ETV Bharat / bharat

ଛତିଶଗଡ-ଓଡିଶା ପୋଲିସ ବୈଠକ, ନକ୍ସଲ ଦମନ ନେଇ ରଣନୀତି ପ୍ରସ୍ତୁତ

author img

By

Published : Jul 16, 2023, 1:06 PM IST

ଛତିଶଗଡ ଓ ଓଡିଶା ପୋଲିସ ଅଧିକାରୀଙ୍କ ମଧ୍ୟରେ ଜଗଦଲପୁରରେ ଏକ ବଡ ବୈଠକ ବସିଛି । ବୈଠକରେ ନକ୍ସଲଙ୍କ ଉପରେ ଆକ୍ସନ ଏବଂ ବିଧାନସଭା ନିର୍ବାଚନ ସୁରକ୍ଷାକୁ ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Chhattisgarh Odisha Police Meeting
ଛତିଶଗଡ ଓଡିଶା ପୋଲିସ ବୈଠକ

ଛତିଶଗଡ ଓଡିଶା ପୋଲିସ ବୈଠକ

ରାୟପୁର: ଫେଲ ହେବ ନକ୍ସଲ ଯୋଜନା । ନକ୍ସଲ ଦମନ ନେଇ କଡା ରଣନୀତି ପ୍ରସ୍ତୁତ କରିଛନ୍ତି ଛତିଶଗଡ ଓ ଓଡିଶା ପୋଲିସ । ଛତିଶଗଡ ସୀମାକୁ ଲାଗି ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ଦମନ ବିରୋଧ ନେଇ ଜଗଦଲପୁରରେ ଛତିଶଗଡ ଓ ଓଡିଶା ପୋଲିସ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ବୈଠକରେ ନକ୍ସଲଙ୍କ ଉପରେ ଆକ୍ସନ ଏବଂ ବିଧାନସଭା ନିର୍ବାଚନ ସୁରକ୍ଷାକୁ ନେଇ ଆଲୋଚନା ହୋଇଛି । ଏହି ବୈଠକରେ ବସ୍ତର ଆଇଜି ସୁନ୍ଦରରାଜଙ୍କ ସମେତ ଓଡିଶା କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ପୋଲିସ ଅଧିକାରୀ ସାମିଲ ହୋଇଥିଲେ ।

ଓଡିଶା ଓ ଛତିଶଗଡ ସୀମାବର୍ତ୍ତୀ ନକ୍ସଲ ପ୍ରଭାବିତ ଅଞ୍ଚଳର ପୋଲିସ ଅଧିକାରୀ ସାମିଲ ହୋଇଥିଲେ । ଦୀର୍ଘ ସମୟ ଧରି ବୈଠକ ହୋଇଥିଲା । ବିଶେଷ କରି ନକ୍ସଲଙ୍କ ଗତିବିଧିକୁ ରୋକିବା ଏବଂ ଅପରାଧିକ ମାମଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଚର୍ଚ୍ଚା ହୋଇଥିଲା । ଏହାଛଡା ଛତିଶଗଡରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ରଣନୀତି ପ୍ରସ୍ତୁତ ହୋଇଛି । ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି,''ଛତିଶଗଡର ବସ୍ତର, କୋଡାଗାଓଁ ଏବଂ ସୁକମା ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଏବଂ ଓଡିଶାର କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନକୁ କଡାକଡି କରିବା, ଅପରାଧିକ ମାମଲା ରୋକିବା ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ଭିଆଇପିଙ୍କୁ ସୁରକ୍ଷା ଦେବା ସହ ତଦନ୍ତରେ ଯୋଗାଯୋଗକୁ ମଜବୁତ କରିବା ପାଇଁ ଏହି ଅନ୍ତ ରାଜ୍ୟ ପୋଲିସ ମଧ୍ୟରେ ବୈଠକ ହୋଇଛି । ଆଗାମୀ ବିଧାନସଭା ନିର୍ବାଚନରେ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥା ସ୍ଥାପନା କରିବାକୁ ମୋବାଇଲ ଚେକ ପୋଷ୍ଟ ଏବଂ ଅନ୍ୟ ଅପରାଧିକ ମାମଲାର ସୂଚନା ଆଦାନ ପ୍ରଦାନ କରାଯାଇଛି । ଆଶା କରାଯାଉଛି କି ଆଗାମୀ ଦିନରେ ଉପଯୁକ୍ତ ଯୋଗାଯୋଗ ଫଳରେ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାବଳ ଓ ଯବାନଙ୍କୁ ସଫଳତା ମିଳିବ ।''

ଏହା ବି ପଢନ୍ତୁ...Yamuna Flood Politics: ‘କେନ୍ଦ୍ର-ହରିୟାଣା ସରକାରଙ୍କ ଷଡଯନ୍ତ୍ର, ଭାସୁଛି ଦିଲ୍ଲୀ’

ଏହା ବି ପଢନ୍ତୁ...ଛତିଶଗଡରେ 3 ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ

ବସ୍ତର ଆଇଜି ସୁନ୍ଦରରାଜ ପି କିଛି ଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, '' ବର୍ଷା ବସ୍ତର ପୋଲିସ ପାଇଁ ଲାଭଦାୟକ ରହିଛି । ବର୍ଷା ନେଇ ପୋଲିସ ପକ୍ଷରୁ ହୋଇଥିବା ଅପରେସନ ସଫଳତା ମିଳିଛି । ଚଳିତ ବର୍ଷ 12 ଥର ନକ୍ସଲଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । 2023ରେ ବସ୍ତର ସୀମାବର୍ତ୍ତୀ ଅଞ୍ଚଳରେ ଅପରେସନ ମୌସୁମୀ ଆରମ୍ଭ ହୋଇଥିଲା । ଯାହାକୁ ନେଇ ଅନ୍ତ ରାଜ୍ୟ ପୋଲିସ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.