ETV Bharat / bharat

ଦଳିତ ବୋଲି ବାହାଘରରେ ଘୋଡାରେ ଚଢାଇ ଦେଲେନି, ପ୍ରଶ୍ନ କରିବାରୁ ଯବାନ ବରଙ୍କୁ ନିସ୍ତୁକ ପିଟିଲେ

author img

By

Published : Apr 14, 2023, 6:21 PM IST

ଦଳିତ ଜାତିର ସେନା ଯବାନ ବରକୁ ଘୋଡ଼ାରେ ବସାଇ ଦେଲେନି । ପ୍ରଶ୍ନ କରିବାକୁ ବରକୁ ପଥର ମାଡ କଲେ ଦୁର୍ବୃତ୍ତ । ମଧ୍ୟ ପ୍ରଦେଶର ମନ୍ଦସୋରର ମେରଠରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

police arrested 29 people
police arrested 29 people

ଭୋପାଳ: ବିବାହ ଶୋଭାଯାତ୍ରାରେ ଘୋଡା ଚଢି ପରିଲେନି ବର । ସେନା ଯବାନ ବର ଦଳିତ ଜାତିର ହୋଇଥିବାରୁ ତାଙ୍କୁ ପାଖ ଗାଁର ଗ୍ରାମବାସୀ ଘୋଡାରେ ବସାଇ ଦେଇ ନାହାନ୍ତି । ଏତିକିରେ ମନ ବୁଝିଲାନି ଯେ ବିବାହ କରିବାକୁ ଯାଉଥିବା ବର ଓ ବରଯାତ୍ରୀଙ୍କ ଉପରକୁ ପଥର ମାଡ଼ କରିଥିଲେ ଗ୍ରାମବାସୀ । ମଧ୍ୟ ପ୍ରଦେଶର ମନ୍ଦସୋରର ମେରଠରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ମଣିଷ ଆଧୁନିକ ଯୁଗରେ ପାଦଦେଲେଣି। ବୌଜ୍ଞାନିକ ଜ୍ଞାନକୌଶଳ ଏବେ ମଣିଷକୁ ଉନ୍ନତ କରିଛି । ହାଇଟେକ ଲାଇଫ ଷ୍ଟାଇଲରେ ବଞ୍ଚିବାକୁ ପସନ୍ଦ କରୁଛନ୍ତି ଲୋକେ। ହେଲେ ଆଜିବି କିଛି ଅଞ୍ଚଳରେ ପରିବତ୍ତନ ହୋଇନି ସମାଜ । ଜାତିଆଣବାଦକୁ ନେଇ ବିବାଦ ବହୁ ସମୟରେ ଦେଖିବାକୁ ମିଳୁଛି । ସମାଜରେ ସବୁ ଜାତିର ଲୋକଙ୍କ ମଧ୍ୟରେ ସମାନତା ଓ ସମାନ ସୁବିଧା ପ୍ରଦାନ ପାଇଁ ସରକାର ପ୍ରଚେଷ୍ଟା କରିଥିଲେ ହେଁ କିଛି ଏପରି ସ୍ଥାନ ଅଛି ଯେଉଁଠି ଜାତିକୁ ନେଇ ଆଜି ବି ଭେଦଭାବ ଦେଖିବାକୁ ମିଳିଛି। ବିଭିନ୍ନ ସମୟରେ ଏଭଳି ସ୍ଥାନରେ ହିଂସା ଚରମ ସୀମାରେ ପହଞ୍ଚୁଛି । ମଧ୍ୟ ପ୍ରଦେଶରେ ସୀମାରେ ନିଜ ଜୀବନକୁ ବାଜି ଲଗାଇ ସୁରକ୍ଷା ଦେଉଥିବା ଯବାନର ଜାତିକୁ ନେଇ ହିଂସାକାଣ୍ଡ ଘଟିଛି । ମନ୍ଦସୋରର ମେରଠରେ ଏଭଳି ଘଟଣା ପରେ ୨୯ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୈନିକର ବରଯାତ୍ରା ଉପରେ ପଥର ମାଡ: ମେରଠର ପିପାଲିଆ ଗ୍ରାମରରେ ପୁଣି ଜାତିବାଦକୁ ନେଇ ଦଳିତବର୍ଗର ବର ଏବଂ ବରଯାତ୍ରୀଙ୍କୁ ରୋକିଲେ ଗ୍ରାମବାସୀ । ସୂଚନା ଆନୁଯାୟୀ ଗତ ବୁଧବାର ରାତିରେ ମେଘ ଗାଁର ଅର୍ଜ୍ଜନ ବରଯାତ୍ରୀେ ନେଇ ବାହାରିଥିଲା । ଏହି ସମୟରେ ଅନ୍ୟ ଗାଁର କିଛି ସ୍ଥାନୀୟ ଗୁଣ୍ଡାମାନେ ଦାଦଗିରି କରି ବର ସହ ବରଯାତ୍ରୀଙ୍କୁ ଅଟକାଇ ଥିଲେ। ମିଣା ସମାଜର କିଛି ବ୍ୟକ୍ତି ବିଶେଷ ବରଯାତ୍ରୀଙ୍କ ଉପରେ ପଥର ବର୍ଷା କରିବା ଆରମ୍ଭ କରିଥିଲେ । ବର ଦଳିତ ଜାତିର ହୋଇଥିବା ବେଳେ ତାର ଘୋଡାରେ ବସିବାର ଅଧିକାର ନଥିବା କହିବା ସହ ବରକୁ ଘୋଡାରୁ ଟାଣି ଆଣି ନିସ୍ତୁକ ମାଡ ମାରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ଭୟଙ୍କର ହିଂସା ହୋଇଥିଲା।

ପୋଲିସ ଉପରେ ପଥର ମାଡ: ଉଭୟ ଗୋଷ୍ଠୀ ମଧ୍ୟରେ ପଥର ମାଡ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମେରଠ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରଥିଲା । ହେଲେ ଗୁଣ୍ଡାମାନେ ପୋଲିସକୁ ବି ଛାଡି ନଥିଲେ । ପୋଲିସ ଉପରେ ମଧ୍ୟ ପଥର ବର୍ଷା କରିଥିଲେ । ପୋଲସଙ୍କ ଗାଡ଼ିର କାଚ ଭାଙ୍ଗିବା ସହ ବରଯାତ୍ରୀଙ୍କୁ ମାଡ଼ ମାରିଥିଲେ । ତେବେ ଏହି ଘଟଣାରେ ବରପକ୍ଷ ଲୋକେ ଆହତ ହୋଇଥିଲେ । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବା ସହ ବରକୁ ବିବାହ କରିବା ପାଇଁ ବିନା ଘୋଡାରେ ଯାଇଥିଲା । ବରର ପିତା ବିନୋଦ ମେଘବାଲଙ୍କ ରିପୋର୍ଟକୁ ଆଧାର କରି ପୋଲିସ 29 ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.