ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେଲେ କ୍ୟାପଟେନ ଅମରିନ୍ଦର ସିଂ

author img

By

Published : Jun 28, 2022, 1:48 PM IST

FORMER CM CAPT AMARINDER SINGH WAS DISCHARGED FROM A LONDON HOSPITAL AFTER UNDERGOING SPINAL SURGERY
ହସ୍ପିଟାଲରୁ ଡିସଚାର୍ଜ ହେଲେ ଅମରିନ୍ଦର ସିଂ

ଡାକ୍ତରଖାନାରୁ ଘରକୁ ଫୋରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସଫଳ ଭାବେ ମେରୁଦଣ୍ଡ ଅସ୍ତ୍ରୋପଚାର କରି ଘରକୁ ଫେରିଛନ୍ତି । ଅଧିକ ପଢ଼ନ୍ତୁ

ଚଣ୍ଡିଗଡ଼: ଡାକ୍ତରଖାନାରୁ ଘରକୁ ଫୋରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ସଫଳ ଭାବେ ମେରୁଦଣ୍ଡ ଅସ୍ତ୍ରୋପଚାର କରି ଘରକୁ ଫେରିଛନ୍ତି । ଚିକିତ୍ସା ପାଇଁ ଲଣ୍ଡନର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦୁଇ ଦିନ ପୂର୍ବରୁ ଅମରିନ୍ଦରଙ୍କ ସଫଳ ଅସ୍ତ୍ରୋପଚାର ଖବର ନେଇ ତାଙ୍କ ପତ୍ନୀ ସୂଚନା ଦେଇଥିଲେ । ଅନେକ ସମୟ ଧରି ଅମରିନ୍ଦର ସିଂଙ୍କ ମେରୁଦଣ୍ଡ ସମସ୍ୟା ଲାଗିରହିଥିଲା । ଏହାପରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଲଣ୍ଡନରେ ଚିକିତ୍ସିତ ହେଇଥିଲେ । ତାଙ୍କ ସହ ପରିବାର ଲୋକ ମଧ୍ୟଥିଲେ । ବର୍ତ୍ତମାନ ସେ ସୁସ୍ଥଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.