ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବା ଆଣ୍ଡାମାନର 21 ଦ୍ବୀପ, ଭର୍ଚ୍ଚୁଆଲି ସାମିଲ ହେବେ ପ୍ରଧାନମନ୍ତ୍ରୀ

author img

By

Published : Jan 22, 2023, 6:52 PM IST

ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେବା ଆଣ୍ଡାମାନର 21 ଦ୍ବୀପ । ଭର୍ଚ୍ଚୁଆଲି ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ହାଇଦ୍ରାବାଦ: କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର 21ଟି ନାମବିହୀନ ଦ୍ୱୀପକୁ ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ସେନାଧିକାରୀଙ୍କ ନାମରେ ନାମିତ କରିବେ କେନ୍ଦ୍ର ସରକାର । 23 ଜାନୁଆରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ‘‘ପରାକ୍ରମ ଦିବସ’’ରେ ଏହି ନାମକରଣ ସମାରୋହ କରାଯିବା ନେଇ କେନ୍ଦ୍ର ନିଷ୍ପତ୍ତି ଗ୍ରହଣ କରିଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚ୍ଚୁଆଲି ସାମିଲ ହେବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି, ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ୨୩ ଜାନୁଆରୀ ପୂର୍ବାହ୍ନ ୧୧ ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ୨୧ ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ସେନାଧିକାରୀଙ୍କ ନାମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ନାମକରଣ ହୋଇନଥିବା ୨୧ଟି ବୃହତ ଦ୍ୱୀପପୁଞ୍ଜର ନାମକରଣ କରାଯିବା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପରେ ନେତାଜୀଙ୍କ ନାମରେ ଉତ୍ସର୍ଗୀକୃତ ପାଇଁ ର୍ନିମାଣ ହେବାକୁ ଥିବା ଜାତୀୟ ସ୍ମାରକୀ ମଡେଲକୁ ମଧ୍ୟ ଉନ୍ମୋଚନ କରିବେ ।

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଐତିହାସିକ ଗାରିମା ଓ ନେତାଜୀଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ରସ୍‌ ଦ୍ୱୀପପୁଞ୍ଜକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ୱୀପ ନାମରେ ନାମିତ କରାଯାଇଥିଲା । ସେହିପରି ଅନ୍ୟତମ ନୀଲ୍‌ ଦ୍ୱୀପ ଏବଂ ହାଭଲକ୍‌ ଦ୍ୱୀପକୁ ମଧ୍ୟ ଶହୀଦ ଦ୍ୱୀପ୍ ଏବଂ ସ୍ୱରାଜ ଦ୍ୱୀପ୍ ନାମରେ ନାମିତ କରାଯାଇଥିଲା । ଏବେ ମଧ୍ୟ ଦ୍ବୀପପୁଞ୍ଜରେ ଅନେକ ନାମବିହୀନ ଦ୍ବୀପ ରହିଛି ।

ଏହି ଦ୍ୱୀପପୁଞ୍ଜଗୁଡିକ ନାମିତ ହେବାକୁ ଥିବା ୨୧ ପରମବୀର ଚକ୍ର ପୁରସ୍କାର ପ୍ରାପ୍ତ ସେନାଧିକାରୀଙ୍କ ମଧ୍ୟରେ ମେଜର ସୋମନାଥ ଶର୍ମା, କରମ୍ ସିଂହ, ୨ୟ ଲେଫ୍ଟନାଣ୍ଟ ରାମରାଘବ ରାଣେ, ନାୟକ ଯଦୁନାଥ ସିଂ, କମ୍ପାନୀ ହାବିଲଦାର ମେଜର ପିରୁ ସିଂ, କ୍ୟାପଟେନ୍‌ ଜି.ଏସ୍ ସାଲାରିଆ, ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ଧନ ସିଂ ଥାପ୍ପା, ସୁବେଦାର ଯୋଗୀନ୍ଦର ସିଂହ, ମେଜର ସୈତାନ ସିଂ, ସିକ୍ୟୁଏମଏଚ୍‌ ଅବଦୁଲ ହମିଦ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଆର୍ଦେଶୀର ବୁର୍ଜୋରଜୀ ତାରାପୋରେ, ଲାନ୍ସ ନାଏକ ଆଲବର୍ଟ ଏକ୍କା, ମେଜର ହୋଶିଆର ସିଂ, ୨ୟ ଲେଫ୍ଟନାଣ୍ଟ ଅରୁଣ କ୍ଷେତ୍ରପାଳ, ଫ୍ଲାଇଙ୍ଗ ଅଫିସର ନିର୍ମଳଜିତ ସିଂହ ସେଖୋଁ, ମେଜର ରାମସ୍ୱାମୀ ପରମେଶ୍ୱରନ୍, ନାଏବ ସୁବେଦାର ବାନା ସିଂହ, କ୍ୟାପଟେନ ବିକ୍ରମ ବାତ୍ରା, ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, ସୁବେଦାର ମେଜର ସଞ୍ଜୟ କୁମାର, ଏବଂ ସୁବେଦାର ମେଜର ଅବସରପ୍ରାପ୍ତ ଗ୍ରେନାଡିୟର୍ ଯୋଗେନ୍ଦ୍ର ସିଂହ ଯାଦବ ପ୍ରମୁଖ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.