ETV Bharat / bharat

ଖୋଲିଲାନି ମନ୍ଦିରର ଦ୍ୱାର, ଦର୍ଶନ ପାଇଁ ଅଧଘଣ୍ଟା ଅପେକ୍ଷା କଲେ ଉପରାଷ୍ଟ୍ରପତି

author img

By

Published : Oct 26, 2022, 9:21 PM IST

ଖୋଲିଲାନି ମନ୍ଦିରର ଦ୍ବାର: ଦର୍ଶନ ପାଇଁ ଅଧ ଘଣ୍ଟା ଅପେକ୍ଷା କଲେ ଉପରାଷ୍ଟ୍ରପତି
ଖୋଲିଲାନି ମନ୍ଦିରର ଦ୍ବାର: ଦର୍ଶନ ପାଇଁ ଅଧ ଘଣ୍ଟା ଅପେକ୍ଷା କଲେ ଉପରାଷ୍ଟ୍ରପତି

ଅମୃତସରର ଉପରାଷ୍ଟ୍ରପତି ଜଗଦୀପ ଧନଖର (Vice President Jagdeep Dhankhar in Amritsar)। ଦୁର୍ଗିଆନା ମନ୍ଦିରରେ ଦର୍ଶନ ବେଳେ ଦ୍ବାର ଖୋଲିବା ହେଲା ବିଳମ୍ବ । ବାହାରେ ଅଧଘଣ୍ଟା ଅପେକ୍ଷା କଲେ ଉପରାଷ୍ଟ୍ରପତି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବର ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର । କିନ୍ତୁ ଏଠାରେ ଦର୍ଶନ ପୂର୍ବରୁ ତାଙ୍କୁ ପ୍ରାୟ ଅଧ ଘଣ୍ଟା ବାହାରେ ଅପେକ୍ଷା କରିବାକୁ ପଡିଛି । ଉପରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ରାଷ୍ଟ୍ରପତି ପହଞ୍ଚିବା ପରେ ମଧ୍ୟ ମନ୍ଦିରର ଦ୍ବାର ଖୋଲି ନଥିଲା । ଉପରାଷ୍ଟ୍ରପତି ମନ୍ଦିର ପରିସରରେ ପ୍ରାୟ ଅଧଘଣ୍ଟା ଧରି ଅପେକ୍ଷା କରିବା ପରେ ଦର୍ଶନ କରିଥିଲେ (Vice President Jagdeep Dhankhar in Amritsar)।

ଖୋଲିଲାନି ମନ୍ଦିରର ଦ୍ବାର: ଦର୍ଶନ ପାଇଁ ଅଧ ଘଣ୍ଟା ଅପେକ୍ଷା କଲେ ଉପରାଷ୍ଟ୍ରପତି

ସୂଚନା ଅନୁସାରେ ଅପରାହ୍ନରେ ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିରରେ ଉପରାଷ୍ଟ୍ରପତି ପହଞ୍ଚିଥିଲେ । ମନ୍ଦିରର ଦ୍ବାର ବନ୍ଦ ଥିବା ଯୋଗୁ ଉପରାଷ୍ଟ୍ରପତି ବାହାରେ ଚୌକିରେ ଅପେକ୍ଷା କରିଥିଲେ । ଉପରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ମନ୍ଦିର କର୍ତ୍ତୃପକ୍ଷ କୌଣସି ତତ୍ପରତା ପ୍ରକାଶ କରି ନଥିଲେ । ପ୍ରାୟ ଅଧଘଣ୍ଟା କାଳ ଅପେକ୍ଷା କରିବା ପରେ ନିର୍ଦ୍ଧାରିତ ସମୟରେ ମନ୍ଦିର ଦ୍ବାରା ଖୋଲିଥିଲା ଓ ଉପରାଷ୍ଟ୍ରପତି ଦର୍ଶନ ସାରି ଫେରିଥିଲେ ।

ଘଟଣା ସମ୍ପର୍କରେ ଆମ୍ ଆଦମୀ ପାର୍ଟି ମୁଖପାତ୍ର ମାଲବିନ୍ଦର କାଙ୍ଗ କହିଛନ୍ତି, ‘‘ମନ୍ଦିରରେ ଉପରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ଅପରାହ୍ନ 2:50 ରେ ସ୍ଥିର ହୋଇଥିଲା । ମନ୍ଦିର ମଧ୍ୟ ନିର୍ଦ୍ଧାରିତ ସମୟ ଅପରାହ୍ନ 3 ଟାରେ ଖୋଲିବାର ଥିଲା । କିନ୍ତୁ ଉପରାଷ୍ଟ୍ରପତି ପ୍ରାୟ 2:20 ସମୟରେ ମନ୍ଦିରରେ ପହଞ୍ଚି ଯାଇଥିଲେ । ତେଣୁ ଏପରି ସମସ୍ୟା ଦେଖିବାକୁ ମିଳିଥିଲା ।’’

ସେହିପରି ସେ ସ୍ବର୍ଣ୍ଣ ମନ୍ଦିରର ଉଦାହରଣ ଦେଇ କହିଛନ୍ତି, ମନ୍ଦିର ନିର୍ଦ୍ଧାରିତ ସମୟରେ ଖୋଲିବା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁ ଅପେକ୍ଷା କରିଥାନ୍ତି । କେହି ବି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦର୍ଶନ କାର୍ଯ୍ୟକ୍ରମ ଥିଲେ ସୁଦ୍ଧା ମନ୍ଦିରର ପାରମ୍ପାରିକ ସମୟରେ କେବେ ପରିବର୍ତ୍ତନ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.