ETV Bharat / bharat

ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନଜର ରଖିବ କଂଗ୍ରେସ: 3 କମିଟି ଗଠିତ, ମନମୋହନଙ୍କୁ ଦାୟିତ୍ବ

author img

By

Published : Nov 20, 2020, 4:02 PM IST

ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସର 3ଟି କମିଟି ଗଠିତ
ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସର 3ଟି କମିଟି ଗଠିତ

ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି 3ଟି କମିିଟି ଗଠନ କରିଛନ୍ତି। ଦେଶର ଅର୍ଥନୈତିକ ବ୍ୟାପାର, ବୈଦେଶିକ ବ୍ୟାପାର ଓ ଜାତୀୟ ସୁରକ୍ଷା ଉପରେ ଆଲୋଚନା ପାଇଁ ଏବି କମିଟି ଗଠନ ହୋଇଛି। ଅଧିକ ପଢ଼ନ୍ତୁ...

ନୂଆଦିଲ୍ଲୀ: ଦେଶରେ ଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ଜାତୀୟ କଂଗ୍ରେସ ପକ୍ଷରୁ 3ଟି କମିଟି ଗଠନ କରାଯାଇଛି । ମୋଟ 13 ଜଣ ବରିଷ୍ଠ କଂଗ୍ରେସ ନେତାଙ୍କୁ ନେଇ ଏହି କମିଟି ଗଠନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଏହି କମିଟିଗୁଡ଼ିକ ଆଲୋଚନା କରିବେ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗଠନ କରିଥିବା 3ଟି ଯାକ କମିଟିର ମେମ୍ବର ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ତିନୋଟି କମିଟି ମଧ୍ୟ ଗୋଟିଏ କମିଟି ଦେଶର ଅର୍ଥନୈତିକ ବ୍ୟାପାର ଉପରେ ଆଲୋଚନା କରିବାକୁ ଗଠନ କରାଯାଇଛି। ସେହିଭଳି ଦେଶର ବୈଦେଶିକ ବ୍ୟାପାର ଉପରେ ଆଲୋଚନା କରିବାକୁ ଏକ କମିଟି ଗଠନ କରାଯାଇଛି। ଏହାସହ ଜାତୀୟ ସୁରକ୍ଷାକୁ ଉପରେ ଆଲୋଚନା କରିବାକୁ ଏକ କମିଟି ଗଠନ କରାଯାଇଛି।

ଅର୍ଥନୈତିକ ବ୍ୟାପାର କମିଟିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ, ମଲ୍ଲିକାର୍ଜୁନ ଖଡଗେ, ଦିଗବିଜୟ ସିଂହ ଓ ଜୟରାମ ରମେଶ ସାମିଲ ରହିଛନ୍ତି। ସେହିଭଳି ବୈଦେଶିକ ବ୍ୟାପାର ଉପରେ ଆଲୋଚନା କରିବା ପାଇଁ ମନମୋହନ ସିଂହଙ୍କ ସହ ଆନନ୍ଦ ଶର୍ମା, ଶଶି ଥରୁର, ସଲମାନ ଖୁର୍ସୀଦ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକା ସାମିଲ ରହିଛନ୍ତି। ସେହିପରି ଜାତୀୟ ସୁରକ୍ଷା ଉପରେ ଆଲୋଚନା କରିବାକୁ ଗୁଲାମ ନବୀ ଆଜାଦ, ବିରପ୍ପା ମୋଇଲୀ, ଭିନସେଣ୍ଟ ପାଲା ଓ ଭି. ଭୈତିଲିଙ୍ଗମ ସାମିଲ ରହିଛନ୍ତି।

ଏହି କମିଟି ବିଭିନ୍ନ ସ୍ତରରେ ଆଲୋଚନା କରିବେ। ଏହାପରେ ଆଲୋଚନାର ନିଷ୍କର୍ଶ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜଣାଇବେ। ଏହାଦ୍ବାରା କେନ୍ଦ୍ର ସରକାରଙ୍କୁ ବିଭିନ୍ନ ବିଷୟକୁ ଦେଶର ହିତ ସାଧନରେ ପରାମର୍ଶ ଦିଆଯାଇ ପାରିବ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.