ETV Bharat / bharat

ଶୀତ ଅଧିବେଶନରୁ ଆଉ 33 ଲୋକସଭା ସାଂସଦ ନିଲମ୍ବିତ

author img

By ETV Bharat Odisha Team

Published : Dec 18, 2023, 3:47 PM IST

Updated : Dec 18, 2023, 4:25 PM IST

33 MPs suspended from Lok Sabha: ଶୀତ ଅଧିବେଶନରୁ ଆଉ 33 ସାଂସଦ ନିଲମ୍ବିତ । ପୂର୍ବରୁ 13 ଓ ରାଜ୍ୟସଭାରୁ ଜଣେ ସାଂସଦ ହୋଇଥିଲେ ନିଲମ୍ବିତ । 47ରେ ପହଞ୍ଚିଲା ସଂଖ୍ୟା । ଅଧିକ ପଢନ୍ତୁ

ଶୀତ ଅଧିବେଶନରୁ ଆଉ 31 ସାଂସଦ ନିଲମ୍ବିତ,
ଶୀତ ଅଧିବେଶନରୁ ଆଉ 31 ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଲୋକସଭାରୁ ଆଜି 33 ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସଂସଦ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଏହି ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଅଶୋଭନୀୟ ଆଚରଣ ଅଭିଯୋଗ ପାଇଁ ଏମାନଙ୍କ ମଧ୍ୟରୁ 33 ଜଣଙ୍କୁ ଚଳିତ ଶୀତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସରୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ବାରା ଆଗତ ପ୍ରସ୍ତାବ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି । ଗତ ସପ୍ତାହରେ ସମାନ ଅଭିଯୋଗରେ ଲୋକସଭାରୁ 13 ଓ ରାଜ୍ୟସଭାରୁ ଜଣଙ୍କୁ ମିଶାଇ ମୋଟ 14 ସାଂସଦଙ୍କୁ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଏବେ ଏହି ସଂଖ୍ୟା 47ରେ ପହଞ୍ଚିଛି ।

  • Winter Session | A total of 33 Opposition MPs, including Leader of Congress in Lok Sabha Adhir Ranjan Chowdhury, suspended from the Parliament today for the remainder of the Session. pic.twitter.com/zbUpeMaHmU

    — ANI (@ANI) December 18, 2023 " class="align-text-top noRightClick twitterSection" data=" ">

ଗୃହରେ ଅଶୋଭନୀୟ ଆଚରଣ ଓ ଚେୟାରକୁ ଅସମ୍ମାନ ଅଭିଯୋଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ନିଲମ୍ବନ ପ୍ରସ୍ତାବ ଆଗତ କରଥିଲେ । ଭଏସ ଭୋଟିଂ ମାଧ୍ୟମରେ ଏହାକୁ ବାଚସ୍ପତି ପାରିତ କରିଥିଲେ । ଆଜି ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ଗୃହରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଓ ଦଳର ଉପନେତା ଗୌରବ ଗୋଗଇ ମଧ୍ୟ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିଏମସି, ଡିଏମକେ, ଜେଡିୟୁ, ଆରଏସପି ସାଂସଦମାନେ ରହିଛନ୍ତି । ଆଜିର ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପରେ ଉଭୟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା 47ରେ ପହଞ୍ଚିଛି । ବିରୋଧୀ ଏହାକୁ ଅସାମ୍ବିଧାନିକ ବୋଲି କହିଛନ୍ତି । ସେମାନେ ଗୃହରେ ଏହି ବିଭ୍ରାଟ ପ୍ରସଙ୍ଗରେ ଚର୍ଚ୍ଚା ଦାବି କରିବାରୁ ସେମାନଙ୍କୁ ନିଲମ୍ବିତ କରାଯିବା ଯିବା ସମ୍ବିଧାନ ସମ୍ମତ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

  • #WATCH | On his suspension from the Lok Sabha, Leader of Congress in Lok Sabha Adhir Ranjan Chowdhury says, "All leaders, including me, have been suspended. We have been demanding for days to reinstate our MPs who were suspended earlier and that the Home Minister come to the… pic.twitter.com/y19hCUY7iG

    — ANI (@ANI) December 18, 2023 " class="align-text-top noRightClick twitterSection" data=" ">


ଏହା ମଧ୍ୟ ପଢନ୍ତୁ :- ନାଟ ମଣ୍ଡପ ବିମ୍ ମରାମତି: ଜାନୁଆରି ୧୮ ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଆମିକସ୍ କ୍ୟୁରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କାର୍ଯ୍ୟାନୁଷ୍ଠାନ ପରେ ଅଧୀର ସରକାର ଉପରେ ବର୍ଷିଛନ୍ତି । ବିଜେପି ସରକାର ପାର୍ଟି ଅଫିସ ଭଳି ଗୃହକୁ ଚଳାଇବାକୁ ଉଦ୍ୟମ କରୁଛି । ସେମାନେ ବହୁମତ ସହ ବାହୁବଳି ଭଳି କାର୍ଯ୍ୟ କରୁଛନ୍ତି । କିନ୍ତୁ ସଂସଦ ବିଜେପି ଓ ଆରଏସଏସ ଅଫିସ ଭଳ ଚାଲିପାରିବ ନାହିଁ ବୋଲି ଅଧୀର କହିଛନ୍ତି । 22 ତାରିଖରେ ଏହି ଶୀତ ଅଧିବେଶନ ଶେଷ ହେବାକୁ ଯାଉଥିବା ବେଳେ ଉଭୟ ଗୃହରୁ 47 ସାଂସଦ ନିଲମ୍ବିତ ହୋଇଛନ୍ତି । ଏପରି ଗଣନିଲମ୍ବନ ପ୍ରାୟତଃ ପୂର୍ବରୁ ଦେଖିବାକୁ ମିଳିନଥିଲା । ସୁରକ୍ଷା ବିଭ୍ରାଟ ପରେ ଗୃହରେ ଅଚଳାବସ୍ଥା ଜାରି ରହିଛି । ସରକାର ଚର୍ଚ୍ଚା ପାଇଁ ରାଜି ନହେବା ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବିବୃତ୍ତି ନରଖିବା ଭୟ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 18, 2023, 4:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.