ETV Bharat / bharat

Footbridge Collapsed: ବୈଶାଖୀ ମେଳାରେ ଧସିଲା ପୋଲ, ୪୦ ଆହତ

author img

By

Published : Apr 14, 2023, 7:36 PM IST

Updated : Apr 14, 2023, 8:17 PM IST

Etv Bharat
Etv Bharat

ବୈଶାଖୀ ଉତ୍ସବର ପ୍ରଥମ ଦିନରେ ଜମ୍ମୁକାଶ୍ମୀରରେ ଧସିଲା ପୋଲ । ଏହି ଅଘଟଣରେ ୪୦ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁକାଶ୍ମୀର ଉଧମପୁର ଜିଲ୍ଲାରେ ବୈଶାଖୀ ପର୍ବ ଉତ୍ସବ ବେଳେ ବଡ଼ ଧରଣର ଅଘଟଣ । ଉଧମପୁର ଚେନାନି ବ୍ଲକର ବେନି ସଙ୍ଗମଠାରେ ଧସିଲା ଫୁଟ୍‌ ବ୍ରିଜ ବା ପାଦଚଲା ପୋଲ । ଫଳରେ ଏଯାବତ ୪୦ଜଣ ଆହତ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ଚେନାନି ମେଡିକାଲ ଭର୍ତ୍ତି କରାଯାଇଥିବା ନେଇ ଉଧମପୁର ଏସଏସପି ଡକ୍ଟର ବିନୋଦ ସୂଚନା ଦେଇଛନ୍ତି । ବୈଶାଖୀର ପ୍ରଥମ ଦିନରେ ଘଟିଛି ଏପରି ଅଘଟଣ ।

ଏନେଇ ବିଭାଗୀୟ କମିଶନର ରମେଶ କୁମାର କହିଛନ୍ତି ଯେ ପୋଲଟି ଓଭରଲୋଡିଂ ଯୋଗୁଁ ଧସିଯାଇଛି । ଆବଶ୍ୟକଠାରୁ ଅଧିକ ସଂଖ୍ୟାରେ ଲୋକ ପୋଲ ଉପରେ ରହିଥିବାରୁ ଏହା ଧସିପଡିଥିଲା । ସେପଟେ ଉଧମପୁର ଏସଏସପି କହିଛନ୍ତି ଯେ ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଘଟଣରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଚେନାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୪ ଆହତଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଛି । ସେପଟେ ଏହି ଘଟଣାର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଏହା ବି ପଢନ୍ତୁ- ଦଳିତ ବୋଲି ବାହାଘରରେ ଘୋଡାରେ ଚଢାଇ ଦେଲେନି, ପ୍ରଶ୍ନ କରିବାରୁ ଯବାନ ବରଙ୍କୁ ନିସ୍ତୁକ ପିଟିଲେ

ସୂଚନା ଥାଉ କି ଆଜି ବୈଶାଖୀ ମେଳାର ପ୍ରଥମ ଦିନ ରହିଥିଲା । ଏଥିଲାଗି ଅନେକ ସଂଖ୍ୟାରେ ଲୋକେ ମେଳା ଦେଖିବା ଲାଗି ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ହେଲେ ଅସମୟରେ ଘଟିଥିଲା ଅଘଟଣ । ସେପଟେ ଅଭିଯୋଗ ହୋଇଛି ଯେ ପ୍ରଶାସନ ପକ୍ଷରୁ ଏଠାରେ ସଠିକ ବ୍ୟବସ୍ଥା କରାଯାଇନଥିଲା । ଯାହା ଫଳରେ ଲୋକେ ଏଭଳି ଅଘଟଣ ସାମ୍ନା କରିଛନ୍ତି । ସେପଟେ ଗତ ଗୁରୁବାର ଜମ୍ମୁକାଶ୍ମୀରର ପୁ୍ଞ୍ଛର ଖନେତର ଗ୍ରାମରେ ମଧ୍ୟ ଅଘଟଣ ଘଟିଛି । ଖନେତର ଗାଁରେ ଏକ ଘରର ଛାତ ଭୁଶୁଡିଯିବା ପରେ ଲୋକ ଆହତ ହୋଇଥିଲେ ।

ଏହା ବି ପଢନ୍ତୁ- Rahul Bungalow: ଘର ଖାଲି କଲେ ରାହୁଲ, ଟ୍ରକ ଲଗେଇ ବୋହିଲେ ସାମଗ୍ରୀ

ମିଳିଥିବା ସୂଚନା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଛାତ ଭୁଶୁଡି ପଡ଼ିଥିଲା, ସେହି ସମୟରେ ଅଧିକ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ତାଙ୍କ ଘରେ ଉପସ୍ଥିତ ରହିଥିଲେ । ଉକ୍ତ ବ୍ୟକ୍ତିଙ୍କ ପୁଅର ମୃତ୍ୟୁ ଘଟିଥିବାରୁ ଲୋକମାନେ ଶୋକସଭାରେ ଉପସ୍ଥିତ ରହିଥିଲେ । ଏହି ସମୟରେ ଘରର ଛାତ ଭୁଶୁଡି଼ଯିବା ପରେ ଅନେକ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Last Updated :Apr 14, 2023, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.