ETV Bharat / bharat

Presidential Election: କିଏ ମାରିବ ବାଜି, ଆରମ୍ଭ ହେଲା ଭୋଟ ଗଣତି

author img

By

Published : Jul 21, 2022, 11:33 AM IST

Updated : Jul 21, 2022, 12:03 PM IST

Presidential Election: କିଏ ମାରିବ ବାଜି, ଆରମ୍ଭ ହେଲା ଭୋଟ ଗଣତି
Presidential Election: କିଏ ମାରିବ ବାଜି, ଆରମ୍ଭ ହେଲା ଭୋଟ ଗଣତି

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ ଗଣତି । କଡା ସୁରକ୍ଷା ମଧ୍ୟରେ ସଂସଦ ଭବନର ୬୩ ନଂ ରୁମରେ ଭୋଟ ଗଣତି ହେଉଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ଭାରତ ପାଇବ ପଞ୍ଚଦଶ ରାଷ୍ଟ୍ରପତି । ତେବେ କିଏ ହେବେ ପ୍ରଥମ ନାଗରିକ, ଓଡିଆ ଝିଅ ତଥା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିରୋଧି ପ୍ରାର୍ଥୀ ଯଶୋବନ୍ତ ସିହ୍ନା ? ତାହାର ଫଳାଫଳ ଆଉ ବେଶୀ ଡେରି ନୁହେଁ । କାରଣ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦିନ ୧୧ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । କଡା ସୁରକ୍ଷା ମଧ୍ୟରେ ସଂସଦ ଭବନର ୬୩ ନଂ ରୁମରେ ଭୋଟ ଗଣତି ହେଉଛି । ସଂଖ୍ୟା ଦୃଷ୍ଟିରୁ ଯଶୱନ୍ତ ସିହ୍ନାଙ୍କ ଠାରୁ ଦ୍ରୌପଦୀ ମୁର୍ମୁ ଆଗରେ ଅଛନ୍ତି । ତେଣୁ ଆଦିବାସୀ ମହିଳା ତଥା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ ହିଁ ରାଷ୍ଟ୍ରପତି ପଦରେ ବସିବେ ବୋଲି ଆଶା କରାଯାଉଛି ।

ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା । ଆଜି ସକାଳ ୧୧ଟାରୁ ସଂସଦ ଭବନର ୬୩ ନଂ ରୁମରେ ଭୋଟ ଗଣତି ଆରମ୍ଭ ହୋଇଛି । ଆଉ କିଛି ସମୟ ମଧ୍ୟରେ ଗଣତି ସରି ଅପରାହ୍ନ ସୁଦ୍ଧା ଫଳାଫଳ ଆସିବାର ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ୨୫ ତାରିଖରେ ନୂତନ ରାଷ୍ଟ୍ରପତି ଶପଥ ପାଠ ଗ୍ରହଣ କରିବେ । ଭୋଟ ଆକଳନ ଅନୁସାରେ ଦ୍ରୌପଦୀ ମୁର୍ମୁ ନିର୍ବାଚନରେ ବିଜୟୀ ହେବା ସହ ଦେଶର ପ୍ରଥମ ଆଦିବାସୀ ଓ ଦ୍ବିତୀୟ ମହିଳା ରାଷ୍ଟ୍ରପତି ଭାବେ ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାର ସମ୍ଭାବନା ମଧ୍ୟ ଅଧିକ ରହିଛି । ଏପଟେ ତାଙ୍କର ଜନ୍ମମାଟି ଠାରୁ ଆରମ୍ଭ କରି ସମଗ୍ର ଓଡିଶାବାସୀ ଅତି ଉତ୍କଣ୍ଠାର ସହ ଫଳାଫଳ ଅପେକ୍ଷାରେ ରହିଛନ୍ତି ।

Last Updated :Jul 21, 2022, 12:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.