Religious conversion: ଅସହ୍ୟ ହେଲା ପତ୍ନୀଙ୍କ ସହ ଝଗଡ଼ା, ଧର୍ମ ପରିବର୍ତ୍ତନ କଲା ସ୍ବାମୀ

author img

By

Published : Jan 22, 2023, 8:18 PM IST

Etv Bharat

ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ହେଲେ ଏଠାରେ ପତ୍ନୀଙ୍କ ସହ ବିବାଦ ଏପରି ଥିଲା ଯେ ଶେଷରେ ନିଜ ଧର୍ମ ପରିବର୍ତ୍ତନ କଲେ ଯୁବକ । ଉତ୍ତରପ୍ରଦେଶରେ ଘଟିଛି ଏଭଳି ଘଟଣା । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ପତି ପତ୍ନୀଙ୍କ ମଧ୍ୟରେ ହେଉଥିବା ବିବାଦ କିଛି ମିନିଟ ମଧ୍ୟରେ ସମାଧାନ ହେଉଥିବା ବେଳେ ଆଉ କିଛି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଥାଏ । ଏପରିକି ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମଧ୍ୟ ହୋଇଥାଏ । ହେଲେ ଏଠାରେ ପତ୍ନୀଙ୍କ ସହ ଝଗଡ଼ାକୁ ନେଇ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି ଯୁବକ । ପତ୍ନୀଙ୍କ ସହିତ ଝଗଡ଼ାରେ ଅସହ୍ୟ ହୋଇ ଯୁବକ ଏପରି କରିଥିବା କହିଛନ୍ତି । ଏଭଳି ଘଟଣା ଉତ୍ତରପ୍ରଦେଶ ସମ୍ବାଲ ଜିଲ୍ଲାରେ ଦେଖିବାକୁ ମିଳିଛି ।

ନଖାସା ପୋଲିସ ଷ୍ଟେସନର ଇସାପୁର ସନୱାରି ଗ୍ରାମର ଅଧିବାସୀ ମୁକେଶ ଇସଲାମ ଧର୍ମ ଗ୍ରହଣ କରିଛନ୍ତି । ତାଙ୍କ କହିବାନୁସାରେ ପତ୍ନୀଙ୍କ ସହିତ ତାଙ୍କର ବାରମ୍ବାର ଝଗଡ଼ା ହେଉଥିଲା । ଏଥିରେ ସେ ଅତିଷ୍ଠ ହୋଇପଡ଼ିଥିଲେ । ଏଣୁ ସେ ନିଜ ଧର୍ମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ । ମୁକେଶ ଏବେ ନିଜର ନୂଆ ନାମ ଅବଦୁଲ ହୁସେନ ରଖିଛନ୍ତି । ପୋଲିସର ସୂଚନା ଅନୁସାରେ ମୁକେଶ ଗତବର୍ଷ ଡିସେମ୍ବର ୧୨ ତାରିଖରେ ସମ୍ବାଲର SDMଙ୍କ ନିକଟରେ ଏକ ଆବେଦନ ପତ୍ର ଦାଖଲ କରିଥିଲେ । ଏଥିରେ ସେ ହିନ୍ଦୁରୁ ଇସଲାମ ଧର୍ମକୁ ପରିବର୍ତ୍ତନ କରିବା ଲାଗି ଉଲ୍ଲେଖ କରିଥିଲେ । ଏହାପରେ ସେ ଆଲ୍‌ହା ହାଜରତ ଦର୍ଘାକୁ ଯାଇ ନିଜ ଧର୍ମ ପରିବର୍ତ୍ତନ କରିଥିଲେ ।

ଏହା ବି ପଢନ୍ତୁ- ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବା ଆଣ୍ଡାମାନର 21 ଦ୍ବୀପ, ଭର୍ଚ୍ଚୁଆଲି ସାମିଲ ହେବେ ପ୍ରଧାନମନ୍ତ୍ରୀ

ଧର୍ମ ପରିବର୍ତ୍ତନ କରିବା ପରେ ସେ ଦିଲ୍ଲୀ ଯାଇ ସେଠାରେ କିଛି ଦିନ ରହିଥିଲେ । ଏହାପରେ ସେ ଗ୍ରାମକୁ ଫେରି ଗୁହାଳ ଘରେ ରହିଥିଲେ । ଏହାପରେ ସେ ନିଜ ପୋଷାକ ପିନ୍ଧିବା ଶୈଳୀ ମଧ୍ୟ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଥିଲା । ପୋଲିସର କହିବାନୁସାରେ ମୁକେଶଙ୍କ ପତ୍ନୀ ସ୍ବାମୀଙ୍କ ଧର୍ମ ପରିବର୍ତ୍ତନ ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ତଦନ୍ତ ବେଳେ ଜଣାପଡ଼ିଛି ଯେ ମୁକେଶ ଅଧିକାଂଶ ଥର ନିଜ ପତ୍ନୀଙ୍କ ସହିତ ଝଗଡ଼ା କରୁଥିଲା ଏବଂ ତାଙ୍କୁ ମାଡ଼ ମଧ୍ୟ ମାରୁଥିଲା ।

ନଖାସା ପୋଲିସ ଷ୍ଟେସନ ସର୍କର ଅଫିସର ଜିତେନ୍ଦ୍ର ସରଗମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମାନସିକ ସମସ୍ୟା ଦେଇ ଗତି କରୁଛି । ସେ ଏହା ମଧ୍ୟ କହିଛି ଯେ ତାର ପତ୍ନୀ ସହିତ କୌଣସି ବିବାଦ ନାହିଁ । ତେବେ ପୋଲିସ ପତି-ପତ୍ନୀଙ୍କ ବୟାନ ରେକର୍ଡ କରି ଅଧିକ ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.