ETV Bharat / bharat

ଅଲଗା ବିମାନରେ ଚଢିଲେ, ବିନା ପାସପୋର୍ଟରେ ପହଞ୍ଚିଲେ ଆମେରିକା

author img

By

Published : May 8, 2023, 7:00 AM IST

ଟିକେ ଅସାବଧାନତା ଯୋଗୁଁ ଭୁଲ ବିମାନରେ ଚଢିଲେ ଯାତ୍ରୀ । ଆଉ ବିନା ପାସପୋର୍ଟରେ ପହଞ୍ଚିଲେ ଆମେରିକା । ଅଧିକ ପଢନ୍ତୁ

US passenger boards wrong flight
US passenger boards wrong flight

ନୂଆଦିଲ୍ଲୀ: ସାମାନ୍ୟ ଅସାବଧାନତା ବଶତଃ ବଡ଼ ସମସ୍ୟାରେ ପଡ଼ିଛନ୍ତି ଜଣେ ବିମାନ ଯାତ୍ରୀ । ଭୁଲବଶତଃ ଅଲଗା ବିମାନରେ ଚଢି ସିଧା ପହଞ୍ଚିଛନ୍ତି ଆମେରିକା । ବିନା ପାସପୋର୍ଟରେ ବିଦେଶରେ ପହଞ୍ଚିଥିବାରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି । ଘରୋଇ ବିମାନରେ ବସି ସେ ବିଦେଶରେ ପହଞ୍ଚିଛନ୍ତି । ସେ ୱାସରୁମରେ ଥିବା ସମୟରେ ଗେଟ ଚେଞ୍ଜ ହୋଇଥିବାରୁ ସେ ଏଭଳି ସମସ୍ୟାରେ ପଡ଼ିଥିବା କହିଛନ୍ତି ।

ଏହି ଯାତ୍ରୀଙ୍କ ନାମ ଏଲିସ ହେବାର୍ଡ ବୋଲି ଜଣାପଡ଼ିଛି । ଏଲିସ ଜ୍ୟାକସନଭିଲ ଯିବା ଲାଗି ବିମାନ ଟିକେଟ କରିଥିଲେ । ହେଲେ ଭୁଲବଶତଃ ଅଲଗା ବିମାନରେ ଚଢିବା ଫଳରେ 900 ମାଇଲ ଦୂର ଜାମାଇକାରେ ପହଞ୍ଚିଛନ୍ତି । ସେ ନ୍ୟୁଜର୍ସି ଅଞ୍ଚଳର ବୋଲି ଜଣାପଡ଼ିଛି । ସେ ଫିଲାଡେଲଫିଆରୁ ଜ୍ୟାକସନଭିଲକୁ ପ୍ରତିଦିନ ଯିବାଆସିବା କରନ୍ତି । ଜ୍ୟାକସନଭିଲ ହେଉଛି ତାଙ୍କର 2ୟ ଘର । ହେଲେ ଗତ ନଭେମ୍ବର 6 ତାରିଖରେ ତାଙ୍କ ସହ ଏପରି ଘଟଣା ଘଟିଥିଲା ।

ଏହା ବି ପଢନ୍ତୁ- ଅକ୍ଷୁର୍ଣ୍ଣ ରହିବ ମହାବିକାଶ ଅଗାଡି ମେଣ୍ଟ, ଶରଦ ହିଁ ଏନସିପିର ସର୍ବୋଚ୍ଚ ନେତା: ଅଜିତ ପାଓ୍ବର

ଏଲିସ ହେବାର୍ଡଙ୍କ କହିବାନୁସାରେ ବୋର୍ଡିଂ ପୂର୍ବରୁ ସେ ୱାସରୁମ ଯାଇଥିଲେ । କିଛି ସମୟ ପରେ ସେ ଯେତେବେଳେ ୱାସରୁମରୁ ବାହାରିଥିଲେ, ଏହି ସମୟରେ ଗେଟ ଏଜେଣ୍ଟ ତାଙ୍କ ନାମ ଉଚ୍ଚାରଣ କରୁଥିଲେ । ଏହି ସମୟରେ ସେ ଦେଖିଥିଲେ ଯେ ବିମାନରେ ଯାତ୍ରୀମାନେ ଚଢିସାରିଥିବା ବେଳେ ବିମାନର ଡୋର ମଧ୍ୟ ବନ୍ଦ ହେବାକୁ ଯାଉଛି । ଏହାପରେ ସେ ତରତର ହୋଇ ବିମାନ ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ଗେଟ ଏଜେଣ୍ଟ ତାଙ୍କୁ ବୋର୍ଡିଂ ପାସ୍‌ ଦେଖାଇବା ଲାଗି କହିଥିଲା । ତେବେ ସେ ପୂର୍ବରୁ ଗେଟ ଏଜେଣ୍ଟକୁ ବୋର୍ଡ ପାସ ଦେଇ ସାରିଥିବା କହିଥିଲେ ।

ହେଲେ କିଛି ସମୟ ପରେ ସେ ଭୁଲ ବିମାନରେ ବସିଥିବା ଅନୁଭବ କରିଥିଲେ । ଉକ୍ତ ବିମାନଟି ଜ୍ୟାକସନଭିଲ ଯିବା ପରିବର୍ତ୍ତେ ଜାମାଇକା ଯାଉଥିବା ଜାଣିବାକୁ ପାଇଥିଲେ । ତାଙ୍କ ନିକଟରେ ପାସପୋର୍ଟ ନଥିବାରୁ ସେ ଚିନ୍ତିତ ହୋଇପଡ଼ିଥିଲେ । ଜାମାଇକାରେ ପହଞ୍ଚିବା ପରେ ତାଙ୍କୁ ଏୟାରଲାଇନ୍ସର କର୍ମଚାରୀ ଅପେକ୍ଷା କରିବାକୁ କହିଥିଲେ । ଏହାପରେ ସେ ଫିଲାଡେଲଫିଆ ବିମାନରେ ବସି ସେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲେ । ଫ୍ରଣ୍ଟିଅର ଏୟାରଲାଇନ୍ସ ଏଥିଲାଗି ତାଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କ ମୋଟ ଟିକେଟ ମୂଲ୍ୟକୁ ଫେରସ୍ତ କରିବା ସହିତ କ୍ଷତିପୂରଣ ଲାଗି 600 ଡଲାରର ଏକ ଭାଉଚର ମଧ୍ୟ ଦେଇଛି । ବିମାନ କର୍ମଚାରୀଙ୍କ ଯୋଗୁଁ ଯାତ୍ରୀ ଜଣକ ଅସୁବିଧାର ସମ୍ମୁଖୀନ ହୋଇଥିବାରୁ ଏୟାରଲାଇନ୍ସ ଏହାର ଭରଣ ମଧ୍ୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.