ETV Bharat / bharat

ଆଫଗାନିସ୍ତାନ ସଙ୍କଟ: ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

author img

By

Published : Aug 23, 2021, 5:25 PM IST

ଆଫଗାନିସ୍ତାନ ସଙ୍କଟ: ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ
ଆଫଗାନିସ୍ତାନ ସଙ୍କଟ: ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଫଗାନିସ୍ତାନ ସଙ୍କଟ ଉପରେ ଭାରତର ପଦକ୍ଷେପକୁ ନେଇ ବୈଠକରେ ବିରୋଧୀଙ୍କୁ ଅବଗତ କରାଇବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୨୬ ଅଗଷ୍ଟ ସକାଳେ ବସିବ ଏହି ସର୍ବଦଳୀୟ ବୈଠକ ।

  • In view of developments in Afghanistan, PM @narendramodi has instructed that MEA brief Floor Leaders of political parties.

    Minister of Parliamentary Affairs @JoshiPralhad will be intimating further details.

    — Dr. S. Jaishankar (@DrSJaishankar) August 23, 2021 " class="align-text-top noRightClick twitterSection" data=" ">

ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର ପଦକ୍ଷେପ ସମ୍ପର୍କରେ ବିରୋଧୀଙ୍କୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ । ଜୟଶଙ୍କର ଟ୍ବିଟ କରି କହିଛନ୍ତି, ଆଫଗାନିସ୍ତାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଦଳଗୁଡିକର ମୁଖିଆଙ୍କୁ ଅବଗତ କରାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିକ ବିବରଣୀ ଦେବେ ବୋଲି କହିଛନ୍ତି ଜୟଶଙ୍କର ।

ଭାରତ ସରକାର ଆଫଗାନିସ୍ତାନରେ ବିଭିନ୍ନ ପ୍ରକଳ୍ପ ପାଇଁ ବିନିଯୋଗ କରିଥିବାରୁ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି । ଏଭଳି ପରିସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇସାରିଛି, ସେବେ ଭାରତ ସରକାରଙ୍କ ରଣନୀତି କ’ଣ ହେବ ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦଳୀୟ ବୈଠକ ଡକାଯାଇଛି ।

ସରକାର ଗଠନ ପାଇଁ ବିଶ୍ବ ସମୁଦାୟଙ୍କୁ ମାନ୍ୟତା ମାଗୁଛି ତାଲିବାନ । ସେପଟେ ତାଲିବାନ ପକ୍ଷରୁ ଆମେରିକାକୁ ସୈନ୍ୟ ପ୍ରତ୍ୟାହାର ପାଇଁ ଡେଡଲାଇନ ମଧ୍ୟ ଦିଆସରିଛି । ସମସ୍ତ ଦେଶ ଯଥାଶୀଘ୍ର ନିଜ ନାଗରିକଙ୍କୁ ସ୍ବଦେଶ ଫାରାଇ ଆଣିବାକୁ ଅପରେସନ ଚଳାଇଛନ୍ତି । ଭାରତ ମଧ୍ୟ ଅନେକ ନାଗରିକଙ୍କୁ ଦେଶକୁ ଫେରାଇ ଆଣିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.