ETV Bharat / bharat

ରାଜସ୍ଥାନରୁ ଅପହରଣ, ହରିୟାଣାରେ ମିଳିଲା ୨ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

author img

By

Published : Feb 17, 2023, 11:08 AM IST

ହରିୟାଣାରୁ ଦୁଇ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
ହରିୟାଣାରୁ ଦୁଇ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ହରିୟାଣାରେ ଏକ ବୋଲେରୋ ଭିତରୁ ରାଜସ୍ଥାନର ୨ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନ ତଳେ ଦୁହିଁଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ

ଚଣ୍ଡିଗଡ: ହରିୟାଣାର ଭିବାନୀ ଜିଲ୍ଲାରେ ଏକ ବୋଲେରୋ ଭିତରୁ ଦୁଇ ଜଣ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ୨୫ ବର୍ଷୀୟ ନାସିର ଏବଂ ୩୫ ବର୍ଷୀୟ ଜୁନାଏଦ ଓରଫ ଜୁନା । ଦୁହେଁ ରାଜସ୍ଥାନ ଭରତପୁର ନିବାସୀ ହୋଇଥିବା ବେଳେ ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ଦୁଇ ଦିନ ତଳେ ଥାନାରେ ଅଭିଯୋଗ ହୋଇଥିଲା । ଅପହରଣର ଦିନକ ପରେ ଗତକାଲି(ଗୁରୁବାର) ସକାଳେ ହରିୟାଣାରୁ ଏହି ଦୁଇ ମୁସଲିମ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି । ତେବେ ମୃତଦେହ ଥିବା ବୋଲୋରୋ ଗାଡିଟି ମଧ୍ୟ ସମ୍ପୂର୍ଣ୍ଣ ଜଳି ଯାଇଥିବା ଦେଖିବାକୁ ମିଳିଛି ।

ପୋଲିସର ସୂଚନା ଅନୁସାରେ, ବୁଧବାର ଦିନ ନାସିର ଓ ଜୁନାଏଦଙ୍କୁ ଅପହରଣ କରାଯାଇଥିଲା । ଏନେଇ ପରିବାର ଲୋକେ ଭରତପୁରର ଏକ ଥାନାରେ ଅଭିଯୋଗ କରିଥିଲେ । ଏହାର ଦିନକ ପରେ ଗୁରୁବାର ସକାଳ ୮ଟା ସମୟରେ ହରିୟାଣା ଭିବାନୀ ଜିଲ୍ଲା ଲୋହାରୁ ଥାନା ଅଞ୍ଚଳରେ ଏକ ବୋଲେରା ଠାବ ହୋଇଥିଲା । ବୋଲେରୋ ଭିତରେ ଦୁଇ ଯୁବକଙ୍କ ଅର୍ଦ୍ଦଦଗ୍ଧ ମୃତଦେହ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଓ ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ: New CEO of YouTube: ଭାରତୀୟ ବଂଶୋଦ୍ଭବ ନିଲ୍ ମୋହନ ୟୁଟ୍ୟୁବ ସିଇଓ

ଉକ୍ତ ବୋଲେରୋ ଗାଡିଟି ଅସୀନ ଖାନ ନାମକ ଜଣେ ବ୍ୟକ୍ତିଙ୍କର ହୋଇଥିବା ଛାନଭିନରୁ ଜଣାପଡିଥିଲା । ଅସୀମ ମୃତ ଦୁଇ ଯୁବକଙ୍କ ସାଙ୍ଗ । ଏହାପରେ ପରେ ପୋଲିସ ମୃତକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା । ତେବେ ଏନେଇ ପୋଲିସ କହିଛି, ଅପହରଣକାରୀ ନାସିର ଓ ଜୁନାଏଦଙ୍କୁ ଅପହରଣ କରି ଏଠାକୁ ଆଣିବା ପରେ ବୁଧବାର ମଧ୍ୟରାତ୍ରିରେ ଗାଡି ସହ ଦୁହିଁଙ୍କ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ରାଜସ୍ଥାନ ପୋଲିସ ଏକ ଟିମ୍ ହରିୟାଣାରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: ଉନ୍ନାଓରେ ପୁଣି ଲଜ୍ଜା: ଜନ୍ମଦିନ ପାର୍ଟିରେ ଡ୍ୟାନ୍ସରଙ୍କୁ ଗଣଦୁଷ୍କର୍ମ, 6 ଅଭିଯୁକ୍ତ ଫେରାର

ମୃତକଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, ବୁଧବାର ସକାଳେ ନାସିର ଓ ଜୁନାଏଦ ବୋଲେରା ନେଇ ଘରୁ ବାହାରିଥିଲେ । ହେଲେ ଆଉ ଫେରିନଥିଲେ । ଦୁହିଁଙ୍କ ସହ ଯୋଗାଯୋଗ ନହୋଇପାରିବାରୁ ପରିବାର ଲୋକେ ଥାନାରେ ଅପହରଣ ଅଭିଯୋଗ କରିଥିଲେ । ତେବେ ମୃତ ଜୁନାଏଦଙ୍କ ବିରୁଦ୍ଧରେ ୫ଟି ଗୋଚାଲାଣ ମାମଲା ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.