ETV Bharat / bharat

ସ୍ତନ କର୍କଟ ଓ ଗୁଗଲ୍‌ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

author img

By

Published : Mar 1, 2021, 2:13 PM IST

ସ୍ତନ କର୍କଟ ଓ ଗୁଗଲ୍‌ର ଆର୍ଟିଫିସିଆଲ ଇଂଟେଲିଜେନ୍ସ
ସ୍ତନ କର୍କଟ ଓ ଗୁଗଲ୍‌ର ଆର୍ଟିଫିସିଆଲ ଇଂଟେଲିଜେନ୍ସ

ସ୍ତନ କର୍କଟ ଓ ଗୁଗଲ୍‌ର ଆର୍ଟିଫିସିଆଲ ଇଂଟେଲିଜେନ୍ସ ସ୍ତନ କର୍କଟ ଚିହ୍ନଟ କ୍ଷେତ୍ରରେ ଗୁଗୁଲ ଏକ ପଦକ୍ଷେପ ନେଇକ୍ତି । ସ୍ତନ କର୍କଟ ଚିହ୍ନଟ ନେଇ ଲାଗୁଥିବା ସମୟ କିପରି ଆହୁରି କମ କରାଯାଇପାରିବ ସେ ନେଇ ସର୍ଚ୍ଚ ଇଂଜିନର ହେଲଥ ଡିଭିଜନ ଆମେରିକାର ନର୍ଥୱେଷ୍ଟର୍ନ ମେଡିସିନ ସହ ମିଳିତ ଭାବେ ଏକ ଗବେଷଣା ଆରମ୍ଭ କରିବାକୁ ଯାଉଛି ।

ସ୍ତନ କର୍କଟ ଓ ଗୁଗଲ୍‌ର ଆର୍ଟିଫିସିଆଲ ଇଂଟେଲିଜେନ୍ସ ସ୍ତନ କର୍କଟ ଚିହ୍ନଟ କ୍ଷେତ୍ରରେ ଗୁଗୁଲ ଏକ ପଦକ୍ଷେପ ନେଇକ୍ତି । ସ୍ତନ କର୍କଟ ଚିହ୍ନଟ ନେଇ ଲାଗୁଥିବା ସମୟ କିପରି ଆହୁରି କମ କରାଯାଇପାରିବ ସେ ନେଇ ସର୍ଚ୍ଚ ଇଂଜିନର ହେଲଥ ଡିଭିଜନ ଆମେରିକାର ନର୍ଥୱେଷ୍ଟର୍ନ ମେଡିସିନ ସହ ମିଳିତ ଭାବେ ଏକ ଗବେଷଣା ଆରମ୍ଭ କରିବାକୁ ଯାଉଛି । ଆର୍ଟିଫିସିଆଲ ଇଂଟେଲିଜେନ୍ସ –ଏଆଇ ମଡେଲ ଦ୍ୱାରା ସ୍ତନ କର୍କଟ ଚିହ୍ନଟର ସମୟ ହ୍ରାସ ଆସସେମେଂଟ୍ ଗ୍ୟାପ୍ ସଂକୋଚନ କରାଯାଇପାରିବ କି ନାହିଁ , ସେ ନେଇ ଗବେଷଣା ହେବ ।

