ETV Bharat / bharat

ଟମାଟୋ ପରେ ପିଆଜ ବିକିବେ ସରକାର

author img

By ETV Bharat Odisha Team

Published : Aug 22, 2023, 10:39 PM IST

ଟମାଟୋ ପରେ ଖାଉଟିଙ୍କୁ ଚିନ୍ତାରେ ପକାଇଛି ପିଆଜ ଦର । କିଛି ଦିନ ମଧ୍ୟରେ ଦେଶରେ ପିଆଜର ଅହେତୁକ ଦରବୃଦ୍ଧି ପରେ ଚାଷୀଙ୍କ ଠାରୁ ପିଆଜ କିଣିବାକୁ ନିଷ୍ପତ୍ତି ନେଲେ ସରକାର । ଅଧିକ ପଢ଼ନ୍ତୁ

onion price hike
ଆକାଶ ଛୁଆଁ ପିଆଜ ଦର

ମୁମ୍ବାଇ: ଟମାଟୋ ପରେ ଏବେ ବଜାରରେ ଆକାଶ ଛୁଆଁ ପିଆଜ ଦର । କିଛି ଦିନ ମଧ୍ୟରେ କିଲୋ ପ୍ରତି ୨୦ ଟଙ୍କାର ବିକ୍ରି ହେଉଥିବା ପିଆଜ ୪୦ ଟଙ୍କାରେ ପହଞ୍ଚିଛି । ପିଆଜର ଅହେତୁକ ଦରଦାମ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ଏହାରି ଭିତରେ ଖାଉଟି ଓ ପିଆଜ ଚାଷୀଙ୍କୁ ଆଶ୍ବାସନା ଦେଇଛନ୍ତି କେନ୍ଦ୍ର ସରକାର । ଟମାଟୋ ପରେ ସରକାର ଚାଷୀଙ୍କ ଠାରୁ ପିଆଜ କିଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଘରୋଇ ବଜାରରେ ପିଆଜର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ଏହାର ମୂଲ୍ୟକୁ କାବୁ କରିବା ପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ । ଅର୍ଥମନ୍ତ୍ରୀ ଏକ ବିଜ୍ଞପ୍ତି ଜରିଆରେ ଦେଇଥିବା ସୂଚନା ଅନୁସାରେ, 2023 ଡିସେମ୍ବର 31 ପର୍ଯ୍ୟନ୍ତ ଦେଶରୁ ପିଆଜ ରପ୍ତାନୀ ଉପରେ 40 ପ୍ରତିଶତ ପର୍ଯ୍ୟନ୍ତ ରପ୍ତାନୀ ଶୁଳ୍କ ଲାଗୁ କରାଯିବ । ସରକାରଙ୍କ ଏହି ନିଷ୍ପତ୍ତି ପରେ ଚାଷୀ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଯାହାକୁ ବିରୋଧ କରି ଉଭୟ ପିଆଜ ଚାଷୀ ଓ ବ୍ୟବସାୟୀ ଧର୍ମଘଟ କରିଥିଲେ । ଏହାରି ମଧ୍ୟରେ କେନ୍ଦ୍ର ସରକାର ମହାରାଷ୍ଟ୍ରର ନାସିକ ଏବଂ ଅହମ୍ମଦନଗରରେ ସ୍ବତନ୍ତ୍ର କ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ମହାରାଷ୍ଟ୍ରର ପିଆଜ ଉତ୍ପାଦକ ଲାଭବାନ ହେବେ । ସରକାର କ୍ବିଣ୍ଟାଲ ପିଛା ୨୪୧୦ ଟଙ୍କାରେ ୨ ଲକ୍ଷ ମେଟ୍ରିକ ଟନ ପିଆଜ କିଣିବାକୁ ନିଷ୍ପତ୍ତି ନେଇଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବୃଦ୍ଧି ପାଇବ ପିଆଜ ଦର ! 40 ପ୍ରତିଶତ ରପ୍ତାନୀ ଶୁଳ୍କ ଲଗାଇଲେ ସରକାର

ଏ ସମ୍ପର୍କରେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଆଲୋଚନ କରିଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି । କେନ୍ଦ୍ର ସରକାର ମହାରାଷ୍ଟ୍ର ଚାଷୀଙ୍କ ଠାରୁ ୨ ଲକ୍ଷ ମେଟ୍ରିକ ଟନ ପିଆଜ କିଣିବାକୁ ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ନାସିକ ଏବଂ ଅହମ୍ମଦନଗରରେ ସ୍ବତନ୍ତ୍ର କ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ଘୋଷଣା କରିଛନ୍ତି । ଏହା ଦ୍ବାରା ଚାଷୀମାନେ ଲାଭବାନ ହେବେ । ଚାଷୀମାନେ କିଭଳି ଉପଯୁକ୍ତ ମୂଲ ପାଇପାରିବେ ସେନେଇ ସରକାର ପଦକ୍ଷେପ ନିଆଯାଉଥିବା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି । ଅର୍ଥମନ୍ତ୍ରୀଙ୍କ ଦ୍ବାରା ପିଆଜ ରପ୍ତାନୀ ଉପରେ ୪୦ ପ୍ରତିଶତ ଶୁଳ୍କ ଲାଗୁ ହେବା ପ୍ରସଙ୍ଗରେ ଦେବେନ୍ଦ୍ର ଫଡନାଭିସ୍ ବିବୃତ୍ତି ରଖି କହିଛନ୍ତି, ଅଗଷ୍ଟ ୧୯ରେ ଜାରି କରାଯାଇଥିବା ବିଜ୍ଞପ୍ତିରେ ଘରୋଇ ବଜାରରେ ପିଆଜର ଦରବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଏହି ଶୁଳ୍କ ଲାଗୁ କରିଛି । ଅନ୍ୟପଟେ ମଙ୍ଗଳବାର ପୀୟୁଷ ଗୋଏଲ ଏ ପ୍ରସଙ୍ଗରେ କହିଛନ୍ତି ଯେ, ସୋମବାର ଠାରୁ ସାରା ଦେଶରେ ପିଆଜ କିଲୋ ପ୍ରତି ୨୫ ଟଙ୍କାରେ ବିକ୍ରି ଆରମ୍ଭ ହୋଇଛି । ଦର ଅଧିକ ମଧ୍ୟ ବୃଦ୍ଧି ହୋଇପାରେ । ଗ୍ରାହକ ଏବଂ ଚାଷୀ ଉଭୟରେ ସରକାରଙ୍କ ପାଇଁ ସମାନ । ତେଣୁ ଚାଷୀ ବ୍ୟସ୍ତ ନହୋଇ ଉଚିତ ଦରରେ ପିଆଜ ବିକ୍ରି କରିବାକୁ କେନ୍ଦ୍ରମନ୍ତ୍ରୀ ଚାଷୀଙ୍କ ଅନୁରୋଧ କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ମହାରାଷ୍ଟ୍ରରୁ ୩ ଲକ୍ଷ ମେଟ୍ରିକ ଟନ ପିଆଜ କିଣିଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.