Rahul Bungalow: ଘର ଖାଲି କଲେ ରାହୁଲ, ଟ୍ରକ ଲଗେଇ ବୋହିଲେ ସାମଗ୍ରୀ

By

Published : Apr 14, 2023, 6:15 PM IST

thumbnail

ନୂଆଦିଲ୍ଲୀ: ସାଂସଦ ପଦ ରଦ୍ଦ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଚଳିତ ମାସ ୨୨ ତାରିଖ ସୁଦ୍ଧା ଘର ଖାଲିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଆଜି ରାହୁଲଙ୍କ ଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ଦେଖିବାକୁ ମିଳିଛି କିଛି ଟ୍ରକ । ଏହି ଟ୍ରକଗୁଡ଼ିକ ରାହୁଲଙ୍କ ଆସବାବପତ୍ର ନେଇ ଯାଉଥିବା ଦେଖିବାକୁ ମିଳିଛି । ସେ ଘର ଛାଡିବା ଲାଗି ରାଜି ହେବା ପରେ ଆଜି ଘର ଖାଲି କରିବା ଆରମ୍ଭ କରିଛନ୍ତି । ସୂଚନା ଥାଉ କି ୨୦୧୯ ନିର୍ବାଚନରେ ରାହୁଲ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ଗୁଜୁରାଟର ସେସନ କୋର୍ଟ ତାଙ୍କୁ ୨ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ । ଏହାପରଠୁ ରାହୁଲଙ୍କ ପାଇଁ ବଢିଥିଲା ଅଡୁଆ । ରାୟ ଆସିବାର ଗୋଟିଏ ଦିନ ପରେ ରାହୁଲଙ୍କ ଉଦ୍ଦେଶ୍ୟରେ ଲୋକସଭା ସଚିବାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହାପରେ ରାହୁଲଙ୍କ ଲୋକସଭା ସାଂସଦ ପଦକୁ ରଦ୍ଦ କରାଯାଇଥିଲା । ସେ କେରଳ ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ରହିଥିଲେ । ଗତ ମାର୍ଚ୍ଚ ୨୭ ତାରିଖରେ ସରକାରୀ ବାସଭବନ ଖାଲି କରିବାକୁ ରାହୁଲଙ୍କୁ ନିର୍ଦ୍ଦେଶ ଆସିଥିଲା । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.