ପରିବାର ଏହି ଗାଁ ଛାଡି ବିହାରସରିଫ୍ ଚାଲିଗଲେ । ସେବେ ଠାରୁ ହିନ୍ଦୁ ଲୋକ ଏହି ମସଜିଦ୍‌ର ଦେଖାଶୁଣା କରୁଛନ୍ତି ।

ମାଡି ଗାଁର ଜନସଂଖ୍ୟା 2000:

ଗ୍ରାମବାସୀ କୁହନ୍ତି ଯେ, ବର୍ଷ ପୂର୍ବରୁ ଏଠାରେ ମୁସଲିମ ପରିବାର ରହୁଥିଲେ । କିନ୍ତୁ ଧୀରେ ଧୀରେ ସେମାନେ ପଳାୟନ କରିଥିଲେ । କିନ୍ତୁ ଗାଁରେ ମସଜିଦ୍ ଟିଏ ରହିଗଲା । ଏହା ପରେ ହିନ୍ଦୁ ଲୋକମାନେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ବ ନିଜ ଉପରକୁ ନେଇଥିଲେ । ଏହି ଗାଁର ଜନସଂଖ୍ୟା ୨୦୦୦ । ଏବଂ ସମସ୍ତେ ହିନ୍ଦୁ ଧର୍ମର ଲୋକେ । ୧୯୮୧ ମସିହାରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ଦ୍ବାରା ହିଁ ଏହି ମସଜିଦ୍‌ର ଦେଖାଶୁଣା କରାଯାଉଛି ।

କାହିଁକି ମାଡି ଗାଁ ଛାଡି ଚାଲିଗଲେ ମୁସଲମାନ:

ସ୍ଥାନୀୟ ବାସିନ୍ଦା କୁହନ୍ତି ଯେ, ମୁସଲମାନ ଏଠାରେ ୩ ଶତାବ୍ଦୀ ପୂର୍ବରୁ ରହିଆସୁଥିଲେ । ୧୯୪୬ ସାଂପ୍ରଦାୟିକ ଦଙ୍ଗା ପରେ ମୁସଲିମ ପରିବାର ଗାଁ ଛାଡି ପଳାଇ ଥିଲେ । ଏହା ପରେ ୧୯୮୧ରେ ବଳକା ପଡିଥିବା ଆଉ କିଛି ମୁସଲମାନ ମଧ୍ୟ ବିହାରସରିଫ୍ ପଳାଇ ଯାଇଥିଲେ । ସେବେ ଠାରୁ ହିଁ ହିନ୍ଦୁଙ୍କ ଦ୍ବାରା ହିଁ ଏହି ମସଜିଦ୍ ପରିଚାଳିତ ହୋଇ ଆସୁଛି । ୧୯୪୫ ପର୍ଯ୍ୟନ୍ତ ଏଠାରେ ୪୫ ମୁସଲିମ୍ ପରିବାର, ୪୫ କୁର୍ମୀ ପରିବାର ଓ ୧୦ ଅନ୍ୟ ଜାତିର ପରିବାର ବସବାସ କରୁଥିଲେ ।

ମଣ୍ଡି ନାଁରୁ ଆସିଛି ମାଡି:

ଗ୍ରାମବାସୀ କୁହନ୍ତି ଯେ, ପ୍ରଥମେ ଏହି ଗାଁର ନାଁ ପ୍ରଥମେ ମଣ୍ଡି ଥିଲା । ଏହା ଜିଲ୍ଲାରେ ଏକ ବଜାର ରୂପେ ସ୍ଥାପିତ ଥିଲା । ପରେ ଏହାର ନାଁ ମାଡି ହେଲା । କିନ୍ତୁ ଗାଁରେ ବାରମ୍ବାର ନିଆଁ ଲାଗିବା ଓ ବନ୍ୟା ଆସିବା କାରଣରୁ ଏହାର ନାଁ ବଦଳିବାରେ ଲାଗିଲା । ପ୍ରଥମ ବିତ୍ପାତ ପରେ ଏହାର ନାଁ ନିମ ମାଡି ହେଲା, ପରେ ପାବ ମାଡି, ଏହା ପରେ ମୁଷାରକତ ମାଡି ଓ ଶେଷରେ ଇସ୍ମାମାଇଲପୁର ମାଡି ହୋଇଥିଲା । ଗ୍ରାମବାସୀ କୁହନ୍ତି ଯେ, ପାଖାପାଖି ୫ରୁ ୬ ବର୍ଷ ପୂର୍ବରୁ ହଜରତ ଇସ୍ମମାଇଲ ନାମକ ଜଣେ ବ୍ୟକ୍ତି ଗାଁକୁ ଆସିଥିଲେ । ତାଙ୍କ ଆସିବା ପରେ ଗାଁରେ କୌଣସି ବିତ୍ପାତ ଆସି ନଥିଲା । ଯେତେବେଳେ ତାଙ୍କ ଦେହାନ୍ତ ହୋଇଗଲା, ସେତେବେଳେ ଗ୍ରାମବାସୀ ତାଙ୍କୁ ମସଜିଦ୍ ପାଖରେ ହିଁ କବର ଦେଇଥିଲେ । ତାଙ୍କରି ଉପରେ ହିଁ ମଜାର ବନା ଯାଇଛି ।

୨୦୦-୨୫୦ ବର୍ଷ ପୁରୁଣା ଏହି ମସ୍‌ଜିଦ୍:

ଏହି ମସଜିଦ୍ ର କେବେ ନିର୍ମାଣ ହୋଇଥିଲା ଓ ଏହାକୁ କିଏ କରିଥିଲା, ଏ ନେଇ ସ୍ପଷ୍ଟ ପ୍ରମାଣ ନାହିଁ । କିନ୍ତୁ ସ୍ଥାନୀୟ ଲୋକେ କୁହନ୍ତି ଯେ, ତାଙ୍କ ପୂର୍ବ ପୁରୁଷମାନେ ତାଙ୍କୁ କୁହନ୍ତି ଯେ, ଏହା ୨୦୦-୨୫୦ ବର୍ଷ ପୁରୁଣା । ଦେଖିବାକୁ ଗଲେ, ମାଡି ଗାଁର ଏହି ମସଜିଦ୍‌ରୁ ମୁସଲମାନଙ୍କ ସମସ୍ତ ସମ୍ପର୍କ କଟିଯାଇଥିବାବେଳେ ହିନ୍ଦୁଙ୍କ ସହ ଆହୁରି ମଜବୁତ୍ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 28, 2022, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.