ETV Bharat / bharat

ବଢିଲା ବ୍ୟବସାୟିକ LPG ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ?

author img

By

Published : Mar 1, 2022, 9:54 AM IST

ବଢିଲା ବ୍ୟବସାୟିକ LPG ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ
ବଢିଲା ବ୍ୟବସାୟିକ LPG ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ

ମାସ ଆରମ୍ଭରୁ ମହଙ୍ଗା ମାଡ । ବଢିଲା ବ୍ୟବସାୟିକ ଏଲପିଜି(LPG ) ସିଲିଣ୍ଡର ଦାମ୍ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପହିଲାରୁ ବଢିଲା ଗ୍ୟାସ ଦର । ମହଙ୍ଗା ହେଲା ବ୍ୟବସାୟିକ ଏଲପିଜି(LPG ) ସିଲିଣ୍ଡର । ଆଜି(ମଙ୍ଗଳବାର) ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର(Commercial LPG Cylinder) ଦାମ୍‌ ୧୦୫ ଟଙ୍କା ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାର ୨,୦୧୨ ଟଙ୍କା ହୋଇଯାଇଛି । ସେହିପରି କୋଲକାତାରେ ଏହି ଗ୍ୟାସ ଦର ୧୦୮ ଟଙ୍କା ବଢିଥିବା ଜଣାପଡିଛି । ଆଜିଠୁ ଏହି ନୂଆ ଦର ଲାଗୁ ହେବ ।

୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି । ଏହି ସିଲିଣ୍ଡର ଦାମ୍ ୨୭ ଟଙ୍କା ବଢିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୫୬୯ ଟଙ୍କା ଦେଇ ୫ କେଜି ସିଲିଣ୍ଡର କିଣିବେ ଉପଭୋକ୍ତା । ଆଶ୍ବସ୍ତିକର ବିଷୟ ଏହା ଯେ, ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍ ବଢିଥିଲେ ହେଁ ଘରୋଇ LPG ସିଲିଣ୍ଡର(domestic LPG cylinder ) ମୂଲ୍ୟ ଅପରିବର୍ତ୍ତିତ ରହିଛି । କହିରଖୁଛୁ କି, ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରତିମାସରେ LPG ସିଲିଣ୍ଡର ଦରରେ ପରିବର୍ତ୍ତନ କରାଯାଇଥାଏ ।

ଉଲ୍ଲେଖଯୋଗ୍ୟ, ଗତ ଫେବୃୟାରୀ ପହିଲାରେ ଜାତୀୟ ତୈଳ ମାର୍କେଟିଂ କମ୍ପାନୀ ବ୍ୟବସାୟିକ LPG ସିଲିଣ୍ଡର ଦାମ୍ 91.50 ଟଙ୍କା ବୃଦ୍ଧି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.