ETV Bharat / bharat

କଂଗ୍ରେସ ଉପରେ କ୍ୟାପଟେନଙ୍କ ହମ୍‌ଲା, ଚନ୍ନିଙ୍କ ବିରୁଦ୍ଧରେ ଆଣିଲେ ବାଲି ଖନନ ଅଭିଯୋଗ

author img

By

Published : Jan 23, 2022, 10:26 AM IST

ଚନ୍ନିଙ୍କ ସହ ବହୁ କଂଗ୍ରେସ ନେତାଙ୍କୁ ବାଲି ମାଫିଆ କହିଲେ କ୍ୟାପଟେନ
ଚନ୍ନିଙ୍କ ସହ ବହୁ କଂଗ୍ରେସ ନେତାଙ୍କୁ ବାଲି ମାଫିଆ କହିଲେ କ୍ୟାପଟେନ

ଚନ୍ନିଙ୍କୁ ମିଛୁଆ କହିଲେ କ୍ୟାପଟେନ୍ । ଚନ୍ନିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ବେଆଇନ ବାଲି ଖନନରେ ସାମିଲ ଥିବା ଅଭିଯୋଗ ଆଣିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ଅଧିକ ପଢନ୍ତୁ

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନି ବେଆଇନ ବାଲି ଖନନରେ ନିଜ ସମ୍ପୃକ୍ତି ନେଇ ମନା କରିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଚନ୍ନିଙ୍କ ସମେତ କଂଗ୍ରେସର ଅନ୍ୟ ନେତା ତଥା ବିଧାୟକ ବାଲି ଖନନରେ ସାମିଲ ଅଛନ୍ତି । ଶନିବାର କଂଗ୍ରେସ ସରକାର ଉପରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟାପେଟେନ ଅମରିନ୍ଦର ସିଂହ । କ୍ୟାପଟେନ କହିଛନ୍ତି, ସେ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ କଂଗ୍ରେସର ଏହି ତୁଙ୍ଗ ନେତାମାନେ ବାଲି ମାଫିଆରେ ଲିପ୍ତ ଥିବା ସୂଚନା ପାଇଥିଲେ ।

ଉପରଠୁ ତଳ ଯାଏଁ, ବରିଷ୍ଠ ମନ୍ତ୍ରୀଗଣ ମଧ୍ୟ ଏହି ବେଆଇନ କାର୍ଯ୍ୟରେ ସାମିଲ ଅଛନ୍ତି । ନିଜ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ମୁଁ ଏ ସମ୍ପର୍କରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଅବଗତ କରିଥିଲି । ଏହି ମାମଲାରେ ମୁଁ କଣ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ସେ ପଚାରିଥିଲେ ଏବଂ ମୋତେ ଉପର ସ୍ତରରୁ ଆରମ୍ଭ କରିବାକୁ ପଡିବ ବୋଲି ମୁଁ ଅନ୍ତରୀଣ ଅଧ୍ୟକ୍ଷାକୁ କହିଥିଲି ।

ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅମରିନ୍ଦର ସିଂହ ଆହରି ମଧ୍ୟ କହିଛନ୍ତି, ମୁଁ ନିଜର ପୂରା କାର୍ଯ୍ୟକାଳରେ ଗୋଟିଏ ହିଁ ଭୁଲ୍ କରିଛି ତାହା ହେଉଛି ବାଲି ଖନନ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନାହିଁ । ଏହାର କାରଣ ସୋନିଆ ଗାନ୍ଧୀ ଏଥିପାଇଁ ଅନୁମତି ଦେଇନଥିଲେ ଏବଂ ମୁଁ ମଧ୍ୟ କଂଗ୍ରେସ ପ୍ରତି ବିଶ୍ବସ୍ତ ଥିଲି । ହେଲେ ଏବେ ବାଲି ମାଫିଆରେ ଚନ୍ନିଙ୍କ ସମ୍ପୃକ୍ତି ଏବଂ Me too ମାମଲାରେ ତାଙ୍କ ନାଁ ଉଠିବା ପରେ ସବୁ ଗୁମର ଖୋଲିଯାଇଛି । ଲୋକେ ଚନ୍ନିଙ୍କୁ ପଞ୍ଜାବର ଶାସନ ଗାଦିରେ ବସିବା ଯୋଗ୍ୟ ଭାବୁନାହାନ୍ତି ବୋଲି କହିଛନ୍ତି କ୍ୟାପଟେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.