ETV Bharat / bharat

ଦୁଷ୍କର୍ମ ପୀଡିତା ପରିବାରକୁ କଂଗ୍ରେସ ଦେଇଥିବା ଚେକ୍ ବାଉନ୍ସ

author img

By

Published : Nov 27, 2022, 8:32 AM IST

ଦୁଷ୍କର୍ମ ପୀଡିତା ପରିବାରକୁ କଂଗ୍ରେସ ଦେଇଥିବା ଚେକ୍ ବାଉନ୍ସ
ଦୁଷ୍କର୍ମ ପୀଡିତା ପରିବାରକୁ କଂଗ୍ରେସ ଦେଇଥିବା ଚେକ୍ ବାଉନ୍ସ

ଦୁଷ୍କର୍ମ ପୀଡିତା ପରିବାରକୁ କଂଗ୍ରେସ ଦେଇଥିବା ଚେକ୍ ହେଲା ବାଉନ୍ସ । କଂଗ୍ରେସ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଦୁଇ ମାସ ତଳେ ଉତ୍ତରପ୍ରଦେଶ ଲଖିମପୁର ଖେରୀରେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହି ସମୟରେ କଂଗ୍ରେସ ନେତା ପୀଡିତା ପରିବାରକୁ ଭେଟି ଆର୍ଥିକ ସହୟତା ରୂପେ ଚେକ୍ ପ୍ରଦାନ କରିଥିଲେ । ହେଲେ ଏହି ଚେକ୍ ବାଉନ୍ସ ହୋଇଯାଇଛି(Bounced cheques) । ଯାହାକୁ ନେଇ କଂଗ୍ରେସ ନେତାଙ୍କ ସମେତ ତିନି ଜଣଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନା ମୁତାବକ, ସେପ୍ଟେମ୍ବର ୧୪ରେ ଲଖିମପୁର ଖେରୀ ଅନ୍ତର୍ଗତ ନିଘାସନ କୋତବାଲି ଅଞ୍ଚଳରେ ଏକ ଗଛରୁ ଦୁଇ ନାବାଳିକା ଭଉଣୀଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଥିଲା । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ୫ ଜଣ ଗିରଫ କରିଥିଲା । ଦୁଇ ଦଳିତ ଭଉଣୀଙ୍କୁ ହତ୍ୟା ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା । ବିରୋଧି ବିଜେପି ସରକାରଙ୍କୁ ଘେରିଥିଲେ । ଏହାସହିତ ବିଜେପି ସମେତ ସମସ୍ତ ରାଜନୈତିକ ଦଳ କଂଗ୍ରେସ, ସପା ଓ ବିଏସପି ପୀଡିତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ସମାବେଦନା ଜଣାଇଥିଲେ ଓ ଆର୍ଥିକ ସହାୟତା ପାଇଁ ଚେକ୍ ପ୍ରଦାନ କରିଥିଲେ ।

ଉତ୍ତରପ୍ରଦେଶ କଂଗ୍ରେସ ପକ୍ଷରୁ ପୀଡିତ ପରିବାରକୁ ତିନୋଟି ଚେକ୍ ଦିଆଯାଇଥିଲା । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦୁଇ ଲକ୍ଷ ଟଙ୍କାର ଗୋଟିଏ ଚେକ୍ ଦିଆଯାଇଥିବା ବେଳେ କଂଗ୍ରେସ ବିଧାୟକ ବୀରେନ୍ଦ୍ର କୁମାର ଓ ଅମିତ ଜାନି ନାମକ ଅନ୍ୟ ଜଣେ ନେତା ମଧ୍ୟ ଆଉ ଦୁଇଟି ଚେକ୍ ପ୍ରଦାନ କରିଥିଲେ । ହେଲେ ଏହା ମଧ୍ୟରୁ ଦୁଇଟି ଚେକ୍‌ରେ ଦସ୍ତଖତ ମେଳ ଖାଉନଥିବାରୁ ବାଉନ୍ସ ହୋଇଯାଇଛି । ବାକି ଆଉ ଗୋଟିଏ ଚେକ୍ ଆକାଉଣ୍ଟରେ ଟଙ୍କା ନଥିବାରୁ ବାଉନ୍ସ ହୋଇଛି । ଏହି ମାମଲାରେ ପୀଡିତଙ୍କ ପରିବାର ଲୋକେ ଠକେଇ ଅଭିଯୋଗ କରି କଂଗ୍ରେସ ନେତାଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି । ପୋଲିସ ମଧ୍ୟ ୧୩୮ ଏନଆଇ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି ।

ଏହାମଧ୍ୟ ପଢନ୍ତୁ: ୟୁପିରେ ଲଜ୍ଜା: ଗଛରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସେପଟେ ଚେକ୍ ବାଉନ୍ସ ନେଇ କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ପ୍ରହଲ୍ଲାଦ ପଟେଲ କହିଛନ୍ତି, ''ଦସ୍ତଖତ ମେଳ ନଖାଇବାରୁ ଦୁଇଟି ଚେକ୍ ବାଉନ୍ସ ହୋଇଛି, ଯାହାକୁ ପୁଣିଥରେ ଠିକ୍ କରାଯିବ । କ୍ଷମତାସୀନ ଦଳ ତାଙ୍କୁ ବଦନାମ୍ କରିବାକୁ ଚେଷ୍ଟା କରୁଛି । କଂଗ୍ରେସ ପୂର୍ବରୁ କୃଷକଙ୍କୁ କୋଟି କୋଟି ଟଙ୍କାର ସହୟତା ଯୋଗାଇଛି । ଦଳ ସବୁବେଳେ ପୀଡିତାଙ୍କ ସାଥିରେ ରହିଛି ଓ ରହିବ ମଧ୍ୟ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.