ଯେଉଁ ମହିଳାମାନେ ଏହି ଅଧ୍ୟୟନରେ ଭାଗ ନେବେ, ସେମାନଙ୍କର ମାମୋଗ୍ରାମ ଏକ ଅନୁସନ୍ଧାନକାରୀ ଏଆଇ ମଡେଲ ଦ୍ୱାରା ସମୀକ୍ଷା ହେବ । ଯଦି ମହିଳାମାନେସ୍ତନ କର୍କଟ ଦ୍ୱାରା ପୀଡିତ ହେବା ଆଶଙ୍କା ଥାଏ, ତାହା ହେଲେଜଣେ ରେଡିଓଲୋଜିଷ୍ଟଙ୍କ ଦ୍ୱାରା ତୁରନ୍ତ ମାମୋଗ୍ରାମର ସମୀକ୍ଷା ହେବ । ଯଦି ରେଡିଓଲୋଜିଷ୍ଟ ଅଧିକ ଇମେଜିଂ ପାଇଁ କହନ୍ତି, ତାହା ହେଲେ ସଂପୃକ୍ତ ମହିଳାଙ୍କୁ ସେହି ଦିନ ହିଁ ଇମେଜିଂର ସମ୍ମୁଖୀନ ହେବାକୁ ପଡିବ । ଗୁଗଲର ଏହି ଅଧ୍ୟୟନ ଦ୍ୱାରା ସ୍ତନ କର୍କଟ ଟିହ୍ନଟ ନେଇ ଲାଗୁଥିବା ସମୟ ହ୍ରାସ ହୋଇପାରିବ କି ନାହିଁ, ତାହା ଜଣାପଡିବ । ଯଦି ସମୟ ହ୍ରାସ ହୋଇପାରିବ, ତାହା ହେଲେ ମହିଳାଙ୍କି ଡାଇଗ୍ନୋଷ୍ଟିକ ଆସେସମେଂଟ ପାଇଁ ଲମ୍ବା ପ୍ରତୀକ୍ଷା କରିବାକୁ ପଡିବ ନାହିଁ । ଯେଉଁ ମହିଳାମାନଙ୍କ ମାମୋଗ୍ରାମ ଫ୍ଲାଗ୍ ହୋଇ ନ ଥାଏ, ନିୟମିତ ସମୟସୀମାରେ ସେମାନଙ୍କ ଇମେଜ୍ ସମୀକ୍ଷା ଜାରି ରହିବ ।

ପ୍ରତିବର୍ଷ ଆମେରିକାରେ ପାଖାପାଖି ୪୦ ମିଲିଅନ ମହିଳା ବ୍ରେଷ୍ଟ କ୍ୟାନସର ସ୍କ୍ରିନିଂ କରନ୍ତି । ଏହି ସ୍କ୍ରିନିଂ ପ୍ରକ୍ରିୟା ମାମୋଗ୍ରାଫି କୁହାଯାଏ । କେତେକଙ୍କ ପାଇଁ ଏହା ଏକ ଅସାଧାରଣ ଓ ଅଡୁଆ ଅଭିଜ୍ଞତା ହୋଇପାରେ । ପ୍ରାରମ୍ଭିକ ଫଳାଫଳ ପାଇଁ ଅନେକଙ୍କୁ ସପ୍ତାହ ସପ୍ତାହ ଧରି ଅପେକ୍ଷା କରିବାକୁ ପଡିଥାଏ । ଏହା ଏକ ଲମ୍ବା ପ୍ରକ୍ରିୟା । ୧୦ରୁ ୧୫ ପ୍ରତିଶତ ମହିଳାଙ୍କୁ ଫାଇନାଲ୍ ଡାଇଗ୍ନୋଷ୍ଟିକ୍ ଆସେସମେଂଟ ଗ୍ରହଣ କରିବା ପାଇଁ ଦ୍ୱିତୀୟ ଥର ରେଡିଓଲୋଜିଷ୍ଟ ପାଖକୁ ସ୍କାନିଂ ପାଇଁ ଯିବାକୁ ପଡେ ।

ତେବେ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଦ୍ୱାରା ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେବା ଆଶା ରହିଛି ବୋଲି ନର୍ଥୱ୍ୱେଷ୍ଟର୍ନ ମେଡିସିନର ବ୍ରେଷ୍ଟ ଇମେଜିଂ ଚିଫ୍ ସାରା ଫ୍ରିଡ୍‌ୱାଲଡ୍ ଏକ ବିବୃତିରେ କହିଛନ୍ତି । ଆର୍ଟିଫିସିଆଲ ଇଂଟେଲିଜେନ୍ସ ଦ୍ୱାରା ରୋଗୀଙ୍କୁ ପ୍ରାଥମିକତା ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.