ETV Bharat / bharat

ରାଜସ୍ଥାନର RDX ବିସ୍ଫୋରଣ ପୂର୍ବରୁ ଜଣଙ୍କୁ ଗିରଫ କଲା ATS

author img

By

Published : May 17, 2022, 8:02 PM IST

ରାଜସ୍ଥାନର RDX ବିସ୍ଫୋରଣ ପୂର୍ବରୁ ଜଣଙ୍କୁ ଗିରଫ କଲା ATS
ରାଜସ୍ଥାନର RDX ବିସ୍ଫୋରଣ ପୂର୍ବରୁ ଜଣଙ୍କୁ ଗିରଫ କଲା ATS

ରାଜସ୍ଥାନର RDX ବିସ୍ଫୋରଣ ପୂର୍ବରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ଗିରଫ ହୋଇସାରିଛନ୍ତି 4 ଅଭିଯୁକ୍ତ । ଜବତ ହୋଇଥିଲା 12 କିଲୋ ବିସ୍ଫୋରକ ସାମଗ୍ରୀ । ଜାରି ରହିଛି ଅଧିକ ତଦନ୍ତ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର RDX ବିସ୍ଫୋରଣ ପୂର୍ବରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଗୁଜୁରାଟର ATS ୟୁନିଟ । ରାଜସ୍ଥାନରୁ 12 କିଗ୍ରା RDX ଜବତ ହେବା ଘଟଣାରେ ମୁମ୍ବାଇରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଗୁଜୁରାଟ ପୋଲିସ । ଗିରଫ ଅଭିଯୁକ୍ତ ମଧ୍ୟପ୍ରଦେଶରେ ବିସ୍ଫୋରଣ ଘଟାଇବା ନେଇ ପ୍ରଶିକ୍ଷଣ ମଧ୍ୟ ନେଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଅନ୍ୟଆଡୁ RDX ମଗାଇ ରାଜସ୍ଥାନର କୌଣସି ଏକ ସ୍ଥାନରେ ବିସ୍ଫୋରଣ ଯୋଜନା ରଖିଥିବାବେଳେ ଏହା ପୂର୍ବରୁ ତାକୁ ଗିରଫ କରିବାରେ ସଫଳତା ମିଳିଛି ।

ଏହାପୂର୍ବରୁ ରାଜସ୍ଥାନର ନିମ୍ବାହେଡା ପୋଲିସ କାର ଯାଞ୍ଚ ସମୟରେ ରତଲାମ ବାସିନ୍ଦା ଜୁବେର, ଆଲତମସ୍ ଏବଂ ସୈଫୁଲ୍ଲା ନାମକ 3 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଏବଂ ବୋମା ତିଆରି ସାମଗ୍ରୀ ମଧ୍ୟ ଉଦ୍ଧାର କରିଥିଲା । ଏମାନଙ୍କୁ ପଚୁରାଉଚୁରା ବେଳେ ଜୟପୁରରେ ଆତଙ୍କବାଦୀମାନେ ସିରିଏଲ ବିସ୍ଫୋରଣ ଯୋଜନା କରୁଥିବା ରାଜସ୍ଥାନ ପୋଲିସ ଓ ଏଟିଏସ ସୂଚନା ପାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.