ETV Bharat / bharat

ଜ୍ଞାନବ୍ୟାପୀ ମସଜିଦ ସର୍ଭେ ମାମଲା: କୋର୍ଟରେ ରିପୋର୍ଟ ଦାଖଲ କଲା ASI

author img

By ETV Bharat Odisha Team

Published : Dec 18, 2023, 5:48 PM IST

Gyanvapi mosque report submitted in Varanasi court by ASI: ମୁଦ୍ଦା ଲଫାପାରେ ରିପୋର୍ଟ ଦାଖଲ କଲା ଏଏସଆଇ । ଅଗଷ୍ଟ 4 ରେ ଆରମ୍ଭ ହୋଇଥିଲା ବୈଜ୍ଞାନିକ ପ୍ରଣାଳୀରେ ସର୍ଭେ । ଅଧିକ ପଢନ୍ତୁ

କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲା ASI
କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲା ASI

ଲକ୍ଷ୍ନୌ: ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ବିଜ୍ଞାନଭିତ୍ତିକ ସର୍ଭେ ରିପୋର୍ଟ ବାରାଣାସୀ କୋର୍ଟରେ ଦାଖଲ କରିଛି ଭାରତୀୟ ପ୍ରତ୍ନତାତ୍ତ୍ବିକ ସଂସ୍ଥା (ASI) । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ସର୍ଭେ ଅଗଷ୍ଟ 4 ତାରିଖରୁ ଆରମ୍ଭ ହୋଇଥିଲା । ସଂସ୍ଥା ମୁଦ୍ଦା ଲଫାପାରେ ଏହି ରିପୋର୍ଟ କୋର୍ଟରେ ଦାଖଲ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାରାଣାସୀ ଜିଲ୍ଲା ଜଜଙ୍କ ନିକଟରେ ଏହି ରୋପୋର୍ଟ ଦାଖଲ କରିଛି ସଂସ୍ଥା । ତେବେ ଏହି ରିପୋର୍ଟକୁ ସାର୍ବଜନୀନ କରିବା ଓ ଏହାର କପି ମାମଲାର ସମସ୍ତ ପକ୍ଷଙ୍କୁ ପ୍ରଦାନ କରିବା ପାଇଁ ଅନୁମତି ଦେବାକୁ ହିନ୍ଦୁପକ୍ଷ କୋର୍ଟରେ ଆବେଦନ ମଧ୍ୟ କରିଥିଲେ । ମାତ୍ର ଏହି ରିପୋର୍ଟ କେବଳ ମୁଦ୍ଦା ଲଫାପାରେ କୋର୍ଟରେ ହିଁ ଦାଖଲ ହୋଇଛି । ଡିସେମ୍ବର 11 ତାରିଖରେ ସର୍ଭେ ଶେଷ କରିବାକୁ କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା ଏଏସଆଇ । କୋର୍ଟ ମଧ୍ୟ ଏଏସଆଇକୁ ଆଉ 10 ଦିନ ଅଧିକ ପ୍ରଦାନ ଦେଇଥିଲେ । 18 ତାରିଖରେ ରିପୋର୍ଟ ଦାଖଲ କରିବା ପାଇଁ ଶେଷ ତାରିଖ ପ୍ରଦାନ କରାଯାଇଥିଲା ।

  • #WATCH | Varanasi, UP: Advocate Vishnu Shankar Jain, representing the Hindu side in the Gyanvapi survey case, says, "Today, the Archaeological Survey of India has filed its report in sealed cover in violation of the Supreme Court judgment of 4th August...We have moved an… pic.twitter.com/7nYQiwzZWJ

    — ANI (@ANI) December 18, 2023 " class="align-text-top noRightClick twitterSection" data=" ">

କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଗଷ୍ଟ 4 ତାରିଖରେ ପ୍ରତ୍ନତାତ୍ତ୍ବିକ ବିଭାଗ ଏହି ବିଜ୍ଞାନ ଭିତ୍ତିକ ସର୍ଭେ ଆରମ୍ଭ କରିଥିଲା । ନିର୍ଦ୍ଧାରିତ ସମୟଠାରୁ ସର୍ଭେ ଶେଷ କରିବା ବେଶ ବିଳମ୍ବ ହୋଇଥିଲା । ଏକାଧିକ ଥର ସର୍ଭେ ସମୟ ଅବଧିକୁ କୋର୍ଟ ସମ୍ପ୍ରସାରିତ କରିଛନ୍ତି । ପ୍ରାୟ 100 ଦିନ ପରେ ଏହି ସର୍ଭେ ଶେଷ ହୋଇଛି । ଏବେ ସର୍ଭେର ସଂସ୍ଥା କଣ ଦର୍ଶାଇଛି, ତା’ ଉପରେ ପରବର୍ତ୍ତୀ ପ୍ରକ୍ରିୟା ନିର୍ଭର କରୁଛି । ମାତ୍ର ଏହି ସର୍ଭେ ହିନ୍ଦୁପକ୍ଷଙ୍କ ଦାବି ସହ ମେଳଖାଉଥିବା ମଧ୍ୟ କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଶୀତ ଅଧିବେଶନରୁ ଆଉ 33 ଲୋକସଭା ସାଂସଦ ନିଲମ୍ବିତ

କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲା ASI
କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କଲା ASI

ଏହି ମସଜିଦ ପରିସର ମଧ୍ୟରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରହିଥିବା ଜଣାପଡିଛି । ମନ୍ଦିର ଧ୍ବଂସ କରାଯାଇ ଏହାର ଢାଞ୍ଚା ଉପରେ ମସଜିଦ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ମସଜିଦ କମ୍ପଲେକ୍ସ ମଧ୍ୟରେ ଏକ ଶିବ ଲିଙ୍ଗ ମଧ୍ୟ ଠାବ ହୋଇଥିବା ଦାବି ହୋଇଛି । ଏହି ଶିବଲିଙ୍ଗ ମିଳିଥିବା ସ୍ଥାନରେ ପୂଜାର୍ଚ୍ଚନା ଅନୁମତି ଦେବା ପାଇଁ ଏକ ପୃଥକ ମାମଲା ମଧ୍ୟ କୋର୍ଟରେ ବିଚାରାଧୀନ ରହିଛି । ସାଇଣ୍ଟିଫିକ ସର୍ଭେ ହେଲେ ମସଜିଦ ଢାଞ୍ଚାକୁ କ୍ଷତି ପହଞ୍ଚିବ ବୋଲି ମୁସଲିମ ପକ୍ଷ ତର୍କ ରଖିଥିଲେ । ତଥାପି କୋର୍ଟ ଏହି ସର୍ଭେକୁ ଅନୁମତି ଦେଇଥିଲେ । ଅଗଷ୍ଟ 4 ରୁ ଆରମ୍ଭ ହୋଇଥିବା ସର୍ଭେ ଏବେ ଶେଷ ହୋଇଛି । ରିପୋର୍ଟ ଆଧାରରେ କୋର୍ଟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.