ETV Bharat / bharat

ପଞ୍ଜାବରେ ଲୋକ କଂଗ୍ରେସର ବିଜୟ ସୁନିଶ୍ଚିନ୍ତ: ଅମରିନ୍ଦର ସିଂ

author img

By

Published : Feb 21, 2022, 7:28 AM IST

ପଞ୍ଜାବରେ ପଞ୍ଜାବ ଲୋକ କଂଗ୍ରେସର ସୁନିଶ୍ଚିତ ବିଜୟ କହିଲେ ଅମରିନ୍ଦର
ପଞ୍ଜାବରେ ପଞ୍ଜାବ ଲୋକ କଂଗ୍ରେସର ସୁନିଶ୍ଚିତ ବିଜୟ କହିଲେ ଅମରିନ୍ଦର

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ବିଧାନସଭା ନିର୍ବାଚନରେ ପଞ୍ଜାବରୁ କଂଗ୍ରେସ ମୂଳପୋଛ ହୋଇଯିବ । କଂଗ୍ରେସରୁ ବାହାରି ଯାଇ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିବା ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ମୁଁ ନିର୍ଦ୍ଦିଷ୍ଟ ଭାବେ ପଟିଆଲାରୁ ବିଜୟ ହୋଇ ସାରିଛି । ଅଧିକ ପଢନ୍ତୁ

ଚଣ୍ଡିଗଡ: ପଞ୍ଜାବରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ଗୋଟିଏ ପର୍ଯ୍ୟାୟରେ ରାଜ୍ୟରେ ମତ ସାବ୍ୟସ୍ତ କରିଛନ୍ତି ଜନତା । ଏହି ଅବସରରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ବିଧାନସଭା ନିର୍ବାଚନରେ ପଞ୍ଜାବରୁ କଂଗ୍ରେସ ମୂଳପୋଛ ହୋଇଯିବ । କଂଗ୍ରେସରୁ ବାହାରି ଯାଇ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିବା ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ‘‘ମୁଁ ନିର୍ଦ୍ଦିଷ୍ଟ ଭାବେ ପଟିଆଲାରୁ ବିଜୟ ହୋଇ ସାରିଛି ।

ସେ ଆହୁରି କହିଛନ୍ତି ମୁଁ ଭାବୁଛି ଆମେ ନିର୍ବାଚନ ଜିତି ସାରିଛୁ । କଂଗ୍ରେସ ବର୍ତ୍ତମାନ ଏକ ଭିନ୍ନ ଦୁନିଆରେ ବିଚରଣ କରୁଛି ଏବଂ ପଞ୍ଜାବରୁ ସଫା ହୋଇ ସାରିଛି । ଭଗଓ୍ବନ୍ତ ମାନ୍‌ ହେଉଛନ୍ତି ଜଣେ ଦେଶବିରୋଧୀ, ଯାହାଙ୍କୁ ଅରବିନ୍ଦ କେଜରିଓ୍ବାଲ ସମର୍ଥନ କରୁଛନ୍ତି । ଦଳ ମୂଳ ସ୍ତରରେ ଭଲ ପ୍ରଦର୍ଶନ କରୁଛି ବୋଲି ପଟିଆଲାରେ ନିଜ ମତ ସାବ୍ୟସ୍ତ କରିବା ପରେ ଏପରି କହିଛନ୍ତି ଅମରିନ୍ଦର ।

ପଞ୍ଜାବରେ ଏଥର କଂଗ୍ରେସ, ଆପ, ଶିରୋମଣି ଅକାଳି ଦଳ ବହୁଜନ ସମାଜ ପାର୍ଟି, ଭାରତୀୟ ଜନତା ପାର୍ଟି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ମଧ୍ୟରେ ବହୁମୁଖୀ ପ୍ରତିଯୋଗିତା ହୋଇଛି । କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଚାମକାଉର ସାହେବ ଏବଂ ଭୌଦୁରରୁ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରିଛନ୍ତି ।

ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଅମୃତସର (ପୂର୍ବ)ରେ ଶିରୋମଣି ଅକାଳି ଦଳର ବିକ୍ରମ ସିଂ ମାଜିଥିଆ ଓ ଆପର ଜୀବନଜ୍ୟୋତି କୌର ଏବଂ ବିଜେପିର ଜଗମୋହନ ସିଂ ରାଜୁଙ୍କୁ ସାମ୍ନା କରୁଛନ୍ତି । ସାଙ୍ଗୁରରୁ ଆପ ଲୋକସଭା ସାଂସଦ ତଥା ଦଳର ସିଏମ୍ ଚେହେରା ଭାବେ ଭାଗୱନ୍ତ ମାନ ଧୁରୀ ଆସନରୁ ଲଢୁଛନ୍ତି । ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିରୋମଣି ଅକାଳି ଦଳର ନେତା ପ୍ରକାଶ ସିଂ ବାଦଲ ଲାଲବି ଆସନରୁ ଲଢିଛନ୍ତି ।

ଏହା ବି ପଢନ୍ତୁ...2022 Assembly polls: ପଞ୍ଜାବରେ ୬୩.୪୪ ପ୍ରତିଶତ ମତଦାନ, ଉତ୍ତର ପ୍ରଦେଶରେ କମିଲା ଭୋଟିଂ

ପ୍ରକାଶ ଥାଉ କି, ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇ ସାରିଛି । ପଞ୍ଜାବରେ ମୋଟ ୧୧୭ ଆସନ ପାଇଁ ମତଗ୍ରହଣ କରାଯାଇଥିବା ବେଳେ 63.44 ଭୋଟିଂ ରେକର୍ଡ ହୋଇଛି । ମାର୍ଚ୍ଚ ୧୦କୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.