ମୁସଲିମ ମହିଳାଙ୍କ ସହ ସପିଂ କରିବାକୁ ଯାଇଥିଲେ ହିନ୍ଦୁ ଯୁବକ, ଜାଣନ୍ତୁ କଣ ହେଲା

author img

By

Published : May 23, 2023, 1:30 PM IST

Updated : May 23, 2023, 2:26 PM IST

hindu youth comes for shopping with muslim girl

ଉତ୍ତରପ୍ରଦେଶ ମୁରଦାବାଦରେ ଜଣେ ହିନ୍ଦୁ ଯୁବକ ଜଣେ ମୁସଲିମ ମହିଳାଙ୍କ ସହ କିଛି ସପିଙ୍ଗ କରିବାକୁ ଯାଇଥିଲେ । ଏହା ଜଣାପଡିବା ପରେ କିଛି ସ୍ଥନୀୟ ଲୋକ ସେମାନଙ୍କୁ ଗାଳି ଗୁଲଜ କରିବା ସହ ମାରପିଟ କରିଥିବା ଦେଖିବାକୁ ମିିଳିଛି । ଅଧିକ ପଢନ୍ତୁ

ମୁସଲିମ ମହିଳାଙ୍କ ସହ ସପିଂ କରିବାକୁ ଯାଇଥିଲେ ହିନ୍ଦୁ ଯୁବକ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁରାଦାବାଦ ଜିଲ୍ଲା ଭୋଜପୁର ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟ କରି ଦେବା ପରି ଖବର ସାମ୍ନାକୁ ଆସିଛି । ଜଣେ ମୁସଲିମ ମହିଳା ଜଣେ ହିନ୍ଦୁ ୟୁବକଙ୍କ ସହ ସପିଙ୍ଗ କରିବାକୁ ବଜାର ଯାଇଥିଲା । ଏହା ଜଣା ପଡିବା ପରେ ଦୋକନୀଙ୍କ ସମେତ ସେଠାକାର ସ୍ଥାନୀୟ ଲୋକ ମୁସଲିମ ମହିଳା ଜଣଙ୍କୁ ଗାଳି ଗୁଲଜ କରିବା ସହ ହିନ୍ଦୁ ଯୁବକ ଜଣଙ୍କୁ ମାଡ ମାରିଥିବା ଖବର ସାମ୍ନାକୁ ଆସିଛି । ଏହି ସମୟରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

ସୂଚନାଅନୁସାରେ, ଭୋଜପୁର ବଜାରକୁ ଜଣେ ମୁସଲିମ ମହିଳା ଓ ହିନ୍ଦୁ ୟୁବକ କିଛି କିଣାକିଣି କରିବାକୁ ଆସିଥିଲେ । ଉଭୟ ଏକ ଦୋକାନକୁ ଯାଇଥିଲେ । କିଛି ସମୟ କିଣାକିଣି ଭିତରେ ଯୁବକ ଜଣ ହିନ୍ଦୁ ବୋଲି ଜାଣିବାକୁ ପାଇ 4 ରୁ 5ଜଣ ଲୋକ ମୁସଲିମ ମହିଳା ଜଣଙ୍କୁ ଗାଳି ଗୁଲଜ କରିବା ସହ ହିନ୍ଦୁ ଯୁବକ ଜଣଙ୍କୁ ମାଡ ମାରିଥିଲେ । ହିନ୍ଦୁ ଯୁବକ ଜଣଙ୍କ ସହ ମୁସଲିମ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଥିଲା କହି ଗଣ୍ଡଗୋଳ ସୃଷ୍ଟି କରିଥିଲେ ସ୍ଥାନୀୟ ଲୋକ । ଦୋକାନୀ ଜଣଙ୍କ ମୁସଲିମ ମହିଳାଙ୍କୁ ଏହା କହୁଥିବା ଦେଖିବାକୁ ମିଳିଛି ଯେ ତୁମେ ଜଣେ ମୁସଲିମ ହୋଇ କିପରି ଜଣେ ହିନ୍ଦୁ ଯୁବକଙ୍କ ସହ ଆସିଛି କଣ ମୁସଲିମ ଯୁବକ ନାହାନ୍ତି । ଯାହାର ଭିଡିଓ ଭାଇରାଲ ହୋଇଥିଲା । ଏ ନେଇ ମହିଳା ଜଣଙ୍କ ଥାନାରେ ଦୋକାନୀଙ୍କ ନାମରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଜଣଙ୍କ ଗରିଫ କରାଯାଇଛି । ଅନ୍ୟ ଅଭିଯୁକ୍ତ ଫେରାର ଥିବା କହିଛନ୍ତି ଏସପି ସନ୍ଦୀପ କୁମାର ମିଣା । ଅନ୍ୟ ସମସ୍ତଙ୍କୁ ଖୋଜାଖୋଜି ଜାର ଥିବା ସୂଚନା ଦେଇଛନ୍ତି ଏସପି ।

ଏହା ବି ପଢନ୍ତୁ...ସିଡନୀରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ, ଆକାଶରୁ ଛୁଟିଲା Welcome Modi

ଭୋଜପୁର ଥାନା ଅଞ୍ଚଳରେ ରହୁଥିଲା ମୁସଲିମ ମହିଳା ଜଣଙ୍କ କହିଛନ୍ତି, '' ସେ ତାଙ୍କ ଗାଁରୁ କିଛି କିଣାକିଣି କରିବାକୁ ବଜାର ଆସିଥିଲେ । ଜିନିଷ କିଣାକିଣି କରିବା ଫେରିବା ସମୟରେ ତାଙ୍କ ପଡୋଶୀ ଜୟବିନ୍ଦ ଦେଖା ହୋଇଥିଲେ । ଜୟବିନ୍ଦଙ୍କ ସହ ସେ ବାଇକରେ ଗାଁକୁ ଫେରୁଥିଲେ । ସେହି ସମୟରେ କିଛି ଲୋକ ଓ ଦୋକାନୀ ତାଙ୍କ ପାଖକୁ ଆସି ଗାଳି ଦେବା ସହ ମାରପିଟ କରିଥିଲେ । ଦୋକାନୀ ଜୟବିନ୍ଦଙ୍କୁ ସାର୍ଟ ଚିରିବା ସହ ମାଡ଼ ମାରିଛନ୍ତି ।''

ଉତ୍ତରପ୍ରଦେଶରେ ଏହି ପରି ଘଟଣା ନୂଆ ନୂହେଁ । କିଛି ଦିନ ତଳେ ଅର୍ଥାତ ମେ 17 ତାରିଖରେ ୟୁପିର ମିରଟରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥିଲା । ମିରଟରେ ଦୁଇଜଣ ମୁସଲିମ ଝିଅଙ୍କ ସହ ଜଣେ ହିନ୍ଦୁ ଯୁବକ ସପିଂରେ ଯାଇଥିଲେ । ଏହି ସମୟରେ ହିନ୍ଦୁ ଯୁବକଙ୍କୁ ଦୋକାନୀ ଓ କିଛି ଲୋକ ମାରପିଟ କରିଥିବା ଭିଡିଓ ଭାଇରାଲ ହୋଇଥିଲା ।

Last Updated :May 23, 2023, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.