ETV Bharat / bharat

ପାକିସ୍ତାନ ସହ ଆଲୋଚନା କଲେ ଆତଙ୍କବାଦ ଶେଷ ହେବ: ଫାରୁକ ଅବଦୁଲ୍ଲା

author img

By

Published : Jan 20, 2023, 3:05 PM IST

ଜମ୍ମୁକାଶ୍ମୀରରେ ଏବେବି ସକ୍ରିୟ ଆତଙ୍କବାଦ । ପାକିସ୍ତାନ ସହ ଆଲୋଚନା କଲେ ଏହା ଶେଷ ହୋଇପାରିବ ବୋଲି କହିଲେ ଫାରୁକ ଅବଦୁଲ୍ଲା । ଅଧିକ ପଢନ୍ତୁ

farooq abdullah talks on terrorism in jammu
ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକାଶ୍ମୀରରେ ବୃଦ୍ଧି ପାଉଥିବା ଆତଙ୍କବାଦକୁ ନେଇ ମୁହଁ ଖୋଲିଲେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲା । ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ଏବେ ବି ସକ୍ରିୟ ରହିଛି । ପାକିସ୍ତାନ ସହ ଭାରତ ଆଲୋଚନା କଲେ ଏହା ଶେଷ ହୋଇପାରିବ । ଭାରତୀୟ ଜନତା ପାର୍ଟି ଦେଶରେ ଘୃଣା ଭାବକୁ ପ୍ରୋତ୍ସାହିତ କରୁଥିବା ବେଳେ ଦେଶର ଅଖଣ୍ଡତା ପ୍ରତି ଏହା ବିପଦ ସୃଷ୍ଟି କରୁଥିବା ଫାରୁକ୍ ଅବଦୁଲ୍ଲା ଅଭିଯୋଗ ଆଣିଛନ୍ତି ।

ଗଣମାଧ୍ୟମକୁ ଏକ ପ୍ରଶ୍ନର ଉତ୍ତର ଦେଇ ଫାରୁକ୍ ଅବଦୁଲ୍ଲା କହିଛନ୍ତି, "ମୁଁ ମୋ ରକ୍ତରେ ଲେଖିକି କହିପାରିବି ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ସକ୍ରିୟ ରହିଛି । ପାକିସ୍ତାନ ସହ ଏନେଇ ଆଲୋଚନା ଆରମ୍ଭ ନହେବା ପର୍ଯ୍ୟନ୍ତ ଏହା ଶେଷ ହେବ ନାହିଁ । ଚୀନ ଆମ ସୀମାରେ ୧୬ଥର ପ୍ରବେଶ ଉଦ୍ୟମ କରିଥିବା ବେଳେ ଆପଣ ବହୁବାର ଆଲୋଚନା କରୁଛନ୍ତି । କିନ୍ତୁ ପାକିସ୍ତାନ ସହିତ କାହିଁକି କଥାବାର୍ତ୍ତା କରିବାକୁ ଦୂରେଇ ଯାଉଛନ୍ତି ?"

ବର୍ତ୍ତମାନ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଅନ୍ତିମ ରାଜ୍ୟ ଭାବେ କାଶ୍ମୀରରେ ପ୍ରବେଶ କରିଛି । ଗୁରୁବାର ଏଠାରେ ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଥିବା ବେଳେ ରାହୁଲଙ୍କ ସହ ସାମିଲ ହୋଇଥିଲେ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫେରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା । ଅବଦୁଲ୍ଲା ତାଙ୍କର ବହୁ ବରିଷ୍ଠ କର୍ମକର୍ତ୍ତା ତଥା ସହଯୋଗୀଙ୍କୁ ସାଥିରେ ନେଇ ଲଖନପୁର ଅଭିମୁଖେ ଏକ ବସରେ ଯାତ୍ରା କରି ଭାରତ ଯୋଡରେ ସାମିଲ ହୋଇଥିଲେ ।

ଗତକାଲି ଏହି ଯାତ୍ରା ସମୟରେ ଫାରୁକ ଅବଦୁଲ୍ଲାଙ୍କୁ ଜାମ୍ମୁ କାଶ୍ମୀରେର ଆତଙ୍କବାଦ କେବେ ଶେଷ ହେବା ବୋଲି ପ୍ରଶ୍ନ କରିଥିଲେ ଜଣେ ସାମ୍ବାଦିକ । ଏହାର ଉତ୍ତରରେ ସେ କହିଥିଲେ ଯେ, "ଆମକୁ ଏଥି ପାଇଁ ପ୍ରାୟସ କରିବାକୁ ପଡିବ । କିନ୍ତୁ ବିଜେପି ସରକାର ଏଥିପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । କେବଳ ଭୋଟ୍ ବ୍ୟାଙ୍କ ପାଇଁ ମୁସଲମାନ ଏବଂ ହିନ୍ଦୁମାନଙ୍କୁ ଏକାଠି କରିବା ପରିବର୍ତ୍ତେ ଘୃଣା ଭାବନାକୁ ବୃଦ୍ଧି କରୁଛନ୍ତି। 'ପାକିସ୍ତାନରେ ବାସ କରୁଥିବା ହିନ୍ଦୁ ଏବଂ ଆମ ଦେଶର ରହୁଥିବା ମୁସଲମାନମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ନଦେଇ ଘୃଣାଭାବକୁ ବିସ୍ତାର କରୁଛନ୍ତି । ଯଦି ଲୋକଙ୍କ ମନରୁ ଘୃଣା ଭାବ ଦୂର ନହୁଏ, ତେବେ ଭାରତର ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ ।"

ଫିଲ୍ମ କାଶ୍ମୀର ଫାଇଲକୁ ଟାର୍ଗେଟ କରି ଅବଦୁଲ୍ଲା କହିଛନ୍ତି ଯେ, "ଘୃଣାଭାବକୁ ବୃଦ୍ଧି କରିବା ଏବଂ ଭୋଟ ବ୍ୟାଙ୍କ ହାତେଇବା ପାଇଁ ପଣ୍ଡିତଙ୍କ ନରସଂହାର ଏବଂ ନିର୍ଯାତନାର ଯନ୍ତ୍ରଣାର କାହାଣୀକୁ କାଶ୍ମୀର ଫାଇଲ ଫିଲ୍ମ ମାଧ୍ୟମରେ ଦର୍ଶାଇଥିଲେ । କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଆରମ୍ଭ ହେବା ଦିନଠାରୁ ଉଭୟ କାଶ୍ମୀର ପଣ୍ଡିତ ଏବଂ ମୁସଲମାନ ପ୍ରଭାବିତ ହୋଇଛନ୍ତି । ଏଥିସହ ନ୍ୟାସନାଲ କନଫରେନ୍ସ କର୍ମୀ ଏବଂ ମନ୍ତ୍ରୀମାନେ ମଧ୍ୟ ନିହତ ହୋଇଛନ୍ତି ।" ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦ ସମସ୍ୟାର ସମାଧାନ ପାଇଁ ଫାରୁକ ଅବଦୁଲ୍ଲା ଆବଶ୍ୟକ ପଡ଼ିଲେ ରକ୍ତରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.