ETV Bharat / bharat

ଦିଲ୍ଲୀରେ ଉପର ମୁହାଁ କୋରୋନା ଗ୍ରାଫ, ଗୋଟିଏ ଦିନରେ ୫୧୭ ନୂଆ ସଂକ୍ରମଣ

author img

By

Published : Apr 17, 2022, 10:52 PM IST

ଦିଲ୍ଲୀରେ ଉପର ମୁହାଁ କୋରୋନା ଗ୍ରାଫ: ଗୋଟିଏ ଦିନରେ 517 ନୂଆ ସଂକ୍ରମଣ, ଦୈନିକ ହାର 4.21 ପ୍ରତିଶତ
ଦିଲ୍ଲୀରେ ଉପର ମୁହାଁ କୋରୋନା ଗ୍ରାଫ: ଗୋଟିଏ ଦିନରେ 517 ନୂଆ ସଂକ୍ରମଣ, ଦୈନିକ ହାର 4.21 ପ୍ରତିଶତ

ଦିଲ୍ଲୀରେ ପୁଣି ଚିନ୍ତା ବଢାଉଛି କୋରୋନା । ଆଜି ଗୋଟିଏ ଦିନରେ ୫୧୭ ନୂଆ ସଂକ୍ରମିତ ଚିହ୍ନଟ । ଦୈନିକ ସଂକ୍ରମଣ ହାର ୪.୨୧ ପ୍ରତିଶତକୁ ବୃଦ୍ଧି। ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି କ୍ରମାଗତ ଭାବେ ବଢିବାରେ ଲାଗିଲାଣି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଆଜିର ସଂକ୍ରମଣ ସଂଖ୍ୟାକୁ ମିଶାଇ ଦୈନିକ ସଂକ୍ରମଣ ହାର ୪.୨୧ ପ୍ରତିଶତରେ ପହଞ୍ଚିଛି । ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ସହରର ମୋଟ ସଂକ୍ରମଣ ସଂଖ୍ୟା ୧୮,୬୮,୫୫୦କୁ ବୃଦ୍ଧି ପାଇଛି । ସେହିପରି ଏବେ ଯାଏ ମୋଟ ମୃତ୍ୟୁ ସଂଖ୍ୟା ୨୬,୧୬୦ ରହିଛି ।

ଗତ କିଛି ଦିନର ବ୍ୟବଧାନ ମଧ୍ୟରେ ଦିଲ୍ଲୀରେ ସଂକ୍ରମଣର ଗ୍ରାଫ୍‌ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି (ଶନିବାର) ୪୧୬ କୋଭିଡ ମାମଲା ସାମ୍ନାକୁ ଆସିଥିଲା । ତେବେ ଏପରି ସ୍ଥିତିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନଥିବା କହିଛନ୍ତି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ । ଦିଲ୍ଲୀର ହସ୍ପିଟାଲ ଗୁଡିକରେ ଭିତ୍ତିଭୂମି ଉପରେ ମଧ୍ୟ ଦୃଷ୍ଟି ଦିଆଯାଉଛି । ଏଥିସହ ସଂକ୍ରମଣ ହାର ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିବା ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.