ETV Bharat / bharat

ଠକ ସୁକେଶର ସାଙ୍ଘାତିକ ଅଭିଯୋଗ, AAP ନେତା ସତ୍ୟନ୍ଦ୍ର ଜୈନ୍‌ଙ୍କୁ ଦେଇଛନ୍ତି ୧୦ କୋଟି

author img

By

Published : Nov 1, 2022, 10:11 PM IST

ଠକ ସୁକେଶର ସାଙ୍ଘାତିକ ଅଭିଯୋଗ । ଠକେଇ ମାମଲାରେ ତିହାଡ଼ ଜେଲ୍‌ରେ ରହିଛନ୍ତି ସୁକେଶ । ଦକ୍ଷିଣ ଭାରତରେ ଆପ୍‌ ମୁଖ୍ୟ ପଦବୀ ପାଇବା ପାଇଁ ସୁକେଶ ଆପ୍‌କୁ ୫୦ କୋଟି ଟଙ୍କା ଦେଇଥିଲେ । ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌କୁ ସୁକେଶ ୧୦ କୋଟି ଟଙ୍କା ଦେଇଥିବା ନେଇ ଅଭିଯୋଗ । ଅଧିକ ପଢ଼ନ୍ତୁ

ଠକ ସୁକେଶର ସାଙ୍ଘାତିକ ଅଭିଯୋଗ, AAP ନେତା ସତ୍ୟନ୍ଦ୍ର ଜୈନ୍‌ଙ୍କୁ ଦେଇଛନ୍ତି ୧୦ କୋଟି
ଠକ ସୁକେଶର ସାଙ୍ଘାତିକ ଅଭିଯୋଗ, AAP ନେତା ସତ୍ୟନ୍ଦ୍ର ଜୈନ୍‌ଙ୍କୁ ଦେଇଛନ୍ତି ୧୦ କୋଟି

ନୂଆଦିଲ୍ଲୀ: ଠକ ସୁକେଶର ସାଙ୍ଘାତିକ ଅଭିଯୋଗ । ଦିଲ୍ଲାର ଆପ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଠକ ସୁକେଶ ଚନ୍ଦ୍ରଶେଖର । ବର୍ତ୍ତମାନ ଠକେଇ ମାମଲାରେ ତିହାଡ଼ ଜେଲ୍‌ରେ ରହିଛନ୍ତି ସୁକେଶ । ତେବେ ଦକ୍ଷିଣରେ ଆପ୍‌ ମୁଖ୍ୟ ପଦବୀ ପାଇବା ପାଇଁ ସୁକେଶ ଆପ୍‌କୁ ୫୦ କୋଟି ଟଙ୍କା ଦେଇଥିଲେ । ଖାଲି ସେତିକି ନୁହେଁ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌କୁ ସୁକେଶ ୧୦ କୋଟି ଟଙ୍କା ଦେଇଥିବା କଥା କହିଛନ୍ତି ।

ପ୍ରୋଟେକ୍ସନ ମନି ଭାବରେ(protection money) ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ସୁକେଶ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖିଛି ସୁକେଶ । ଏହି ଚିଠିରେ ଆପ୍‌କୁ ମଧ୍ୟ ୫୦ କୋଟି ଟଙ୍କା ଦେଇଥିବା କଥା ଉଲ୍ଲେଖ କରିଛନ୍ତି ସୁକେଶ । ଏହା ବଦଳରେ ସୁକେଶକୁ ଦକ୍ଷିଣ ଭାରତର ଆପ୍‌ ପ୍ରମୁଖ ନିଯୁକ୍ତ କରିବାକୁ ଡିଲ୍‌ ହୋଇଥିଲା । ତା ସହିତ ସୁକେଶଙ୍କୁ ରାଜ୍ୟସଭା ପଠାଇବାକୁ ମଧ୍ୟ ଆପ୍‌ ପ୍ରତିଶୃତି ଦେଇଥିବା ଅଭିଯୋଗ ହୋଇଛି ।

