ETV Bharat / bharat

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୨୫ଟି ସ୍ଥାନରେ ଇଡି ରେଡ୍

author img

By

Published : Oct 14, 2022, 12:47 PM IST

Updated : Oct 14, 2022, 12:57 PM IST

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାତୀୟ ରାଜଧାନୀର ୨୫ଟି ସ୍ଥାନରେ ଇଡି ରେଡ୍ । ଅଧିକ ପଢନ୍ତୁ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୨୫ଟି ସ୍ଥାନରେ ଇଡି ରେଡ୍
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୨୫ଟି ସ୍ଥାନରେ ଇଡି ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ(Delhi Excise Policy case)ପୁଣି ରେଡ୍ । ଆଜି ସକାଳୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଜାତୀୟ ରାଜଧାନୀ ଦିଲ୍ଲୀର ୨୫ଟି ସ୍ଥାନରେ ରେଡ୍ କରିଛି । ମଦ ଡିଲରସିପ୍ ଏବଂ ଯୋଗଣା ବ୍ୟବସ୍ଥା ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କ ଘରେ ତନାଘନା କରାଯାଉଛି । ତେବେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଏ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ୧୨୦ରୁ ଅଧିକ ଚଢାଉ କରିସାରିଲାଣି ।

ଏହି ମଦ ଦୁର୍ନୀତି ଘଟଣାରେ ଗତ ମାସରେ ମଦ କମ୍ପାନୀ ଇଣ୍ଡୋସ୍ପିରିଟର ମାଲିକ ସମୀର ମହେନ୍ଦ୍ରୁଙ୍କୁ(liquor businessman Sameer Mahandru) ଗିରଫ କରାଯାଇଛି । ସମୀର ମହେନ୍ଦ୍ରୁ ମନୀଷ ସିସୋଦିଆଙ୍କ ସହଯୋଗୀଙ୍କୁ ଦୁଇ ଥର କୋଟି କୋଟି ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା । କିଛି ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଦିଲ୍ଲୀ ଏନସିଆର, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ରେଡ୍ କରିଥିଲା । ମଦ ବ୍ୟବସାୟୀ ମହେନ୍ଦ୍ରୁଙ୍କ ପଚରାଉଚରା ସମୟରେ ଅବକାରୀ ନୀତି ମାମଲାରେ ଏକାଧିକ ରାଜ୍ୟର ଲିଙ୍କ୍ ସାମ୍ନାକୁ ଆସିବା ପରେ ଏହି ଚଢାଉ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: Delhi Excise Policy: ଦିଲ୍ଲୀ, ପଞ୍ଜାବ ଓ ହାଇଦ୍ରାବାଦର ୩୫ ସ୍ଥାନରେ ED ରେଡ୍

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୧୭ରେ କେଜ୍ରିୱାଲ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଗତ ଜୁଲାଇରେ ଏହାକୁ ହଟାଇ ଦିଆଯାଇଥିଲା । ନୂଆ ଅବକାରୀ ନୀତିରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ନଜରକୁ ଆସିବା ପରେ ଉପରାଜ୍ୟପାଳ ଭିକେ ସକ୍ସେନା( Delhi LG VK Saxena) ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହି ଅନିୟମିତତା ମାମଲାରେ ସକ୍ସେନା ୧୧ ଜଣ ଅବକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ସେହିପରି ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ(Deputy Chief Minister Manish Sisodia)ଙ୍କ ସମେତ ଅନେକ ସରକାରୀ ଅଧିକାରୀ ସିବିଆଇ ସ୍କାନରରେ ରହିଛନ୍ତି । ଗତ ଅଗଷ୍ଟରେ ମାମଲାର ତଦନ୍ତ କରୁଥିବା ସିବିଆଇ ୮ ଜଣଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ନୋଟିସ ଜାରି କରିଥିଲା । ତେବେ ଏହି ଘଟଣାରେ ମୋଟ ୯ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

Last Updated : Oct 14, 2022, 12:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.