ETV Bharat / bharat

Budget 2022-23: ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

author img

By

Published : Feb 1, 2022, 7:51 AM IST

Budget: ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
Budget: ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ଆଜି ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି କ୍ଷେତ୍ରକୁ ମିଳିପାରେ ଗୁରୁତ୍ବ । ଟିକସ ବ୍ୟବସ୍ଥାରେ କିଛି ବଡ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବାହ୍ନ ୧୧ଟାରେ ସଂସଦରେ ବଜେଟ୍ ଉପସ୍ଥାପନ ହେବ । ସୀତାରମଣଙ୍କ ଦ୍ବାରା ଚତୁର୍ଥ ଥର ପାଇଁ ଉପସ୍ଥାପିତ ହେବାକୁ ଥିବା ଏହି ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଛି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ସବୁଜ ବଜେଟ୍ ଆଣୁଛନ୍ତି । ଚଳିତ ବଜେଟ୍‌ରେ କୃଷିକ୍ଷେତ୍ରକୁ ବୁଷ୍ଟର ଡୋଜ ମିଳିବ ବୋଲି ଆଶା ରହିଛି ।

ଏଥିସହ ଟିକସ ବ୍ୟବସ୍ଥାରେ ଅର୍ଥମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି । ବେତନଭୋଗୀମାନେ ଆୟକର ସୀମା କୋହଳ ହେବା ନେଇ ଆଶା ରଖିଛନ୍ତି । ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ଲାଗି ଚଳିତ ବଜେଟ୍‌ରେ ସରକାର ଅନେକ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

ସେହିପରି ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଗ୍ରାମୀଣ ବିକାଶ, କର୍ମନିଯୁକ୍ତି, ପାନୀୟ ଜଳ ଆଦି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଗୁଡିକରେ ସରକାର ବ୍ୟୟବରାଦ ବଢାଇବେ ବୋଲି ଆଶା କରାଯାଉଛି । ଏଥର ବଜେଟ ବ୍ୟୟବରାଦ ୩୯.୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ ବୋଲି ଆଶା ପ୍ରକଟ କରାଯାଉଛି । ଲୋକଙ୍କୁ ବଜେଟର ସମସ୍ତ ସୂଚନା ଦେବା ପାଇଁ କେନ୍ଦ୍ର ସରକାର ଏକ ମୋବାଇଲ ଆପ୍ ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ମାଧ୍ୟମରେ ବଜେଟର ସମସ୍ତ ଘୋଷଣା ଉପଲବ୍ଧ କରାଯିବ । ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଏହାକୁ ପଢିପାରିବେ ଲୋକେ ।

୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ବଢିବ । ଡିଜିପି ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ରହିବ ବୋଲି ଗତକାଲି(ସୋମବାର) ଉପସ୍ଥାପିତ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟରେ ଆକଳନ କରାଯାଇଛି । ଦେଶ ପୁଣିଥରେ ବିଶ୍ବର ଦ୍ରୁତି ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତି ଭାବେ ପରିଗଣିତ ହେବ ବୋଲି ରିପୋର୍ଟରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.