ETV Bharat / bharat

ବଢିଲା ମହୁଆଙ୍କ ଅଡୁଆ: କ୍ୟାସ ଫର କ୍ବାରୀ ମାମଲାରେ CBI ତଦନ୍ତ ଆରମ୍ଭ

author img

By ETV Bharat Odisha Team

Published : Nov 25, 2023, 7:11 PM IST

ବଢିଲା ମହୁଆଙ୍କ ଅଡୁଆ: କ୍ୟାସ ଫର କ୍ବାରୀ ମାମଲାରେ CBI ତଦନ୍ତ ଆରମ୍ଭ
ବଢିଲା ମହୁଆଙ୍କ ଅଡୁଆ: କ୍ୟାସ ଫର କ୍ବାରୀ ମାମଲାରେ CBI ତଦନ୍ତ ଆରମ୍ଭ

ମହୁଆ ମୋଇତ୍ରାଙ୍କ ‘କ୍ୟାସ ଫର କ୍ବାରୀ’ ମାମଲାରେ ଆରମ୍ଭ ହେଲା CBI ତଦନ୍ତ । ପୂର୍ବରୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିସାରିଛି ସଂସଦ ଏଥିକ୍ସ କମିଟି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ (କ୍ୟାସ ଫର କ୍ବାରୀ) ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ ବଢିବାକୁ ଯାଉଛି । ପୂର୍ବରୁ ଏହି ମାମଲାରେ ସଂସଦ ଏଥିକ୍ସ କମିଟି ତଦନ୍ତ ଶେଷ କରି ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ ସହ ଏକ ରିପୋର୍ଟ ବାଚସ୍ପତି ଓଲ ବିର୍ଲାଙ୍କ ନିକଟରେ ଦାଖଲ କରିସାରିଥିବା ବେଳେ ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ତଦନ୍ତ ଆରମ୍ଭ କରିଛି । ଲୋକପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ସିବିଆଇ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ମହୁଆଙ୍କୁ କେନ୍ଦ୍ରୀୟ ସଂସ୍ଥା ଜେରା ପାଇଁ ନୋଟିସ ଜାରି କରିପାରେ । ଏହି ମାମଲା ସମ୍ପର୍କିତ ଦଲିଲ୍‌ ମଧ୍ୟ ଯାଞ୍ଚ କରିବ । ଏହା ପରେ ଆବଶ୍ୟକ ହେଲେ ମହୁଆଙ୍କ ଗିରଫଦାରୀ ପର୍ଯ୍ୟନ୍ତ ମଧ୍ୟ ମାମଲା ଲମ୍ବିପାରେ ।

  • CBI initiates inquiry against TMC MP Mahua Moitra to investigate allegations of “bribe for query” for raising questions in Parliament: CBI Sources

    (file pic) pic.twitter.com/b2KykA2I7T

    — ANI (@ANI) November 25, 2023 " class="align-text-top noRightClick twitterSection" data=" ">

ତେବେ ଦଳୀୟ ସାଂସଦ ମହୁଆ ମୋଇତ୍ରାଙ୍କ ବିବାଦ ସମ୍ପର୍କରେ ପ୍ରଥମ କରି ଦଳ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ଆସିବା ପରେ ସିବିଆଇ ଆକ୍ସନମୋଡକୁ ଆସିଛି । ପୂର୍ବରୁ ଏହି ପ୍ରସଙ୍ଗରେ ନୀରବ ଥିବା ମମତା ଗୁରୁବାର ପ୍ରଥମ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କାର କରାଯିବାକୁ ଯୋଜାନ ପ୍ରସ୍ତୁତ କରାଯାଉଛି । ମାତ୍ର 2024 ସାଧାରଣ ନିର୍ବାଚନ ପୂର୍ବରୁ ଏହା ମହୁଆଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ଏପରି ସମୟରେ ମହୁଆ ଗୃହ ମଧ୍ୟରେ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି, ତାହା ସବୁଠି ପ୍ରେସମିଟ କରି ଉଠାଇବେ ବୋଲି ମମତା କହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଟିଏମସିର ଏହି ଫାଏରବ୍ରାଣ୍ଡ ନେତ୍ରୀ ବିଶିଷ୍ଟ ଶିଳ୍ପପତି ଦର୍ଶନ ହୀରନନ୍ଦାନୀଙ୍କଠାରୁ ବିପୁଳ ଅର୍ଥ ନେଇ ସଂସଦରେ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ସହ ପ୍ରଥମେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ । ପରେ ଏହି ମାମଲା ଏଥିକ୍ସ କମିଟି ତଦନ୍ତ ପରିସରକୁ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ :- UAEରୁ 47 ଥର ଲଗଇନ ହୋଇଛି ମୋଇତ୍ରାଙ୍କ ID, 6-4 ଆନୁପାତିକ ବହୁମତରେ ଏଥିକ୍ସ କମିଟିର ଡ୍ରାଫ୍ଟ ଗୃହୀତ

ବିଜେପି ସାଂସଦ ବିନୋଦ ସୋନକାରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦ ଏଥିକ୍ସ କମିଟି ଦୁଇ ଅଭିଯୋଗକାରୀ ନିଶିକାନ୍ତ ଦୁବେ ଓ ସର୍ବୋଚ୍ଚ କୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାହୀ ଓ ମହୁଆ ମୋଇତ୍ରାଙ୍କ ପର୍ଯ୍ୟାୟକ୍ରମେ ବୟାନ ରେକର୍ଡ କରିଥିଲା । ଏହା ପରେ କମିଟି ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଡ୍ରାଫ୍ଟ ରିପୋର୍ଟ ମଧ୍ୟ ପାରିତ କରିଥିଲା । ଏବେ ଏହି ରିପୋର୍ଟ ବାଟସ୍ପତି ଓମ ବିର୍ଲାଙ୍କ ନିକଟରେ ଏଥିକ୍ସ କମିଟି ଦାଖଲ ମଧ୍ୟ କରିସାରିଛି । ଆରମ୍ଭ ହେବାକୁ ଯାଉଥିବା ସଂସଦ ଶୀତ ଅଧିବେଶନରେ ମହୁଆଙ୍କ ପ୍ରସଙ୍ଗ ଗୃହରେ ମଧ୍ୟ ଉଠିପାରେ । ଏବେ ସଂସଦୀୟ କାର୍ଯ୍ୟାନୁଷ୍ଠାନ ବ୍ୟତୀତ ଏହି ଗମ୍ଭୀର ମାମଲାରେ ତଦନ୍ତରେ ସିବିଆଇ ଏଣ୍ଟ୍ରିଂ ମାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.