ETV Bharat / state

ନିମାପଡ଼ାରେ ବିଜେପିର ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ - SHAKTI SAMVAD PROGRAM IN NIMAPARA

author img

By ETV Bharat Odisha Team

Published : May 17, 2024, 10:16 PM IST

SHAKTI SAMVAD PROGRAM IN NIMAPARA: ସରଗରମ ହେଉଛି ନିମାପଡ଼ା ରଜନୀତି । ବିଜେପିର ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ ଯୋଗ ଦେଲେ ଶତାଧିକ ମହିଳା । ଅଧିକ ପଢନ୍ତୁ

ନିମାପଡ଼ାରେ ବିଜେପିର ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ
ନିମାପଡ଼ାରେ ବିଜେପିର ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ (ETV Bharat Odisha)

ନିମାପଡ଼ାରେ ବିଜେପିର ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ (ETV Bharat Odisha)

ନିମାପଡ଼ା: ବିଜେପିର ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ । ନିମାପଡ଼ା ବିଜେପି ବିଧାୟକ ପ୍ରାର୍ଥିନୀ ପ୍ରଭାତୀ ପରିଡ଼ା ନେତୃତ୍ବରେ ମହିଳା କର୍ମୀମାନଙ୍କୁ ନେଇ ଆୟୋଜିତ ହୋଇଛି ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ । ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଏକାଠି ହୋଇ ମୋଦି ଗ୍ୟାରେଣ୍ଟିକୁ ଘରକୁ ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ପାଇଁ ସଂକଳ୍ପ ନେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଶେଷ କରି ସୁଭଦ୍ରା ଯୋଜନାରେ ନିଃଶୁଳ୍କ ୫୦ ହଜାର ଟଙ୍କା ଭାଉଚର ପ୍ରତି ମହିଳାଙ୍କୁ ପ୍ରଦାନ କରାଯିବ ଓ ମୋଦିଙ୍କ ଗ୍ୟାରେଣ୍ଟି ଅନୁସାରେ ମହିଳାମାନେ ସୁଭଦ୍ରା ଯୋଜନାରେ ନିଃଶୁଳ୍କ ଏହି ଭାଉଚରକୁ ବ୍ୟବହାର କରି ପାରିବେ ବୋଲି ସଚେତନ କରାଯାଇଥିଲା । ନିମାପଡ଼ା ବିଧାନସଭା ଆସନରେ ବିଜେଡି ମଧ୍ୟରେ ସୃଷ୍ଟି ହୋଇଥିବା ବିଦ୍ରୋହର ଫାଇଦା ବିଜେପି ନେବ ଏବଂ ବିପୁଳ ଭୋଟରେ ବିଜୟୀ ହେବ ବୋଲି ନିମାପଡ଼ା ବିଜେପି ପ୍ରାର୍ଥିନୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ କହିଛନ୍ତି ।

ପ୍ରକାଶଯୋଗ୍ୟ, ଚଳିତ ନିର୍ବାଚନରେ ଜଗତସିଂହପୁର ଲୋକସଭା କ୍ଷେତ୍ର ସହ ଏହା ଅଧିନରେ ଥିବା ନିମାପଡ଼ା ବିଧାନସଭା କ୍ଷେତ୍ରରେ ଜୁନ ୧ ତାରିଖରେ ପଡ଼ିବ ଭୋଟ । ଏଥିପାଇଁ ବିଜେପି, ବିଜେଡି ଓ କଂଗ୍ରେସ ସମେତ ସ୍ବାଧୀନ ପ୍ରାର୍ଥୀ ଜମାଇଛନ୍ତି ଜୋରଦାର ପ୍ରଚାର । ଚଳିତ ନିର୍ବାଚନରେ ବିଜେପି ପୁଣି ପ୍ରଭାତୀ ପରିଡ଼ାଙ୍କ ଉପରେ ଭରସା କରି ଥିବାବେଳେ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି । ବିଜେଡି ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଟିକଟ କାଟି ଦିଲ୍ଲୀପ ନାୟକ ପ୍ରଦାନ କରିଛି । ସେହିପରି କଂଗ୍ରେସ ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି ।

ଏହା ମଧ୍ୟ ପଢନ୍ତୁ .......ନିମାପଡାରେ ବଳ ଗୋଟାଉଛି ବିଜେପି, ଦଳରେ ସାମିଲ ହେଲେ ବହୁ ବିଜେଡି ଓ କଂଗ୍ରେସ ନେତା - BJP Joining Program

ଏହା ମଧ୍ୟ ପଢନ୍ତୁ.......ନିମାପଡ଼ାରୁ ସ୍ବାଧୀନ ଭାବେ ନାମାନଙ୍କ ଭରିଲେ ସମାଜସେବୀ ରୋଜାଲିନ ନାୟକ - Rojalin Nayak Files Nomination

ପ୍ରକାଶ ଯୋଗ୍ୟ ଗତ (ରବିବାର) ଦିନ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଗୋପ ଠାରେ ବିଜେପି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଥିଲା । ଏହି ମିଶ୍ରଣ ପର୍ବରେ କଂଗ୍ରେସ ଓ ବିଜେଡିର ବହୁ ନେତା ପଦ୍ମ ଧରିଥିଲେ । 14 ପଞ୍ଚାୟତର 1 ହଜାରରୁ ଊର୍ଦ୍ଧ୍ୱ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ତେବେ ଦେଖିବାକୁ ବାକି ରହିଲା ନିମାପଡ଼ାରେ କିଏ ମାରୁଛି ବାଜି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.