ETV Bharat / bharat

ଆଖି ବୁଜିଲା ଐତିହାସିକ ମହୀଶୂର ଦଶହରାର ପ୍ରସିଦ୍ଧ ହାତୀ ବଳରାମ

author img

By

Published : May 7, 2023, 10:59 PM IST

67 ବର୍ଷ ବୟସରେ ଆଖି ବୁଜିଲା ମହୀଶୂର ଦଶହରାର ଐତିହାସିକ ହାତୀ ବଳରାମ । 14 ଥର ସୁବର୍ଣ୍ଣ ଆମ୍ବାରି ନୀତିରେ ଅଂଶଗ୍ରହଣ କରି କରିଥିଲା ରେକର୍ଡ । ଆସନ୍ତାକାଲି ଶେଷକୃତ୍ୟ । ଅଧିକ ପଢନ୍ତୁ

ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ
ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ

ବେଙ୍ଗାଲୁୁରୁ: ବିଶ୍ୱ ପ୍ରସିଦ୍ଧ ମହୀଶୂର ଦଶହରାର ଅନ୍ୟତମ ଆକର୍ଷଣ ତଥା ପ୍ରସିଦ୍ଧ ହାତୀ ବଳରାମ ଆଜି ଅଖି ବୁଜିଛି । ଗତ କିଛି ମାସ ହେବ ଯକ୍ଷ୍ମା ରୋଗରେ ପୀଡିତ ଥିବା ଏହି ହାତୀ ବଳରାମର ଚିକିତ୍ସା ଜାରି ରହିଥିଲା । ସେ ଆଜି 67 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛି । ମହୀଶୂର ଦଶହରାର ନୀତିକାନ୍ତିରେ ବଳରାମର ପ୍ରମୁଖ ଭୂମିକା ରହିଥିଲା । ବଳରାମ ମୋଟ 14 ଥର ସୁବର୍ଣ୍ଣ ଆମ୍ବାରି ନୀତିରେ ଅଂଶଗ୍ରହଣ କରିଥିଲା ।

ଆଖି ବୁଜିଲା ଐତିହାସିକ ମହୀଶୂର ଦଶହରାର ପ୍ରସିଦ୍ଧ ହାତୀ ବଳରାମ
ଆଖି ବୁଜିଲା ଐତିହାସିକ ମହୀଶୂର ଦଶହରାର ପ୍ରସିଦ୍ଧ ହାତୀ ବଳରାମ

କର୍ଣ୍ଣାଟକର ରାଜ୍ୟ ପର୍ବ ଭାବେ ପରିଚୟ ପାଇଥିବା ମହୀଶୂର ଦଶହରାରେ ହାତୀ ବଳରାମ ଜମ୍ବୁ ସବାରୀ ଶୋଭାଯାତ୍ରାରେ 14 ଥର ସୁବର୍ଣ୍ଣ ଅମ୍ବାରି ନେଇ ଏକ ରେକର୍ଡ ହାସଲ କରିଥିଲା । ଗତ କିଛି ମାସ ହେବ ସେ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ହେବା ପରେ ସେ ଦଶହରାରେ ଅଂଶଗ୍ରହଣ କରିପାରନଥିଲା । ତାକୁ ନାଗରହୋଲ ପାର୍କର ହନସୁର ପରିସରରେ ଥିବା ଭୀମନାକଟେ ହାତୀ ଶିବିରରେ ପ୍ରାଣୀ ଚିକିତ୍ସକଙ୍କ ଅଧୀନରେ ରଖାଯାଇଥିଲା । ଏଣ୍ଡୋସ୍କୋପ୍ ରିପୋର୍ଟରୁ ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସ୍ପେସାଲ ଆସୋଲେସନରେ ରଖି ଏକ ପ୍ରାଣୀ ଚିକିତ୍ସକ ଟିମ ତାର ଚିକିତ୍ସା ଜାରି ରଖିଥିଲେ ।

ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ
ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ

ଚିକିତ୍ସା ରହିଥିବା ବଳରାମର ସ୍ବାସ୍ଥ୍ୟାବସ୍ଥା ଗତ ଏକ ସପ୍ତାହ ଧରି ସଙ୍କଟାପନ୍ନ ଥିଲା । ସେ ଖାଦ୍ୟ ଓ ପାଣିରେ ଗ୍ରହଣ କରୁନଥିଲା । ଆଜି(ରବିବାର) ସନ୍ଧ୍ୟାରେ ଅସୁସ୍ଥ ହାତୀର ମୃତ୍ୟୁ ହୋଇଛି । ପ୍ରାଣୀଡାକ୍ତରମାନେ ତାର ନୀରିକ୍ଷଣ କରିବା ପରେ ତାର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ । ଏବେ ତାର ମୃତଦେହ ବ୍ୟବଚ୍ଛେଦ କରାଯିବ । ପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ତାର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ
ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ

ବିଶ୍ୱ ପ୍ରସିଦ୍ଧ ମହୀଶୂର ଦଶହରାର ଅନ୍ୟତମ ଆକର୍ଷଣ ଥିଲା ବଳରାମ । ଏହି ବିଶାଳ ହସ୍ତୀ ଦଶହରାର ଅନ୍ୟତମ ନୀତି ଜମ୍ବୁ ସବାରୀ ଶୋଭାଯାତ୍ରାରେ ବିଶେଷ ଭୂମିକା ତୁଲାଉଥିଲା । ସ୍ବର୍ଣ୍ଣ ଓ ଅନ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇ ଏହି ବିଶାଳ ହସ୍ତୀ ସୁବର୍ଣ୍ଣ ଅମ୍ବାରି ପରିବହନ କରୁଥିଲା । ଦଶହରାର ନୀତିକାନ୍ତି ସମ୍ପର୍କରେ ପୂର୍ଣ୍ଣ ପ୍ରଶିକ୍ଷିତ ଥିଲା ବଳରାମ । ମୋଟ14 ଥର ସୁବର୍ଣ୍ଣ ଅମ୍ବାରି ନେଇ ମହୀଶୂର ଦଶହରାର ଇତିହାସରେ ଭିନ୍ନ ଏକ ପରିଚୟ ମଧ୍ୟ ସୃଷ୍ଟି କରିଥିଲା । ଦଶହରା ଦେଖିବାକୁ ଆସୁଥିବା କର୍ଣ୍ଣାଟକ ସମେତ ସମଗ୍ର ଦକ୍ଷିଣ ଭାରତ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା ଏହି ପ୍ରସିଦ୍ଧ ଗଜ । ବଳରାମର ମୃତ୍ୟୁ ଖବରରେ ମହୀଶୂର ଦଶହରା ଶ୍ରଦ୍ଧାଳୁମାନେ ଶୋକ ବ୍ୟକ୍ତ କରିଛନ୍ତି । ଆସନ୍ତକାଲି ବ୍ୟବଚ୍ଛେଦ ସରିବା ପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି ଐତିହାସିକ ହସ୍ତୀର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.