ETV Bharat / bharat

4 ରାଜ୍ୟରୁ 8 ସନ୍ଦିଗ୍ଧ ISIS ଆତଙ୍କବାଦୀଙ୍କୁ ଗିରଫ କଲା NIA

author img

By ETV Bharat Odisha Team

Published : Dec 18, 2023, 6:17 PM IST

8 ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କଲା NIA
8 ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କଲା NIA

Eight ISIS operatives arrested: 8 ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କଲା NIA । ବିଭିନ୍ନ ସ୍ଥାନରେ ଆଇଇଡି ବିସ୍ଫୋରଣ ପାଇଁ ଥିଲା ଯୋଜନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 4 ରାଜ୍ୟର ଏକାଧିକ ସ୍ଥାନରେ ଚଢାଉ କରି 8 ଜଣ ସନ୍ଦିଗ୍ଧ ISIS ଆତଙ୍କୀଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଆଜି ସକାଳୁ କର୍ଣ୍ଣାଟକ, ମହାରାଷ୍ଟ୍ର, ଝାଡଖଣ୍ଡ ଓ ଦିଲ୍ଲୀର ପ୍ରାୟ 19 ସ୍ଥାନରେ ଏକାକାଳୀନ ଚଢାଉ ଜାରି ରହିଥିଲା । ତେବେ ଅପରାହ୍ନରେ 8 ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ବହୁ ଆପତ୍ତିଜନ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏହି ସନ୍ଦିଗ୍ଧ ଆତଙ୍କୀମାନଙ୍କ ସମ୍ପୃକ୍ତି କୁଖ୍ୟାତ ଆତଙ୍କୀ ସଂଗଠନ ‘ଆଇଏସଆଇଏସ’ ସହ ରହିଛି । ଏମାନେ ଆଇଇଡି ବିସ୍ଫୋରଣ କରିବା ଯୋଜନାରେ ଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି । ଏମାନଙ୍କୁ ଜେରା ଜାରି ରହିଥିବା ସଂସ୍ଥା ‘ଏକ୍ସ’ରେ ଟ୍ବିଟ କରି ସୂଚନା ଦେଇଛି ।

  • Nia Foils ISIS Ballari Module’s Plans to Trigger IED Blasts
    Arrests 8 Terror Operatives, including Module Head, in Raids Across 4 States, Seizes Explosive Raw Materials, Weapons, Documents Exposing Terror Plans, etc. pic.twitter.com/jluje0B91b

    — NIA India (@NIA_India) December 18, 2023 " class="align-text-top noRightClick twitterSection" data=" ">

ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ, ଇନପୁଟ ସୂଚନା ଆଧାରରେ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁ, ବେଲାରୀ, ମହାରାଷ୍ଟ୍ରର ପୁଣେ, ମୁମ୍ବାଇ ଓ ଅମରାବତି, ଝାଡଖଣ୍ଡର ଜାମସେଦପୁର, ବୋକାରୋ ଓ ରାଜଧାନୀ ଦିଲ୍ଲୀର ପ୍ରାୟ 19 ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଥିଲା । ସ୍ଥାନୀୟ ପୋଲିସ ସହଯୋଗରେ ଏନଆଇଏ ଟିମ ଏହି ଚଢାଉ କରିଥିଲେ । ଚଢାଉରେ ଆତଙ୍କୀ ସଂଗଠନ ଆଇଏସଆଇଏସ ସହ ଜଡିତ ଏକାଧିକ ସାମଗ୍ରୀ ଓ ବିସ୍ଫୋରକ ଜବତ ହେବା ପରେ 8 ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଛି ।

ଇରାକ ଓ ସିରିଆରୁ ସଞ୍ଚାଳିତ ହେଉଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ସକ୍ରିୟ ହୋଇ ଉଠିଲାଣି । ଭାରତରେ ସଂଗଠନ ତାର କାୟା ବିସ୍ତାର କରିବା ପାଇଁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି । ସେମାନଙ୍କୁ ଦେଶ ବାହାରକୁ ପଠାଇବା ପାଇଁ ଏଜେଣ୍ଟ ମାଧ୍ୟମରେ ପ୍ରଲୋଭିତ କରାଯାଉଛି । ବିଗତ ଦିନରେ ଏକାଧିକ ରାଜ୍ୟରେ ଏନଆଇଏ ଚଢାଉ କରି ବହୁ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ ମଧ୍ୟ କରିଛି ।

ଏହା ମଧ୍ୟ ପଢନ୍ତୁ:-ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: କୋର୍ଟରେ ରିପୋର୍ଟ ଦାଖଲ କଲା ASI

ଭାରତୀୟ ଗୁଇନ୍ଦା ସଂସ୍ଥା ଓ ଏନଆଇଏ ଏହି କାର୍ଯ୍ୟକଳାପ ଉପରେ କଡା ନଜର ରଖିଛନ୍ତି । ଦେଶରେ ‘ପିଏଫଆଇ’ ବ୍ୟାନ ହେବା ପରେ ଏବେ କ୍ରମାଗତ ଆଇଏସଆଇଏସ ମଡ୍ୟୁଲ ଠାବ ହେବାରେ ଲାଗିଛି । ଆସାମରେ କିଛି ମଦ୍ରାସାରେ ଇସଲାମୀୟ ଧର୍ମ ଆଧାରିତ ପାଠ୍ୟକ୍ରମ ଆଳରେ ଆତଙ୍କୀ ଲିଙ୍କ ସାମ୍ନାକୁ ଆସିବା ପରେ ମାଦ୍ରାସାଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ହିମନ୍ତ ବିଶ୍ବଶର୍ମା ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.