ସୁକେଶଙ୍କ ଅଭିଯୋଗ ମୁତାବକ ଜେଲ୍‌ରେ ରହିବା ସମୟରେ ତାଙ୍କୁ ବହୁବାର ହତ୍ୟା ଧମକ ଦିଆଯାଇଛି । ଏଥିପାଇଁ ସେ ତିହାଡ଼ରେ ରହି ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ପ୍ରୋଟୋକ୍ସନ ଦେଇଛନ୍ତି । ଅର୍ଥ ହେରଫେର ମାମଲାରେ ସତ୍ୟେନ୍ଦ୍ର ଜୈନ ମଧ୍ୟ ତିହାଡ଼ ଜେଲ୍‌ରେ ରହିଛନ୍ତି । ସୁକେଶଙ୍କୁ ଚଳିତ ବର୍ଷ ଅଗଷ୍ଟରେ ଦିଲ୍ଲୀର ମଣ୍ଡୋଲୀ ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ସୁକେଶଙ୍କୁ ତିହାଡ଼ରେ ହତ୍ୟା ଧମକ ମିଳିବା ନେଇ ଅଭିଯୋଗ ହେବାପରେ ତାଙ୍କୁ ମଣ୍ଡୋଲୀ ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଏହାକୁ ନେଇ ବିଜେପି ଆପ୍‌କୁ ଟାର୍ଗେଟ କରିଛି । ଆପ୍‌ ଏକ ଠକ ରାଜନୈତିକ ଦଳ ବୋଲି ବିଜେପି କହିଛି । ସେପଟେ ଏଭଳି ଅଭିଯୋଗର ପ୍ରତିକ୍ରିୟା ରଖିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ କହିଛନ୍ତି, "ଏଥିରେ କୌଣସି ସତ୍ୟତା ନାହିଁ । ଏସବୁ ମନଗଢ଼ା କାହାଣୀ । ଗୁଜରାଟ ନିର୍ବାଚନ ଓ ମୋର୍ବି ଝୁଲାପୋଲ ଭୁଶୁଡ଼ିବା ଘଟଣାରୁ ଲକ୍ଷ୍ୟ ହଟାଇବା ପାଇଁ ଏସବୁ କରାଯାଉଛି ।"

ଦିଲ୍ଲୀ ଉପରାଜ୍ୟପାଳଙ୍କୁ ସୁକେଶଙ୍କ ଚିଠିକୁ ନେଇ ଅନେକ ବିଜେପି ନେତା ଆପ୍‌କୁ ଟାର୍ଗେଟ କରିଛନ୍ତି । କିଛି ବିଜେପ ନେତାଏ ସୁକେଶଙ୍କ ଚିଠିର ସ୍କ୍ରିନ୍‌ ସଟ୍‌ ସେୟାର କରିଛନ୍ତି । ସତ୍ୟେନ୍ଦ୍ର ଜୈନ୍‌ ସୁକେଶଙ୍କୁ ଶୋଷଣ କରିବା ସହ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି କ୍ରମରେ ସେ ଜେଲ୍‌ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲଙ୍କୁ ମଧ୍ୟ ୧୨.୫୦ କୋଟି ଟଙ୍କା ପ୍ରଦାନ କରିଥିବା କଥା କହିଛନ୍ତି ।

୨୦୧୭ରୁ ସୁକେଶ ଚନ୍ଦ୍ରଶେଖର ଜେଲ୍‌ରେ ରହିଛନ୍ତି । ବଟି ଆଦାୟ ମାମଲାରେ ତାଙ୍କୁ ଜେଲ୍‌ ପଠାଯାଇଛି । ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଠାରୁ ସେ ବଟି ଆକାରରେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ସେପଟେ ଅର୍ଥ ହେରଫେର ମାମଲାରେ ଗତ ମେ' ମାସରୁ ଜେଲ୍‌ରେ ବନ୍ଦୀ ଅଛନ୍ତି । ଗତ ୨୦୧୫ରୁ ସୁକେଶ ସତ୍ୟେନ୍ଦ୍ର ଜୈନଙ୍କୁ ଜାଣିଥିବା କଥା କହିଛନ୍ତି । ତା ସହିତ ପ୍ରୋଟକ୍ସନ ମନି ଭାବରେ ପ୍ରତି ମାସରେ ୨ କୋଟି ଟଙ୍କା ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.