ETV Bharat / bharat

୧୯୯୨ ବାରା ଗଣହତ୍ୟା: 31 ବର୍ଷ ପରେ କୁଖ୍ୟାତ ନକ୍ସଲକୁ ଆଜୀବନ କାରାଦଣ୍ଡ

author img

By

Published : Mar 2, 2023, 10:44 PM IST

୧୯୯୨ ଗୟା ଗଣହତ୍ୟା: 31 ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ନକ୍ସଲ
୧୯୯୨ ଗୟା ଗଣହତ୍ୟା: 31 ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ନକ୍ସଲ

1992 ମସିହାରେ ବିହାରର ଗୟାରେ ହୋଇଥିବା ଚର୍ଚ୍ଚିତ ବାରା ହତ୍ୟାକାଣ୍ଡରେ 31ବର୍ଷ ପରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ନକ୍ସଲ । ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

ପାଟନା: 31 ବର୍ଷ ପୂର୍ବେ 12 ଫେବୃଆରୀ 1992 ମସିହାରେ ବିହାରର ଗୟାର ହୋଇଥିବା ଚର୍ଚ୍ଚିତ ବାରା ଗଣହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ନକ୍ସଲ କିରାନୀ ଯାଦବକୁ ଆଜି ଆଜୀବନ କାରାଦଣ୍ଡରେ ଦଣ୍ତିତ କରିଛନ୍ତି କୋର୍ଟ । ଗତମାସ (ଫେବୃଆରୀ) 26 ତାରିଖରେ ଘଟଣାର ମୁଖ୍ୟ ଅଭିଯୁକ୍ତ କିରାନୀ ଯାଦବକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଏହା ସହ ଦାଣ୍ଡାଦେଶ ସଂରକ୍ଷିତ ରଖିଥିଲେ, ଯାହା ଆଜି ପ୍ରକାଶ ପାଇଛି । 1992 ରେ ଏହି ଲୋମହର୍ଷଣକାରୀ ଗଣହତ୍ୟାକାଣ୍ଡ ଘଟିଥିଲା । ଏଥିରେ ୩୫ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାିଥିଲା ।

31 ବର୍ଷ ପୂର୍ବେ 35 ଜଣଙ୍କୁ କରାଯାଇଥିଲା ହତ୍ୟା:- 1992 ରେ ଏହି ଲୋମହର୍ଷଣକାରୀ ଗଣହତ୍ୟାକାଣ୍ଡ ଘଟିଥିଲା । ଏଥିରେ ନକ୍ସଲ କିରାନୀ ଯାଦବକୁ ୩୫ ନୀରିହ ଲୋକଙ୍କୁ ଗଳାକାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରାଯାଇଥିଲା । ଦୀର୍ଘ ବର୍ଷର ଶୁଣାଣି ପରେ ଗତମାସ (ଫେବୃଆରୀ) 26 ତାରିଖରେ ମୁଖ୍ୟ ଅଭିଯୁକ୍ତ କିରାନୀ ଯାଦବକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ମାମଲାରେ ମୋଟ 21 ଜଣଙ୍କ ସାକ୍ଷ ଗ୍ରହଣ କରାଯାଇଥିଲା । ଏହି ମାମଲାର ସ୍ୱତନ୍ତ୍ର ସରକାରୀ ଓକିଲ ପ୍ରଭାତ କୁମାର ତଦନ୍ତକାରୀ ପକ୍ଷରୁ ମାମଲା ପରିଚାଳନା କରିଥିଲେ । ସେହିପରି ଓକିଲ ତାରିକ ଅଲ୍ଲୀ ଏବଂ ସୁରେନ୍ଦ୍ର ନାରାୟଣ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢୁଥିଲେ । ଜିଲ୍ଲା ଓ ଶେସନ କୋର୍ଟର ବିଚାରପତି ଜଷ୍ଟିସ ମନୋଜ କୁମାର ତିୱାରୀ ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ସଂରକ୍ଷିତ ରଖିଥିଲେ ଯାହା ଆଜି ପ୍ରକାଶ ପାଇଛି ।

1992 ରେ ଘଟିଥିବା ଏହି ଗଣହତ୍ୟା ଥିଲା ଏକ ନକ୍ସଲ ହିଂସା । ଟିକାରି ପୋଲିସ ଷ୍ଟେସନରେ ନକ୍ସଲମାନେ ଗ୍ରାମରେ ପଶି ସାଧାରଣ ଲୋକଙ୍କୁ ଅଟକ ରଖିଥିଲେ । ପରେ ସେମାନଙ୍କ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଗ୍ରାମରେ ନିଆଁ ମଧ୍ୟ ଲଗାଯାଇଥିଲା । ମୋଟ ୩୫ ସାଧାରଣ ଗ୍ରାମବାସୀ ଏହି ବର୍ବର ହତ୍ୟାକାଣ୍ଡର ଶିକାର ହୋଇଥିଲେ । ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ନକ୍ସଲ କିରାନୀ ଯାଦବକୁ ପୋଲିସ ଗିରଫ କରିଥିଲା । ତାକୁ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଦର୍ଶାଇ ପୋଲିସ ଚାର୍ଜସିଟ ଦାଖଲ କରିଥିଲା । ଦୀର୍ଘ ୩୧ ବର୍ଷ ପରେ ଏହି ମାମଲାରେ ରାୟ ପ୍ରକାଶ ପାଇଛି । ମୁଖ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ ଘୋଷଣା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.