ETV Bharat / bharat

ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ, ଝିଅର ନାଁ ଇଣ୍ଡିଆ ରଖିଲେ ବାପାମାଆ

author img

By

Published : Aug 12, 2022, 3:13 PM IST

ଦେଶଭକ୍ତ ରଣଜିତ,ସ୍ବାଧିନତା ସମୟରେ ଝିଅ ଜନ୍ମ ହୋଇଥିବାରୁ ସନ୍ତାନର ନାମ ରଖିଲେ ଭାରତ
ଦେଶଭକ୍ତ ରଣଜିତ,ସ୍ବାଧିନତା ସମୟରେ ଝିଅ ଜନ୍ମ ହୋଇଥିବାରୁ ସନ୍ତାନର ନାମ ରଖିଲେ ଭାରତ

କେରଳ ପାଲା ଅଞ୍ଚଳର ରଣଜିତ୍ ରାଜନ୍ । ସେ ନିଜ ଝିଅର ନାମ ରଖିଛନ୍ତି India । ଦେଶ ସ୍ବାଧିନତାରେ ୭୫ ବର୍ଷ ପାଳନ କରୁଥିବା ସମୟରେ ଝିଅ ଜନ୍ମ ହୋଇଥିବାରୁ ସେ ନିଜ ଝିଅର ନାଁ ଭାରତ ରଖିଛନ୍ତି । ଅଧିକ ପଢନ୍ତୁ

ଥୀରୁଅନନ୍ତପୁରମ୍: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ସ୍ବାଧୀନତାର ଅମୃତ ମହୋତ୍ସବ । ଏହି ସମୟରେ କୋଟ୍ଟାୟମର ପାଲା ଅଞ୍ଚଳର ଏକ ଦମ୍ପତି ତାଙ୍କର ନବଜାତ ଝିଅର ନାମ ଇଣ୍ଡିଆ ରହିଛନ୍ତି । ରଣଜିତ୍‌ ରାଜନ ଓ ସାନା ଜୁଲାଇ ୧୨ରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଥିଲେ । ଝିଅର ନାମ ଇଣ୍ଡିଆ ରଖିବାକୁ ନେଇ ଉଭୟ କହିଛନ୍ତି, ଝିଅ ଯେତେବେଳେ ବଡ ହେବ ଓ ଜାଣିବ ଗର୍ବ ଅନୁଭବ କରିବ । ରଣଜିତ୍‌ କହିଛନ୍ତି, "ଇଣ୍ଡିଆ ନାଁଟି ଆମ ସମସ୍ତଙ୍କ ପାଇଁ ଗୌରବର କଥା । ଝିଅପାଇଁ ମଧ୍ୟ ଏହା ଗର୍ବର ବିଷୟ ହେବ ।"

ରଣଜିତ୍‌ ବଡ ହେବାପରେ ସେନାରେ ଯୋଗଦେବାକୁ ଚାହଁଥିଲେ ମାତ୍ର ଦୁର୍ଭାଗ୍ୟବଶତଃ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇପାରିନଥିଲା । ନବମ ଶ୍ରେଣୀରେ ଥିବା ସମୟରେ ସେ ସ୍କୁଲ୍‌ ଛାଡିଥିଲେ । ରଣଜିତ୍‌ କହିଛନ୍ତି, "ଦେଶ ପାଇଁ କିଛି କରିବାର ସ୍ବପ୍ନ ଥିଲା, ମାତ୍ର କିଛି କରିପାରିଲିନି । ସେଥିପାଇଁ ମୁଁ ନିଷ୍ପତି କରିଥିଲି ଯେ ଯଦି ମୋର ଝିଅଟିଏ ଜନ୍ମ ହୁଏ, ତାର ନାମ ମୁଁ ଇଣ୍ଡିଆ ରଖିବି ।"

ଜନ୍ମ ସାର୍ଟିଫିକେଟ୍‌ ରେଜିଷ୍ଟ୍ରେସନ ଫର୍ମରେ ଯେତେବେଳେ ବାପା ରଣଜିତ୍‌ ଝିଅର ନାମ ଲେଖିବାକୁ ଉଦ୍ଦିଷ୍ଟ ଥିବା ସ୍ଥାନରେ ଇଣ୍ଡିଆ(India) ଲେଖିଲେ, ନର୍ସ ତାଙ୍କୁ ବାରଣ କରିଥିଲେ ଓ କହିଥିଲେ ଏହି ସ୍ଥାନରେ ଜାତୀୟତା ପାଇଁ ନୁହେଁ (Nationality) । ରଣଜିତ୍‌ ପରେ ନର୍ସଙ୍କୁ କହିଥିଲେ ଯେ ସେ ତାଙ୍କ ଝିଅର ନାମ ଇଣ୍ଡିଆ ରଖିଛନ୍ତି । ଏକ ଘରୋଇ ସଂସ୍ଥାରେ ଜଣେ ଡ୍ରାଇଭର ଭାବେ କାମ କରନ୍ତି ରଣଜିତ୍‌ । ସେ ସାନାଙ୍କୁ ପ୍ରେମ ବିବାହ କହିଛନ୍ତି । ଭିନ୍ନ ସଂପ୍ରଦାୟର ହୋଇଥିଲେ ମଧ୍ୟ ପ୍ରଥମ ଦେଖାରେ ସାନାଙ୍କୁ ପସନ୍ଦ କରିଥିଲେ ରଣଜିତ୍‌ ।

ପରେ ଉଭୟଙ୍କ ମଦ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ପରିବାରର ବିରୋଧ ସତ୍ତ୍ବେ ୨୦୨୧ ଅକ୍ଟୋବର ୨୧ରେ ସେ ସାନାଙ୍କୁ ଜୀବନସାଥୀ ଭାବେ ବିବାହ କରିଥିଲେ । ଉଭୟଙ୍କ ମିଳନ ପାଇଁ ଜାତି, ଧର୍ମ,ବର୍ଣ୍ଣ ପ୍ରତିବନ୍ଧକ ହୋଇପାରିନଥିବାରୁ ଉଭୟ ଦମ୍ପତି ବିଶ୍ବାସ କରୁଛନ୍ତି ସେ ତାଙ୍କର ଝିଅ ମଧ୍ୟ ଦେଶର ବାସ୍ତବ ପ୍ରତିନିଧି ହୋଇପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.