ETV Bharat / bharat

COVID-19 Vaccine: 250 ଟଙ୍କା କମିଲା Corbevax ଟିକାର ଦାମ

author img

By

Published : May 17, 2022, 7:49 AM IST

COVID-19 vaccine Corbevax
COVID-19 vaccine Corbevax

ବାୟୋଲୋଜିକାଲ-ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା କୋର୍ବେଭାକ୍ସର ଦାମ କମିଛି । ଡୋଜ ପ୍ରତି 840 ଟଙ୍କାରୁ 250 ଟଙ୍କାକୁ ହ୍ରାସ କରାଯାଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବାୟୋଲୋଜିକାଲ-ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ କୋଭିଡ ଟିକା କୋର୍ବେଭାକ୍ସର ଦାମ କମିଛି । ଡୋଜ ପ୍ରତି 840 ଟଙ୍କାରୁ 250 ଟଙ୍କାକୁ ହ୍ରାସ କରାଯାଇଛି । ଏଣିକି ଘରୋଇ କୋଭିଡ-19 ଟିକା କେନ୍ଦ୍ରଗୁ଼ଡିକରେ ଏହି ଭାକ୍ସିନ ଜିଏସଟି ସହ 250 ଟଙ୍କାରେ ଉପଲବ୍ଧ ହେବ । ହସ୍ପିଟାଲ ଦେୟ ସମେତ 400ଟଙ୍କା ଦେଇ ଲୋକ ଏହି ଟିକା ନେଇପାରିବେ । ସର୍ବାଧିକ ପିଲା ଯେପରି ଟିକା ନେଇପାରିବେ ସେଥିପାଇଁ ହାଇଦ୍ରାବାଦ କମ୍ପାନୀ ଦର କମାଇଛି । 5ରୁ12 ବର୍ଷ ବୟସ ବର୍ଗର ପିଲାଙ୍କ ପାଇଁ ଏହି ଟିକାକୁ ଜରୁରୀ ବ୍ୟବହାର ଅନୁମତି ମଳିଥିଲା । ପୂର୍ବରୁ ଏହି ଟିକା ପାଇଁ ଟିକସ ଦେୟ ସହ 990 ଟଙ୍କା ଦେବାକୁ ପଡୁଥିଲା ।

ଏହି ଟିକା ସିଙ୍ଗଲ ଡୋଜ ଭାଏଲରେ ମିଳୁଥିବାରୁ ଟିକାକରଣ ଲାଗି ସୁବିଧାଜନକ ଏବଂ ନଷ୍ଟ ହେବାର ସମ୍ଭାବନା ନାହିଁ । 12ରୁ 14 ବର୍ଷ ପିଲାଙ୍କ ପାଇଁ କୋର୍ବାଭାକ୍ସ ଟିକା ନିମନ୍ତେ କୋ-ୱିନ ଆପ୍ କିମ୍ବା ପୋର୍ଟାଲରେ ସ୍ଲଟ ବୁକ କରିବାର ବ୍ୟବସ୍ଥା କରାଯାଇଛି । ବାୟୋଲୋଜିକାଲ-ଇ ଲିମିଟେଡ ବର୍ତ୍ତମାନ 30 କୋଟି କୋର୍ବାଭାକ୍ସ ଡୋଡ ଉତ୍ପାଦନ କରିଛି । 10 କୋଟି କୋର୍ବାଭାକ୍ସ ଡୋଜ କେନ୍ଦ୍ର ସରକାରଙ୍କୁ ଯୋଗାଇଥିବାବେଳେ ବର୍ତ୍ତମାନ ସୁଦ୍ଧା 12ରୁ 15 ବର୍ଷ ପିଲାଙ୍କୁ 3 କୋଟି ଡୋଜ ଦିଆସରିଛି । ପ୍ରକାଶ ଥାଉ କି, ଜାନୁଆରୀ 3ରୁ ଭାରତ ବାୟୋଟେକ ଭ୍ୟାକ୍ସିନରେ 15ରୁ 18 ବର୍ଷଙ୍କୁ ଟୀକାକରଣ ଆରମ୍ଭ ହୋଇଥିଲା । ଏହାପରେ ମାର୍ଚ୍ଚ 16ରୁ 12ବର୍ଷର ପିଲାଙ୍କୁ ଟିକା ଦିଆଯାଇଥିଲା । ବର୍ତ୍ତମାନ ଦେଶରେ 12ବର୍ଷରୁ ଅଧିକ ବୟସ ପିଲାମାନଙ୍କୁ ଦୁଇଟି କୋଭିଡ-19 ଭ୍ୟାକ୍ସିନ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.