ETV Bharat / bharat

ବସ ଟାୟାର ଫାଟି ରାସ୍ତାର ଗୋଟିଏ ପାର୍ଶ୍ବକୁ ଓଲଟିଲା ବସ, 20 ଯାତ୍ରୀ ଆହତ

author img

By

Published : Jul 4, 2021, 10:58 PM IST

ବସ ଦୁର୍ଘଟଣା ଘଟି 20 ଯାତ୍ରୀ ଆହତ । ଘଟଣାସ୍ଥଳରେ ପୋଲିସ ବସରୁ ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ସହ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଅଧିକ ପଢନ୍ତୁ...

ବସ ଟାୟାର ଫାଟି ବିସ୍ଫୋରଣ, ରାସ୍ତାର ଗୋଟିଏ ପାର୍ଶ୍ବକୁ ଓଲଟିଲା ବସ, 20 ଯାତ୍ରୀ ଆହତ
ବସ ଟାୟାର ଫାଟି ବିସ୍ଫୋରଣ, ରାସ୍ତାର ଗୋଟିଏ ପାର୍ଶ୍ବକୁ ଓଲଟିଲା ବସ, 20 ଯାତ୍ରୀ ଆହତ

ଲକ୍ଷ୍ମୌ: ଏକ୍ସପ୍ରେସ ଓ୍ବେରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ତାଳଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ନିକଓ୍ବା ନିକଟରେ ଘଟିଛି ଏହି ଦୁର୍ଘଟଣା । ଡିଭାଇଡର ସହ ଧକ୍କା ହେବା ପରେ ଶୋଇଥିବା ବସର ଟାୟାର ବିସ୍ଫୋରଣ ହୋଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ପ୍ରାୟ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଯେଉଁଥିରେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବସ୍ ହରିୟାଣାର ପାନିପଥରୁ ବିହାର ଅଭିମୁଖେ ଯାତ୍ରୀମାନଙ୍କୁ ନେଇ ଯାଉଥିଲା ।

ବସ ଟାୟାର ଫାଟି ବିସ୍ଫୋରଣ, ରାସ୍ତାର ଗୋଟିଏ ପାର୍ଶ୍ବକୁ ଓଲଟିଲା ବସ, 20 ଯାତ୍ରୀ ଆହତ

ବସ୍‌ରେ ପ୍ରାୟ 96 ଜଣ ଯାତ୍ରୀ ଥିଲେ। ସୂଚନାନୁଯାୟୀ ପୋଲିସ ଏବଂ ୟୁପିର ଏକ ଟିମ୍ ଆହତମାନଙ୍କୁ ମେଡିକାଲକୁ ପଠାଯାଇଛି । ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡି ଯୋଗେ ପଠାଯାଇଛି । ରବିବାର ଏକ ଘରୋଇ ବସ୍ ହରିୟାଣାର ପାନିପଥରୁ ବିହାରର ଆର୍ନିଆକୁ ପ୍ରାୟ 96 ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ବସ୍ 172 କିଲୋମିଟର ନିକଟ ଆଗ୍ରା ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ତାଲଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ନିକୱା ଗାଁ ନିକଟରେ ପହଞ୍ଚିବା ମାତ୍ରେ ହଠାତ୍ ଚଳନ୍ତା ବସର ଟାୟାର ବିସ୍ଫୋରଣ ହୋଇଥିଲା ।

ଏହି କାରଣରୁ ବସ୍ ନିୟନ୍ତ୍ରଣ ହରାଇ ଡିଭାଇଡରକୁ ଧକ୍କା ଦେବା ପରେ ଓଲଟି ପଡିଥିଲା। ବସ ଓଲଟି ପଡ଼ିବା ମାତ୍ରେ ଯାତ୍ରୀମାନେ ଚିତ୍କାର କରିବାରେ ଲାଗିଥିଲେ । ଏନେଇ ସୂଚନା ପାଇବା ପରେ ୟୁପିଡିଏ ଏବଂ ତାଲଗ୍ରାମ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାରକୁ ବାହାର କରିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.