ETV Bharat / bharat

Republic Day 2024: ଦେଶ ଦେଖିବ ନାରୀଶକ୍ତି, ପରେଡରେ ସାମିଲ ହେବେ କେବଳ ମହିଳା

author img

By

Published : May 8, 2023, 9:54 AM IST

Updated : May 8, 2023, 11:49 AM IST

republic day 2024
ପରେଡରେ ସାମିଲ ହେବେ କେବଳ ମହିଳା

ନାରୀଶକ୍ତିକୁ ସମ୍ମାନ । 2024 ସାଧାରଣତନ୍ତ୍ର ଦିବସରେ ପରେଡରେ କେବଳ ମହିଳା ସାମିଲ ହେବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 2024 ସାଧାରଣତନ୍ତ୍ର ଦିବସ ହେବ ସ୍ବତନ୍ତ୍ର । ଦିଲ୍ଲୀର କର୍ତ୍ତବ୍ୟପଥରୁ ନାରୀଶକ୍ତି ଦେଖିବ ଦେଶ । ନାରୀଶକ୍ତିର କଥା ଓ ଗାଥାର ସାକ୍ଷୀ ହେବ କର୍ତ୍ତବ୍ୟପଥ । ନାରୀଶକ୍ତିକୁ ସମ୍ମାନ ଦେଇ 2024 ଗଣତନ୍ତ୍ର ଦିବସ ପରେଡରେ କେବଳ ମହିଳାଙ୍କୁ ସାମିଲ କରାଯିବ । ମାର୍ଚ୍ଚପାଷ୍ଟ, ବ୍ୟାଣ୍ଡ, କଳାକୌଶଳରେ କେବଳ ମହିଳା ସାମିଲ ହେବେ । ଏନେଇ ସେନା ଓ ବିଭିନ୍ନ ବିଭାଗକୁ ପ୍ରତିରକ୍ଷାମନ୍ତ୍ରାଳୟ ଚିଠି ଲେଖିଛି ।

କିଛି ବର୍ଷଠୁ ଗଣତନ୍ତ୍ର ଦିବସ ପରେଡରେ ମହିଳାଙ୍କ ଭାଗୀଦାରି ବଢିବାରେ ଲାଗିଛି । କିଛି ପରେଡରେ ମହିଳାମାନେ ମଧ୍ୟ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏଥର ନିଆରା ଢଙ୍ଗରେ 2024 ସାଧାରଣତନ୍ତ୍ର ଦିବସ ପରେଡ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପରେଡରେ କେବଳ ମହିଳାଙ୍କୁ ସାମିଲ କରିବାକୁ ସ୍ଥିର ହୋଇଛି । ପ୍ରତିରକ୍ଷା କ୍ଷେତ୍ରରେ ମହିଳାଙ୍କ ଉପସ୍ଥିତି ବଢାଇବାକୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି । ବିଶେଷ କରି 2024 ସାଧାରଣତନ୍ତ୍ର ଦିବସ ମହିଳାଙ୍କୁ ସମର୍ପିତ ଉତ୍ସବ ହେବାକୁ ଯାଉଛି । ଚଳିତବର୍ଷ ଫେବୃଆରୀରେ ବସିଥିବା ଡି-ବ୍ରିଫିଂ ବୈଠକରେ ଏହି ନିଷ୍ପତ୍ତି ନିଯାଇଥିଲା । ଏ ବାବଦରେ ସ୍ବରାଷ୍ଟ୍ର, ଗୃହ, ସଂସ୍କୃତି ସମେତ ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ସମେତ ନୌସେନା, ସ୍ଥଳସେନା ଏବଂ ବାୟୁସେନା ମୁଖ୍ୟଙ୍କୁ ଚିଠି ଲେଖାଯାଇ ଅବଗତ କରାଯାଇଛି ।

ଏହା ବି ପଢନ୍ତୁ...ଅଲଗା ବିମାନରେ ଚଢିଲେ, ବିନା ପାସପୋର୍ଟରେ ପହଞ୍ଚିଲେ ଆମେରିକା

ଏହା ବି ପଢନ୍ତୁ...ଆଖି ବୁଜିଲା ଐତିହାସିକ ମହୀଶୂର ଦଶହରାର ପ୍ରସିଦ୍ଧ ହାତୀ ବଳରାମ

କେନ୍ଦ୍ର ସରକାର ସେନାରେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହନ ଦେବାକୁ ମହିଳାଙ୍କୁ ଆଗ ଧାଡିରେ ରଖିଛନ୍ତି । ଗତମାସରେ 5 ଜଣ ମହିଳା ଅଧିକାରୀଙ୍କୁ 1990ରୁ ସେନାରେ ମହିଳାଙ୍କୁ ସାମିଲ କରାଯାଇଛି । ଏମାନଙ୍କୁ ପାକିସ୍ତାନ ଚୀନ ସୀମାରେ ମୁତୟନ କରାଯାଇଛି । ବିଶିଷ୍ଟ ଅଫିସର କ୍ୟାଡରରେ 3,900 ଜଣ ମହିଳା ଅଧିକାରୀ ରହିଛନ୍ତି । ସେହିପରି ସ୍ଥଳ ସେନାରେ 1, 710, ବାୟୁସେନାରେ 600 ଓ ନୌସେନାରେ 600 ମହିଳା ଅଧିକାରୀ ଅଛନ୍ତି । ଚଳିତ ବର୍ଷ 74ତମ ଗଣତନ୍ତ୍ର ଦିବସ କେରଳ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ତ୍ରିପୁରା ପ୍ରଜ୍ଞାପନ ମେଢରେ 'ନାରୀଶକ୍ତି' ବିଷୟ ବସ୍ତୁ ରହିଥିଲା ।

2015ରେ ପ୍ରଥମ ଥର ପାଇଁ ସମସ୍ତ ସ୍ଥଳ, ବାୟୁ ଓ ନୌସେନାର ମହିଳା କଣ୍ଟିଜେଣ୍ଟ ପରେଡରେ ସାମିଲ ହୋଇଥିଲେ । 2019ରେ କ୍ୟାପ୍ଟେନ ଶିକ୍ଷା ସୁରଭି ପ୍ରଥମ ମହିଳା ଅଧିକାରୀ ଭାବେ ଡେୟାରଡେଭିଲ୍ସ ବାଇକ ଷ୍ଟଣ୍ଟ କରିଥିଲେ । ପରବର୍ଷ ତାନିୟା ସେରଗିଲ ପ୍ରଥମ ମହିଳା ଭାବେ ସମସ୍ତ ପୁରୁଷ କଣ୍ଟିଜେଣ୍ଟରେ ନେତୃତ୍ବ ନେଇଥିଲେ । 2021ରେ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କନ୍ଥ ପ୍ରଥମ ମହିଳା ଫାଇଟର ପାଇଲଟ ଭାବେ ପରେଡରେ ଭାଗ ନେଇଥିଲେ । 2024 ଗଣତନ୍ତ୍ର ଦିବସ ପରେଡରେ କେବଳ ମହିଳା କଣ୍ଟିଜେଣ୍ଟଙ୍କୁ ସାମିଲ କରିବା ନିଷ୍ପତ୍ତି ମହିଳାଙ୍କ ଆତ୍ମବିଶ୍ବାସ ବଢାଇବ ।

Last Updated :May 8, 2023, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.