ETV Bharat / bharat

Gujarat Election Results: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି, ପଛରେ ପଡିଛି କଂଗ୍ରେସ

author img

By

Published : Dec 8, 2022, 9:31 AM IST

Gujarat Election Results: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି, ପଛରେ ପଡିଛି କଂଗ୍ରେସ
Gujarat Election Results: ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ବିଜେପି, ପଛରେ ପଡିଛି କଂଗ୍ରେସ

ଗୁଜୁରାଟରେ ଜାରି ରହିଛି ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଏଠାରେ ଆଗୁଆ ରହିଛି ବିଜେପି । ଅଧିକ ପଢନ୍ତୁ

ଗାନ୍ଧୀନଗର: ଜାରି ରହିଛି ଗୁଜୁରାଟ ବିଧାନସଭା ନିର୍ବାଚନ ଭୋଟ ଗଣତି । ସମୟ ଯେତିକି ବଢୁଛି, ନେତାଙ୍କ ହୃଦସ୍ପନ୍ଦନ ସେତିକି ବଢୁଛି । ଗୁଜୁରାଟରେ ତ୍ରିକୋଣୀୟ ଲଢେଇ ହେଉଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଏଠାରେ ଆଗୁଆ ରହିଛି । ବିଜେପି ଠାରୁ ବହୁ ପଛରେ ପଡିଛି କଂଗ୍ରେସ । ସକାଳ ସାଢେ ୯ଟା ସୁଦ୍ଧା ବିଜେପି ୧୪୦ ସିଟ୍‌ରେ ଲିଡ୍ କରୁଛି । ଅନ୍ୟପଟେ କଂଗ୍ରେସ ୨୫ ସିଟ୍‌ରେ ଆଗୁଆ ଥିବାବେଳେ ଆପ୍ ୧୧ଟି ଆସନରେ ଆଗୁଆ ରହିଛି । ତେବେ ବିଜେପି ଗୁଜୁରାଟରେ ସପ୍ତମ ଥର ପାଇଁ କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ଏକଜିଟ୍ ପୋଲ ମଧ୍ୟ ଦଳ ସପକ୍ଷରେ ରହିଛି ।

ଗୁଜୁରାଟର ୧୮୨ ବିଧାନସଭା ଆସନ ପାଇଁ ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ଚଳିତ ଥର ଏଠାରେ ତ୍ରିକୋଣୀୟ ଲଢେଇ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.